Posted inଖେଳ

ଚାଇନା ଓପନ୍‌ ଉପରେ ସିନ୍ଧୁଙ୍କ ନଜର

ଚାଙ୍ଗ୍‌ଝୋଉ (ଚାଇନା), ୧୬।୯ (ପି.ଟି.)- ଦଶ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଚାଇନା ଓପନ୍‌ ବିଶ୍ୱ ଟୁର୍‌ ସୁପର୍‌-୧୦୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି। ବିଶ୍ୱ ଚାମ୍ପିୟନ ଭାରତୀୟ ତାରକା ମହିଳା ଶଟ୍‌ଲର ପି.ଭି. ସିନ୍ଧୁ ଏହି ସମ୍ମାନଜନକ ପ୍ରତିଯୋଗିତାରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ଲକ୍ଷ୍ୟରେ ରହିଛନ୍ତି। ବିଶ୍ୱ ମାନ୍ୟତାର ୫ମ ସ୍ଥାନରେ ରହିଥିବା ସିନ୍ଧୁ ଗତ ମାସରେ ସୁଇଜରଲାଣ୍ଡର ବାସେଲରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିବାରେ ସେ ପ୍ରଥମ ଭାରତୀୟ ହେବାର କୃତୀତ୍ୱ ହାସଲ କରିଥିଲେ। ଚାଇନା ଓପନ୍‌ରେ ମଧ୍ୟ ଭାରତୀୟ ଭାବେ ଶ୍ରେଷ୍ଠ ପ୍ରଦର୍ଶନ ସିନ୍ଧୁଙ୍କ ନାମରେ ରହିଛି। ୨୦୧୬ରେ ସେ ଏଠାରେ ଟାଇଟଲ୍‌ ବିଜୟିନୀ ହୋଇଥିଲେ। ୨୪ ବର୍ଷୀୟ ସିନ୍ଧୁ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜୟିନୀ ତଥା ବିଶ୍ୱର ଏକ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ଚାଇନାର ଲି ଜୁରେଇଙ୍କ ବିପକ୍ଷରେ ଖେଳି ତାଙ୍କ ଅଭିଯାନ ଆରମ୍ଭ କରିବେ। ସ୍ମରଣଯୋଗ୍ୟ, ୨୦୧୨ରେ ଚାଇନା ମାଷ୍ଟର୍ସରେ ଅଲିମ୍ପିକ ଚାମ୍ପିୟନ ଲିଙ୍କୁ ପରାସ୍ତ କରି ବିଶ୍ୱସ୍ତରରେ ସିନ୍ଧୁ ନିଜ ପରିଚୟ ପ୍ରତିଷ୍ଠା କରିପାରିଥିଲେ। ଉଭୟ ସିନ୍ଧୁ ଓ ଲି’ଙ୍କ ମଧ୍ୟରେ ମୋଟ୍‌ ୬ଥର ମୁକାବିଲା ହୋଇଥିବାବେଳେ ଉଭୟ ୩ଥର ଲେଖାଏ ବିଜୟୀ ହୋଇଛନ୍ତି। ବିଶ୍ୱ ମାନ୍ୟତାର ୮ମ ସ୍ଥାନରେ ରହିଥିବା ସାଇନା ନେହ୍ବାଲ ମଧ୍ୟ ଏହି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ଲକ୍ଷ୍ୟରେ ରହିଛନ୍ତି। ସାଇନା ପ୍ରଥମ ରାଉଣ୍ଡରେ ଥାଇଲାଣ୍ଡର ବୁସାନାନ ଓଙ୍ଗବାମରନ୍‌ଗଫାନଙ୍କୁ ଭେଟିବେ। ତେବେ ପୁରୁଷ ସିଙ୍ଗଲ୍ସରେ କିଡାମ୍ବୀ ଶ୍ରୀକାନ୍ତ ଓ ଏଚ୍‌.ଏସ୍‌. ପ୍ରଣୟ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ଶ୍ରୀକାନ୍ତ ଆଣ୍ଠୁଜନିତ ଆଘାତ ସମସ୍ୟା ଲାଗି ଓ ପ୍ରଣୟ ଡେଙ୍ଗୁ ଜ୍ୱର ପାଇଁ ଓହରି ଯିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ

ଝରିଗାଁ, ୧୨/୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ସକାଳୁ ଏକମ୍ବା ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର…

ବିଶ୍ଵବାସୀଙ୍କୁ ସୁସ୍ଥ ଓ ନିରୋଗ ମାର୍ଗ ଦେଖାଉଛି ଯୋଗ: ଶାରୀରିକ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ

ଦିଗପହଣ୍ଡି,୧୨|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର କଲେଜ ପରିସରରେ ଯୋଗ ଓ ପ୍ରାଣାୟମ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

ପ୍ରଧାନମନ୍ତ୍ରୀ ମୋଦି, ପୁଟିନ, ଜିନପିଙ୍ଗ… ବ୍ରିକ୍ସ (BRICS)ର ଏକ ଶକ୍ତିଶାଳୀ ଚିତ୍ର, ବିଶ୍ୱ ପାଇଁ ଦେଉଛି ବଡ଼ ବାର୍ତ୍ତା…

ନୂଆଦିଲ୍ଲୀ,୧୨।୯: ବ୍ରିକ୍ସ (BRICS) ସମ୍ମିଳନୀରୁ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ଆଦର୍ଶ ଛାତ୍ର ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚି…

ତୁମୁଡ଼ିବନ୍ଧ, ୧୨।୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଭିକାର…

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?