Posted inଖେଳ

ଚାଇନା ଓପନ ଟାଇଟଲ ସହ ଫେରିଲେ ମାରିନ

ଚାଙ୍ଗ୍‌ଝୋ,୨୨।୯: ଅଲିମ୍ପିକ୍‌ ଚାମ୍ପିୟନ କାରୋଲିନା ମାରିନ ସଫଳତାର ସହ ଆହତ ସମସ୍ୟାରୁ ଫେରି ନିଜର ଚାଇନା ଓପନ ଟାଇଟଲ ଡିଫେଣ୍ଡ କରିଛନ୍ତି। ରିଓ ଅଲିମ୍ପିକ୍‌ ଚାମ୍ପିୟନ ମାରିନ ୧୪-୨୧, ୨୧-୧୭, ୨୧-୧୮ ଗେମ୍‌ରେ ଚାଇନିଜ ତାଇପେର ତାଇ ଜୁ ୟିଙ୍ଗଙ୍କୁ ହରାଇ ଦେଇଛନ୍ତି। ପ୍ରଥମ ଗେମ୍‌ରେ ହାରିବା ପରେ ମଧ୍ୟରେ ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ସ୍ପାନିଶ ଖେଳାଳି ମାରିନ ଦ୍ୱିତୀୟ ଓ ତୃତୀୟ ଗେମ୍‌ ଜିତି ଟାଇଟଲ ହାତେଇ ନେଇଥିଲେ। ସମାନ ପ୍ରତିପକ୍ଷ ଖେଳାଳିଙ୍କଠାରୁ କ୍ରମାଗତ ୬ ଥର ହାରିବା ପରେ ମାରିନ ପ୍ରଥମ ବିଜୟ ସ୍ବାଦ ଚାଖିଛନ୍ତି। ମ୍ୟାଚ୍‌ ଜିତିବା ପରେ ମାରିନ କାନ୍ଦି ପକାଇଥିଲେ। ମୁଁ ଏତେ ଖୁସି ଯେ, ମୁଁ କିଛି କହିପାରିବି ନାହିଁ ବୋଲି ଟାଇଟଲ ବଜାୟ ରଖିବା ପରେ ସେ କହିଛନ୍ତି। ଉଲ୍ଲେଖଥାଉ କି, ଗତ ଜାନୁୟାରୀରେ ଇଣ୍ଡୋନେସିଆ ମାଷ୍ଟର୍ସ ଟୁର୍ନାମେଣ୍ଟରେ ମାରିନଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏଥିରୁ ମୁକୁଳିବା ପାଇଁ ତାଙ୍କୁ ଅସ୍ତ୍ରୋପଚାର ମଧ୍ୟ କରାଇବାକୁ ପଡ଼ିଥିଲା। ଏଥିଯୋଗୁ ଦୀର୍ଘ ୮ ମାସ ଧରି ସେ କୋର୍ଟରୁ ଦୂରେଇ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ମହିଳା ବିଶ୍ୱକପ୍‌ ୨୦୨୧ ନ୍ୟୁଜିଲାଣ୍ଡରେ

ଖ୍ରିଷ୍ଟଚର୍ଚ୍ଚ, ୧୯ା୬ (ପି.ଟି.)-ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍‌ ୨୦୨୧ ନ୍ୟୁଜିଲାଣ୍ଡରେ ସେହିବର୍ଷ ଜାନୁୟାରୀ ୩୦ରୁ ହେବ। ସେମିଫାଇନାଲ ଏବଂ ଫାଇନାଲ ସମେତ ଏଥିରେ ମୋଟ ୩୧...

ପଦାର୍ପଣର ପ୍ରଥମ ଓଭରରେ ଦେଖାଇଲେ ଚମତ୍କାର ବୋଲିଂ

ସିଡ୍‌ନୀ,୨।୧: ବିଗ୍‌ ବାଶ ଲିଗ୍‌ (ବିବିଏଲ)ର ପଦାର୍ପଣ ମ୍ୟାଚ୍‌ରେ ଚମତ୍କାର ବୋଲିଂ କରିଛନ୍ତି ପାକିସ୍ତାନ ପେସର ମହମ୍ମଦ ହାସନେନ। ସିଡ୍‌ନୀ ଥଣ୍ଡର ପାଇଁ ଖେଳୁଥିବା ହାସନେନ...

୧୦୯ ରନ୍‌ରେ ଅଲଆଉଟ୍‌ ଶ୍ରୀଲଙ୍କା

ବେଙ୍ଗାଲୁରୁ,୧୩।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯାଉଛି। ଦିନିକିଆ ଟେଷ୍ଟରେ ପ୍ରଥମେ ବ୍ୟାଟିଂ...

ଭାରତ-ଏ ୨୭୩ ରନରେ ଅଗ୍ରଣୀ

ବେଙ୍ଗାଲୁରୁ, ୨।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ଦୃଢ଼ସ୍ଥିତିରେ ରହିଛି। ଶନିବାର...

ସାମ୍ନାକୁ ଆସିଲା କୋହଲିଙ୍କ ରାଗ

କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତିନିମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ସିରିଜ୍‌ ଏବେ ଖେଲାଯାଉଛି। ପ୍ରଥମ ୨ଟି ମ୍ୟାଚ୍‌ ଜିତି ସିରିଜ୍‌ ହାତେଇଛନ୍ତି ଘରୋଇ...

ଭାରତ ବିପକ୍ଷ ଏକଦିବସୀୟ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା: ଦଳରୁ ବାହାର ହେଲେ ଏହି ପ୍ରମୁଖ ଖେଳାଳି

ନୂଆଦିଲ୍ଲୀ,୧୮।୧୧: ନଭେମ୍ବର ୨୭ରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ ଖେଳାଯିବ। ଏହାର ଦଶ ଦିନ ପୂର୍ବରୁ ଅଷ୍ଟ୍ରେଲିୟ ଦଳକୁ ବଡ଼ ଝଟକା ଲାଗିଛି।...

ସ୍ଲୋ ଓଭର ରେଟ୍‌ ପାଇଁ ଭାରତକୁ ଜରିମାନା

ଦୁବାଇ, ୨୯ା୧୧ (ପି.ଟି.)-ସିଡ୍‌ନୀଠାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ ଓଭର ରେଟ୍‌ ବୋଲିଂ ପାଇଁ ଭାରତୀୟ କ୍ରିକେଟ ଦଳକୁ ମ୍ୟାଚ...

ପେସାଦାର ପ୍ରଦର୍ଶନ ନ କରିବାରୁ ସୁଆରେଜ ଦଣ୍ଡିତ

ନ୍ୟୁୟର୍କ,୩୦।୮: ୟୁଏସ୍‌ ଓପନ ଟୁର୍ନାମେଣ୍ଟ ପକ୍ଷରୁ କାର୍ଲା ସୁଆରେଜ ନାଭାରୋଙ୍କୁ ଗୁରୁବାର ଦଣ୍ଡିତ କରାଯାଇଛି। ସେ ପ୍ରଥମ ରାଉଣ୍ଡ ପରଫର୍ମାନ୍ସ ନିୟମ ଭଙ୍ଗ କରିଛନ୍ତି। ୩୦...

Advertisement
Archives

Model This Week