ଚାଇନାରେ ଫଶିଥିବା ପାକିସ୍ତାନ ଛାତ୍ର ଇମ୍ରାନଙ୍କୁ କହିଲେ ଭାରତଠାରୁ କିଛି ଶିଖ

ବେଜିଂ,୨।୨: କରୋନାଭାଇରସ କାରଣରୁ ଚାଇନାର ଉହାନ ସହରରେ ବହୁଲୋକ ଫଶି ରହିଛନ୍ତି। ଏବେ ସେଠାକୁ ଯିବାକୁ ଚାଇନା ପକ୍ଷରୁ ବାରଣ କରାଯାଇଛି। କାରଣ ଉହାନ ସହରରେ ହିଁ ସବୁଠାରୁ ଅଧିକ ଲୋକ କରୋନାଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତେବେ ସେଠାରେ ଥିବା ଅଧିକାଂଶ ଭାରତୀୟଙ୍କୁ ଦୁଇଦିନ ମଧ୍ୟରେ ଭାରତ ସ୍ବତନ୍ତ୍ର ବିମାନରେ ସ୍ବଦେଶ ଫେରାଇ ଆଣିଥିବା ବେଳେ ଏହାକୁ ଦେଖି ଜଣେ ପାକିସ୍ତାନ ଛାତ୍ର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଟାର୍ଗେଟ କରିଛନ୍ତି। ସେ ଏକ ଭିଡିଓ ଶେୟାର କରି ଇମ୍ରାନଙ୍କୁ ଏକ ପ୍ରକାର ଗାଳି କରିଛନ୍ତି। ଉହାନ ସହରରେ ଥିବା ଛାତ୍ରଙ୍କୁ ନେବାପାଇଁ ଭାରତ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଉହାନରୁ ସେମାନଙ୍କୁ ବସ୍‌ଯୋଗେ ବିମାନବନ୍ଦର ଅଣାଯାଇ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଭାରତ ଅଣାଯାଇଛି। ତେବେ ଯେତେବେଳେ ସେଠାରୁ ଭାରତୀୟ ଛାତ୍ରମାନେ ବସ୍‌ରେ ବସୁଥିଲେ ସେବେତେଳର ଏକ ଭିଡିଓ ଶୁଟ୍‌ କରି ଛାତ୍ର ଜଣଙ୍କ ଇମ୍ରାନଙ୍କୁ କହିଛନ୍ତି, ଦେଖ ଉହାନରେ ଥିବା ଭାରତୀୟ ଛାତ୍ରଙ୍କୁ ନେବାକୁ ଏହି ବସ ଆସିଛି। ଯାହା ସେମାନଙ୍କୁ ନେଇ ବିମାନ ବନ୍ଦରରେ ଛାଡିବ। ହେଲେ ପାକିସ୍ତାନ ସରକାର ଆମ କଥା ଆଦୌ ଚିନ୍ତା କରୁ ନାହାନ୍ତି। ଏତିକି ବେଳେ ସେ କହିଛନ୍ତି ଇମ୍ରାନ ଭାରତଠାରୁ କିଛି ଶିଖନ୍ତୁ। ସୂଚନାଯୋଗ୍ୟ, ଚାଇନାରେ ଥିବା ପାକିସ୍ତାନ ନାଗରିକଙ୍କୁ ଆଣିବା ପାଇଁ ନିକଟରେ ପାକ୍‌ ସରକାର ମନା କରିଦେଇଥିବା ବେଳେ ଛାତ୍ର ଜଣଙ୍କ କ୍ରୋଧାନ୍ବିତ ହୋଇ ଏହା କହିଛନ୍ତି। ଛାତ୍ର ଜଣଙ୍କର ଏହି ଭିଡିଓକୁ ପାକିସ୍ତାନର ଖବରଦାତା ନାୟଲା ଇନାୟତ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏବେ ଏହା ଭାଇରାଲ ହୋଇଛି। କରୋନାଭାଇରସ ଯୋଗୁ ସେଠାରେ ଥିବା ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସୂଚନାଯୋଗ୍ୟ, ଚାଇନାରେ କରୋନାଭାଇରସ ସଂକ୍ରମଣରେ ଏବେ ପ୍ରାୟ ୩ଶହ ଲୋକଙ୍କ ମୃତ୍ୟୁ ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri