ଚାଇନା ଆପ୍‌କୁ ନା, ବିକଳ୍ପ ଚାହୁଁଛନ୍ତି ଯୁବପିଢ଼ି

କଟକ ଅଫିସ,୨୧।୬: କିଛିଦିନ ହେଲା ଭାରତ ଓ ଚାଇନା ଭିତରେ ଲାଗିରହିଥିବା ତିକ୍ତତା ଓ କରୋନା ସଂକ୍ରମଣ ଭୟ ଯୋଗୁ ଚାଇନା ଓ ସେଠାକାର ଉତ୍ପାଦିତ ଦ୍ରବ୍ୟ ପ୍ରତି ବିମୁଖ ହୋଇଛନ୍ତି ଭାରତୀୟ। କରୋନା ମହାମାରୀର ଆତଙ୍କ ସମୟରେ ଦେଶର ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତର ଆହ୍ବାନ ମଧ୍ୟ ଦେଇଛନ୍ତି। ଏହି କ୍ରମରେ ଚାଇନାର ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌ସ ବା ବୈଦ୍ୟୁତିକ ସରଞ୍ଜାମକୁ ବର୍ଜନ କରିବା ପାଇଁ ସବୁଠି ସ୍ବର ତେଜୁଛି। ଏବେ ଗଲଓ୍ବାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଦେଶବାସୀ, ବିଶେଷକରି ଯୁବପିଢ଼ି ଚାଇନାର ମୋବାଇଲ ଆପ୍ଲିକେଶନ ସବୁକୁ ବର୍ଜନ କରିବାକୁ ଆଗଭର ହୋଇଛନ୍ତି। ଏନେଇ ସୋସିଆଲ ମିଡିଆ ଫେସବୁକ୍‌, ଇନଷ୍ଟାଗ୍ରାମ, ହ୍ବାଟ୍‌ସଆପ୍‌ ଆଦିରେ ଚାଇନା ସାମଗ୍ରୀ ଓ ଆପ୍‌ ବିରୋଧରେ ବିଭିନ୍ନ ପ୍ରକାର ପୋଷ୍ଟ ବଢ଼ିବାରେ ଲାଗିଛି। କିଛିବର୍ଷ ଧରି ଲୋକପ୍ରିୟ ହୋଇଥିବା ଚାଇନାର ଆପ୍‌ ଟିକ୍‌ଟକ୍‌କୁ ମଧ୍ୟ ବର୍ଜନ କରିଛନ୍ତି ଅଧିକାଂଶ ଯୁବପିଢ଼ି। ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ମଧ୍ୟ ସୂଚାଇଛନ୍ତି ଯେ ଟିକ୍‌ଟକ୍‌ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରିବା ସହ ସଂସ୍କୃତିକୁ ନଷ୍ଟ କରୁଛି। ଏହା ଉପରେ ଲଗାମ ଲଗାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ମୋଟାମୋଟି କଥା ହେଉଛି ଯେ ଚାଇନା ପ୍ରସ୍ତୁତ ସାମଗ୍ରୀ ବିରୋଧରେ ଅଧିକାଂଶଙ୍କ ସ୍ବର ଉଠୁଛି। ଅବଶିଷ୍ଟ ଜନତା ଚାଇନା ଦ୍ରବ୍ୟର ଭାରତୀୟ ବିକଳ୍ପ ଚାହୁଁଛନ୍ତି, ଯଦ୍ୱାରା ସେମାନେ ଚାଇନାକୁ ବର୍ଜନ କରିପାରିବେ।

ବହୁ ପୂର୍ବରୁ ବର୍ଜନ କରିବାର ଥିଲା
ଚାଇନିଜ ଆପ କିମ୍ବା ସାମଗ୍ରୀ ବ୍ୟବହାର ନ କରିବା ପାଇଁ ସୋସିଆଲ ମିଡିଆରେ ଯେଉଁ ଆହ୍ବାନ ଦିଆଯାଉଛି, ତାହା ବହୁ ପୂର୍ବରୁ ହେବାର ଥିଲା। ସୀମାରେ ଗୋଟିଏ ପଟେ ଆମର ସେନା ଚାଇନା ହାତରେ ଶହୀଦ ହେଉଥିବା ବେଳେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ବ୍ୟବହାର କରି ଚାଇନା ଅର୍ଥନୀତିକୁ ଲାଭ ଦେବା ବନ୍ଦ ହେଉ।
– ଲୁନା ସ୍ବାଇଁ

ସରକାର ବିକଳ୍ପ ତିଆରି କରନ୍ତୁ
ଚାଇନିଜ୍‌ ଆପ୍‌ଗୁଡ଼ିକ ଭାରତରେ ଲୋକପ୍ରିୟ ହୋଇସାରିଛି। କୌଣସି ଆପ୍‌କୁ ଡିଲିଟ କଲେ ଚାଇନାର କିଛି କ୍ଷତି ହେବନାହିଁ। ଆମ ଦେଶରେ ଏଥିପାଇଁ ବିକଳ୍ପ ଆପ୍‌ ଏବଂ ବିକଳ୍ପ ଦ୍ରବ୍ୟ ପ୍ରସ୍ତୁତ ହେବା ଜରୁରୀ। କେନ୍ଦ୍ର ସରକାର ଏ ଦିଗରେ ସ୍ବତନ୍ତ୍ର ପଦକ୍ଷେପ ନିଅନ୍ତୁ।
– ଚିନ୍ମୟ ଖୁଣ୍ଟିଆ

ଆପ୍‌ ଡିଲିଟ୍‌ କରିଦେଲେ ହେବନି
ମୁଁ ଏବେଯାଏ ଟିକ୍‌ଟକ୍‌କୁ ଫୋନ୍‌ରୁ ଡିଲିଟ ମାରିନାହିଁ। ଏପରିକି ମୋ’ ମୋବାଇଲ ମଧ୍ୟ ଚାଇନା ତିଆରି। ଚାଇନାର ଆପ୍‌ କିମ୍ବା ସାମଗ୍ରୀର ବ୍ୟବହାର ବନ୍ଦ କରିଦେଲେ ସେମାନଙ୍କ ଆର୍ଥତ୍କ ଅଭିବୃଦ୍ଧିରେ ରୋକ୍‌ ଲାଗିବ ନାହିଁ। ସେଠାକାର ଯାହା ସବୁ ଆମେ ବ୍ୟବହାର କରୁଛେ, ତାହା ଆମ ଦେଶରୁ ପ୍ରସ୍ତୁତ ହେଲେ ଲୋକେ ସ୍ବଦେଶୀ ହୋଇପାରିବେ।
– ରାଜଲକ୍ଷ୍ମୀ ସ୍ବାଇଁ

ବହୁପୂର୍ବରୁ ବନ୍ଦ କରିଛି ଚାଇନା ଆପ୍‌
ମୁଁ ବହୁ ପୂର୍ବରୁ ଚାଇନିଜ ଆପ୍ଲିକେଶନର ବ୍ୟବହାର ବନ୍ଦ କରିଦେଇଛି। ପ୍ରଥମେ ନିଜେ ସଚେତନ ହେଲେ ଅନ୍ୟମାନେ ମଧ୍ୟ ହୋଇପାରିବେ। ସରକାର ମଧ୍ୟ ଚାଇନା ଉତ୍ପାଦିତ ଦ୍ରବ୍ୟ ପ୍ରତି କଠୋର ହେବା ଦରକାର। ଚାଇନାର ସମସ୍ତ ବ୍ୟବସାୟ ଭାରତରେ ବନ୍ଦ ହେବା ଆବଶ୍ୟକ।
– ଶୁଭଶ୍ରୀ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ

ରାଇରଙ୍ଗପୁର, ୩ା୪(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ପୌର ପରିଷଦ ପକ୍ଷରୁ ସହରରେ ଥିବା ଗରିବ, ଅସହାୟ ଓ ଅଟକି ରହିଥିବା ପଡ଼ୋଶୀ ଝାରଖଣ୍ଡ ଓ ପଶ୍ଚିମବଙ୍ଗ...

ଗୋଟିଏ ଦିନରେ ୪ ବଳାତ୍କାର ମାମଲା ରୁଜୁ

ବାରିପଦା ଅଫିସ/ରାଇରଙ୍ଗପୁର,୧ା୧୧(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲାର ବିଭିନ୍ନ ଥାନାରେ ଗୋଟିଏ ଦିନରେ ୪ଟି ବଳାତ୍କାର ମାମଲା ରୁଜୁ ହୋଇଛି। ବୁଧବାର ଠାକୁରମୁଣ୍ଡା, କରଞ୍ଜିଆ, ଗୋରୁମହଷାଣି ଓ ଝାରପୋଖରିଆ ଥାନାରେ...

ନାଲ୍‌କୋର ୧୪୧ କର୍ମଚାରୀଙ୍କ ସ୍ବାବ୍‌ ପରୀକ୍ଷା

ବଅଁରପାଳ,୧ା୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋର ଜଣେ ଡିଜିଏମ୍‌ଙ୍କର ସୋମବାର ରାତିରେ କରୋନାରେ ମୃତ୍ୟୁ ଘଟିଥିଲା। ଏଥିସହିତ ସମ୍ପୃକ୍ତ ଡିଜିଏମ୍‌ଙ୍କର ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।...

ଆହତ ତାମିଲନାଡୁ ତୀର୍ଥଯାତ୍ରୀଙ୍କୁ ଭେଟିଲେ ବିଧାୟକ

ଛତ୍ରପୁର,୨୪।୪(ଡି.ଏନ.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୫ ଜଣ ଆହତ...

ବୋଇତ ବନ୍ଦାଣ ମହୋତ୍ସବ ଉଦ୍‌ଯାପିତ: ପର୍ଯ୍ୟଟନ କ୍ଷେତ୍ର ଚିଲିକାର ବିକାଶ ନିତାନ୍ତ ଆବଶ୍ୟକ

ବାଲୁଗାଁ,୧୪ା୧୧(ଡି.ଏନ.ଏ.): ନିଳାମ୍ବୁ ଚିିଲିକା ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ସମ୍ପ୍ରତି ଚିଲିକାର ପୃଷ୍ଠଭୂମି ଅବକ୍ଷୟ ଦିଗକୁ ଗତି କରୁଥବା ବେଳେ...

ବେଆଇନ ଦର୍ଶାଇ ବନ୍ଦ କରାଯାଇଥିଲା ଭିନ୍ନକ୍ଷମଙ୍କ ୨୨ ମାସର ଭତ୍ତା କୋର୍ଟଙ୍କ ନିର୍ଦ୍ଦେଶ ପରେ ଦେଲା ବ୍ଲକ ପ୍ରଶାସନ

ଏରସମା,୨୧ା୧(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ଭିତର ଅନ୍ଧାରୀ ପଞ୍ଚାୟତସ୍ଥିତ ଜାମୁକଣ ଗ୍ରାମର ଭିନ୍ନକ୍ଷମ ଲକ୍ଷ୍ମୀଧର ମହାପାତ୍ର ୨୨ମାସ ଧରି ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଥିଲେ। ଫଳରେ...

ଡାକ୍ତରଙ୍କ ଅବହେଳାରୁ ସେବାଶ୍ରମ ଛାତ୍ରୀଙ୍କ ମୃତ୍ୟୁ : ଅଭିଯୋଗ ଆଣିଲେ ପରିବାର ଲୋକେ

କୋରାପୁଟ/ନାରାୟଣପାଟଣା,୨୭।୯(ସ୍ବ.ପ୍ର/ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ଓଡିଆପେଣ୍ଠ ସେବାଶ୍ରମର ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଜ୍ୱରରେ ପୀଡିତ ହୋଇ ନାରାୟଣପାଟଣା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ତେବେ...

ରାଜଧାନୀରେ ଆନ୍ତଃରାଜ୍ୟ କାର ଚୋରି ର଼୍ୟାକେଟ୍‌

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ବାହାର ରାଜ୍ୟରୁ ଚୋରି, ଭୁବନେଶ୍ୱରରେ ବିକ୍ରି। ସକ୍ରିୟ ରହିଥିବା ଏକ ଆନ୍ତଃରାଜ୍ୟ କାର୍‌ ଚୋରି ର଼୍ୟାକେଟକୁ ଧରିଛି କମିଶନରେଟ୍‌ ପୋଲିସ। ରବିବାର ଶହୀଦନଗର ଥାନା...

Advertisement
Archives

Model This Week