Posted inଖେଳ

ଚାଇନା ଓପନ୍‌ ଉପରେ ସିନ୍ଧୁଙ୍କ ନଜର

ଚାଙ୍ଗ୍‌ଝୋଉ (ଚାଇନା), ୧୬।୯ (ପି.ଟି.)- ଦଶ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଚାଇନା ଓପନ୍‌ ବିଶ୍ୱ ଟୁର୍‌ ସୁପର୍‌-୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି। ବିଶ୍ୱ ଚାମ୍ପିୟନ ଭାରତୀୟ ତାରକା ମହିଳା ଶଟ୍‌ଲର ପି.ଭି. ସିନ୍ଧୁ ଏହି ସମ୍ମାନଜନକ ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରହିଛନ୍ତି। ବିଶ୍ୱ ମାନ୍ୟତାର ୫ମ ସ୍ଥାନରେ ରହିଥିବା ସିନ୍ଧୁ ଗତ ମାସରେ ସୁଇଜରଲାଣ୍ଡର ବାସେଲରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ହେବାର କୃତୀତ୍ୱ ହାସଲ କରିଥିଲେ। ଚାଇନା ଓପନ୍‌ରେ ମଧ୍ୟ ଭାରତୀୟ ଭାବେ ଶ୍ରେଷ୍ଠ ପ୍ରଦର୍ଶନ ସିନ୍ଧୁଙ୍କ ନାମରେ ରହିଛି। ୨୦୧୬ରେ ସେ ଏଠାରେ ଟାଇଟଲ୍‌ ବିଜୟିନୀ ହୋଇଥିଲେ। ୨୪ ବର୍ଷୀୟ ସିନ୍ଧୁ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜୟିନୀ ତଥା ବିଶ୍ୱର ଏକ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ଚାଇନାର ଲି ଜୁରେଇଙ୍କ ବିପକ୍ଷରେ ଖେଳି ତାଙ୍କ ଅଭିଯାନ ଆରମ୍ଭ କରିବେ। ସ୍ମରଣଯୋଗ୍ୟ, ୨୦୧୨ରେ ଚାଇନା ମାଷ୍ଟର୍ସରେ ଅଲିମ୍ପିକ ଚାମ୍ପିୟନ ଲିଙ୍କୁ ପରାସ୍ତ କରି ବିଶ୍ୱସ୍ତରରେ ସିନ୍ଧୁ ନିଜ ପରିଚୟ ପ୍ରତିଷ୍ଠା କରିପାରିଥିଲେ। ଉଭୟ ସିନ୍ଧୁ ଓ ଲି’ଙ୍କ ମଧ୍ୟରେ ମୋଟ୍‌ ୬ଥର ମୁକାବିଲା ହୋଇଥିବାବେଳେ ଉଭୟ ୩ଥର ଲେଖାଏ ବିଜୟୀ ହୋଇଛନ୍ତି। ବିଶ୍ୱ ମାନ୍ୟତାର ୮ମ ସ୍ଥାନରେ ରହିଥିବା ସାଇନା ନେହ୍ବାଲ ମଧ୍ୟ ଏହି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ଲକ୍ଷ୍ୟରେ ରହିଛନ୍ତି। ସାଇନା ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମରନ୍‌ଗଫାନଙ୍କୁ ଭେଟିବେ। ତେବେ ପୁରୁଷ ସିଙ୍ଗଲ୍ସରେ କିଡାମ୍ବୀ ଶ୍ରୀକାନ୍ତ ଓ ଏଚ୍‌.ଏସ୍‌. ପ୍ରଣୟ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ଶ୍ରୀକାନ୍ତ ଆଣ୍ଠୁଜନିତ ଆଘାତ ସମସ୍ୟା ଲାଗି ଓ ପ୍ରଣୟ ଡେଙ୍ଗୁ ଜ୍ୱର ପାଇଁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ କ୍ରୀଡ଼ା ପୁରସ୍କାର ଅର୍ଥରାଶିରେ ଆଶାତୀତ ବୃଦ୍ଧି

ନୂଆଦିଲ୍ଲୀ,୩୦।୮(ପି.ଟି.): ଜାତୀୟ କ୍ରୀଡ଼ା ପୁରସ୍କାର ଅର୍ଥ ରାଶିରେ ଆଶାତୀତ ବୃଦ୍ଧି କରାଯାଇଛି। ଏ ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍‌ ରିଜିଜୁ ଶନିବାର ଆନୁଷ୍ଠାନିକ ଭାବେ ଘୋଷଣା...

ଶୂନରେ ଆଉଟ୍‌ ହେବାପରେ ଡ୍ରେସିଂ ରୁମ୍‌ରେ ଖାଉଥିଲେ ପୃଥ୍ବୀ ଶ’, ଆଉ ତା’ପରେ

ଆଇପିଏଲ୍‌ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ମିଶ୍ରିତ ପ୍ରଦର୍ଶନ ଜାରି ରହିଛି। ଏହି ଟୁର୍ନାମେଣ୍ଟରେ ସେ ୯ଟି ମ୍ୟାଚ ଖେଳି ହାରାହାରି...

ମିଡିଲ ଓଭରରେ ଧିମା ବ୍ୟାଟିଂ ଦାୟୀ

ନୂଆଦିଲ୍ଳୀ,୧୪ା୯(ପି.ଟି.): ଏସିଆ କପ ଟି ୨୦ କ୍ରିକେଟ ଟୁର୍ନାମେଣ୍ଟରେ ଭାରତୀୟ ଦଳ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ ସହିତ ସୁପର-୪ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ଭାରତୀୟ ଦଳର...

ଭାରତ-ଶ୍ରୀଲଙ୍କା ଟି୨୦ ଆଜି

ମୁମ୍ବାଇ,୩ା୧: ଟି୨୦ ବିଶ୍ୱକପ୍‌କୁ ଆଉ ମାତ୍ର ୧୮ ମାସ ରହିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମିଶନ୍‌ ୨୦୨୪ ପାଇଁ ପ୍ରସ୍ତୁତ ହେଉଛି ଭାରତ। ଭାରତୀୟ...

ପାକିସ୍ତାନ ବିପକ୍ଷରେ ରୋହିତଙ୍କ ‘ସ୍ପେଶାଲ ଫିପ୍ଟି’

କଲମ୍ବୋ,୧୦।୯: ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପାକିସ୍ତାନ ବିପକ୍ଷ ଏସିଆ କପ୍‌ ସୁପର ୪ ମୁକାବିଲାରେ ବିସ୍ଫୋରକ ବ୍ୟାଟିଂ କରି ନିଜର ୫୦ତମ ଅର୍ଦ୍ଧଶତକ...

ପାକିସ୍ତାନ ଅଧିନାୟକଙ୍କ ଭବିଷ୍ୟବାଣୀ: ବିଶ୍ୱକପ୍‌ରେ ଚମକିବେ ଏହି ଦୁଇ ଖେଳାଳି

ଦୁବାଇ,୧୭।୧୦: ଅକ୍ଟୋବର ୧୭ରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍‌। ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ କ୍ରିକେଟ ଟିମ୍‌ ଦ୍ୱିତୀୟ ଥର ଚାମ୍ପିୟନ ହେବା ଲକ୍ଷ୍ୟରେ ୟୁଏଇ...

ଫିଲ୍ଡ ଅମ୍ପାୟର ଦେବେ ନାହିଁ ନୋ ବଲ

ଦୁବାଇ,୫ା୧୨(ପି.ଟି.)- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ଟି୨୦ ସିରିଜ୍‌ରେ ଫ୍ରଣ୍ଟ ଫୁଟ୍‌ ନୋ ବଲ ଫିଲ୍ଡ ଅମ୍ପାୟର ଦର୍ଶାଇବେ ନାହିଁ। ଏହି...

ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟରିଂ କରିବେ ଧର୍ମସେନା, ମାରିଆସ

ଲଣ୍ଡନ,୧୨।୭(ପି.ଟି.)- ରବିବାର ଆଇକନିକ୍‌ ଲଡର୍‌ସ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଓ ଆୟୋଜକ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଚଳିତ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଲାଗି ଶ୍ରୀଲଙ୍କା ଅମ୍ପାୟର...

Advertisement
Archives

Model This Week