‘ଚାଇନାର ଶକ୍ତିବୃଦ୍ଧି ବିଶ୍ୱକୁ ବିପଦ’

ଓ୍ବାଶିଂଟନ,୨୨ା୯(ପି.ଟି.): ଚାଇନାର ସାମରିକ ଶକ୍ତିବୃଦ୍ଧିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚିନ୍ତାବ୍ୟକ୍ତ କରିବା ସହ ଏହା ସାରା ବିଶ୍ୱ ପାଇଁ ବିପଦ ବୋଲି କହିଛନ୍ତି। ଏହି କମ୍ୟୁନିଷ୍ଟ ରାଷ୍ଟ୍ର ଆମେରିକାର ବୌଦ୍ଧିକ ସମ୍ପତ୍ତି ଚୋରି କରି ଏହାର ପ୍ରତିରକ୍ଷା ସାମର୍ଥ୍ୟ ବୃଦ୍ଧି କରିଛି। ଏହାକୁ ରୋକି ନ ଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତିମାନଙ୍କୁ ଟ୍ରମ୍ପ୍‌ ଦାୟୀ କରିଛନ୍ତି। ବିବାଦୀୟ ଦକ୍ଷିଣ ଚାଇନା ସାଗରରେ ଆମେରିକାର ପ୍ରବେଶକୁ ପ୍ରତିହତ କରିବା ଲାଗି ବେଜିଂ ଏହାର ପ୍ରତିରକ୍ଷା ବ୍ୟୟ ୧୫୨ ବିଲିୟନ ଡଲାରକୁ ବୃଦ୍ଧି କରିଛି। ସେମାନେ ସାମରିକ ଶକ୍ତିର ଦ୍ରୁତ ବୃଦ୍ଧି କରୁଥିବାରୁ ଏହା ବିଶ୍ୱ ପାଇଁ ବିପଜ୍ଜନକ ବୋଲି ଟ୍ରମ୍ପ୍‌ କହିଛନ୍ତି। ତାଙ୍କ ସହ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍‌ ଉପସ୍ଥିତ ଥିଲେ। ତାଙ୍କ ପୂର୍ବରୁ ଆମେରିକା ରାଷ୍ଟ୍ରପତିମାନେ ଚାଇନାକୁ ବର୍ଷକୁ ୫୦୦ ବିଲିୟନରୁ ଊର୍ଦ୍ଧ୍ୱ ଆର୍ଥତ୍କ ସହାୟତା ଯୋଗାଉଥିଲେ। ଏଥିସହିତ ଆମେରିକାର ବୌଦ୍ଧିକ ସମ୍ପତ୍ତି ଓ ସମ୍ପତ୍ତି ଅଧିକାରକୁ ମଧ୍ୟ ବେଜିଂ ଚୋରି କରିଥିଲା। ସେ ଏଭଳି ହେବାକୁ ଦେବେନାହିଁ ବୋଲି ଟ୍ରମ୍ପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାରଣରୁ ହ୍ବାଇଟ୍‌ ହାଉସ ବାହାରେ ଅଟକି ରହିଲେ ବାଇଡେନ

ଓ୍ବାଶିଂଟନ,୨୪।୧: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜୋ ବାଇଡେନ ଓ ତାଙ୍କ ପରିବାରକୁ ସହ ଅସହଜ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି।...

ଜାଣିଶୁଣି କରାଯାଇଥିଲା ଚାଇନା ବିମାନ ଦୁର୍ଘଟଣା, ବ୍ଲାକ ବକ୍ସ ଡାଟାରୁ ମିଳିଲା ତଥ୍ୟ

ବେଜିଂ,୧୮ ।୫: ଚଳିତ ବର୍ଷ ଆରମ୍ଭରେ ଚାଇନାରେ ହୋଇଥିବା ଏକ ବିମାନ ଦୁର୍ଘଟଣାକୁ ନେଇ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି । ୱାଲ ଷ୍ଟ୍ରିଟ...

ଭୋକ ବିକଳରେ କନ୍ୟାରତ୍ନ ବିକ୍ରି କରୁଛନ୍ତି ଆଫଗାନୀ, ଖାଦ୍ୟ ସଙ୍କଟ ଚେତାବନୀ ଦେଲା ଜାତିସଂଘ…

କାବୁଲ,୨୭।୧୦: ଆଫଗାନିସ୍ତାନ ଏବେ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛି। ଲୋକେ ଖାଦ୍ୟ କିଣିବା ପାଇଁ ନିଜର ସମ୍ପତ୍ତି ଏବଂ ପଶୁ ବିକ୍ରୟ କରୁଥିଲେ। ମାତ୍ର ଏବେ...

ଆମେରିକାରେ ସଶସ୍ତ୍ର ବିକ୍ଷୋଭ ଆଶଙ୍କା

ଓ୍ବାଶିଂଟନ, ୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାବେଳେ ଜାନୁୟାରୀ ୬ ଭଳି ହିଂସାତ୍ମକ ବିକ୍ଷୋଭ ଓ ଟ୍ରମ୍ପ୍‌ ସପକ୍ଷ ରାଲି...

ବ୍ରାଜିଲରେ ୯୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ରିଓ ଡି ଜେନେରିଓ,୧୮।୨: ଲଗାଣ ବର୍ଷା ପରେ ବ୍ରାଜିଲରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି। ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ଘଟି ମୃତ୍ୟୁ ସଂଖ୍ୟା ୧୧୭କୁ...

ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ରୋମ,୨୭।୫: ରୋମ ସହରରେ ଥିବା ଏକ ଘରେ ଭିଷଣ ନିଆଁ ଲାଗିଯାଇଥିବାର ଏକ ଭିଡିଓ ସାମ୍‌ନାକୁ ଆସିଛି। ଯେଉଁଥିରେ ଜଣେ ଯୁବକ ନିଜର ଉପସ୍ଥିତି ବୁଦ୍ଧି...

ଏସ୍‌ଏନ୍‌ଏଲ୍‌ ବିବାଦରେ ମସ୍କ

ଓ୍ବାଶିଂଟନ,୮ା୫: ଆମେରିକାର ଏନ୍‌ବିସି ‘ସଟର୍ଡେ ନାଇଟ୍‌ ଲାଇଭ୍‌’ (ଏସ୍‌ଏନ୍‌ଏଲ୍‌)ରେ ପ୍ରସାରିତ ବିଳମ୍ବିତ ରାତି ଟିଭି କମେଡି ଶୋ’ ମଚ୍‌ ଏଡୋ ଏବାଉଟ ନଥିଂ ଏହାର ୪୬ତମ...

ଉପରାଷ୍ଟ୍ରପତିଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

କାବୁଲ, ୯।୯: ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଉପରେ ବୁଧବାର ସକାଳ ୭ଟା ୩୦ରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଅମରୁଲ୍ଲା ରାଜଧାନୀ କାବୁଲରେ ସୁରକ୍ଷାକର୍ମୀଙ୍କ ସହିତ...

Advertisement
Archives

Model This Week