Posted inଖେଳ

ଚାଇନାରେ କ୍ରିକେଟ ଲାଗି ରହିଛି ଗୋଟିଏ ଘାସ ପିଚ୍‌

ସାଙ୍ଘାଇ,୯।୮(ଏଏଫ୍‌ପି)- ଚାଇନାରେ ପ୍ରାୟ ନାଗରିକଙ୍କୁ କ୍ରିକେଟ କ୍ରୀଡ଼ା ବିଷୟରେ ଜଣାନାହିଁ। ୧.୪ ବିଲିୟନ ଜନସଂଖ୍ୟାଙ୍କ ଲାଗି ଗୋଟିଏ ଘାସ ପିଚ୍‌ ରହିଛି। ଏବେ ସେମାନେ ଫୁଟ୍‌ବଲ ପିଚ୍‌ରେ ପ୍ଲାଷ୍ଟିକ୍‌ ଉଇକେଟ ସହ ଖେଳିବା ଆରମ୍ଭ କରିଛନ୍ତି। ସେଠାରେ କ୍ରିକେଟ ଲାଗି ରହିଛି ସୀମିତ ସୁଯୋଗ ଓ ସୁବିଧା, ଯାହାକି ଦଳର ପ୍ରଦର୍ଶନରୁ ବାରି ହୋଇ ପଡ଼ୁଛି। କ୍ରିକେଟ ଇତିହାସରେ ସର୍ବନିମ୍ନ ସ୍କୋରରେ ଅଲଆଉଟ ହୋଇ ଚାଇନା ବିଶ୍ୱରେ ଚର୍ଚ୍ଚାକୁ ଆସୁଛି। ଏଥିଯୋଗୁ ଦେଶରେ କ୍ରିକେଟର ବିକାଶ ହୋଇପାରୁ ନାହିଁ। ୨୦୧୭ରେ ଜାତୀୟ ପୁରୁଷ ଦଳ ବିଶ୍ୱ କ୍ରିକେଟ ଲିଗ୍‌ ଫାଇନାଲରେ ସୌଦି ଆରବ ବିପକ୍ଷରେ ୨୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଆଉ ଚଳିତ ବର୍ଷ ଜାନୁୟାରୀରେ ମହିଳା ଦଳ ୟୁଏଇ ବିପକ୍ଷରେ ୧୪ରେ ସୀମିତ ରହି ଚର୍ଚ୍ଚାକୁ ଆସିଥିଲା। ଦେଶରେ କ୍ରକେଟ ପ୍ରଶଂସକ ମଧ୍ୟ ନାହାନ୍ତି। ଦେଶରେ ଘାସ ପିଚ୍‌ର ଅଭାବ ରହିଛି। କେବଳ ଗୋଟିଏ ଘାସ ଯୁକ୍ତ ପିଚ୍‌ ରହିଛି, ଯାହାକି ଗୁଆଙ୍ଗଝୌଠାରୁ ୧,୫୦୦ କିମି ଦୂର। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ରିପୋର୍ଟ ଅନୁଯାୟୀ, ଚାଇନାରେ ୮୦ ହଜାର ଲୋକ କ୍ରିକେଟ ଖେଳୁଛନ୍ତି। ଏମାନଙ୍କ ମଧ୍ୟରେ ମୋଟ ସଂଖ୍ୟାର ଅଧା ମହିଳା ଓ ବାଳିକା ରହିଛନ୍ତି। ବିଶ୍ୱର ଦ୍ୱିତୀୟ ବୃହତ୍‌ ଇକୋନୋମି ଦେଶ ଚାଇନାରେ କ୍ରିକେଟର ଉନ୍ନତି ଦିଗରେ ଆଇସିସି କାର୍ଯ୍ୟ କରୁଛି। କିନ୍ତୁ ବର୍ତ୍ତମାନ ସେଠାରେ କ୍ରିକେଟ ଖେଳୁଥିବା ଲୋକଙ୍କ ସଂଖ୍ୟା ଦେଶର ଜନସଂଖ୍ୟା ତୁଳନାରେ କିଛି ନୁହେଁ। କ୍ରୀଡ଼ାର ଉନ୍ନତି ଲାଗି ଦେଶରେ କାର୍ଯ୍ୟ କରୁଥିବା ହୁଆଙ୍ଗ ଝୋ ବିଶ୍ୱାସ କରନ୍ତି ଯେ, ଆଗାମୀ ଭବିଷ୍ୟତରେ ଚାଇନା ମଧ୍ୟ ଅନ୍ତର୍ଜାତୀୟସ୍ତରରେ ଭଲ ପ୍ରଦର୍ଶନ କରିପାରିବ। ସେ ୨୦୧୦ ଓ ୨୦୧୪ ଏସିଆନ୍‌ ଗେମ୍ସରେ ଅଂଶଗ୍ରହଣ କରିଥିବା ଚାଇନା ଦଳର ସଦସ୍ୟ ଥିଲେ। ୨୦୧୮ ସଂସ୍କରଣରେ କ୍ରିକେଟକୁ ସ୍ଥାନ ମିଳି ନ ଥିଲା। ପରବର୍ତ୍ତୀ ୨୦୨୨ ସଂସ୍କରଣରେ କ୍ରିକେଟ ପୁଣି ଫେରିବାକୁ ଯାଉଛି। ଉଲ୍ଲେଖଥାଉ କି, ୧୮୫୮ରେ ଚାଇନାରେ ପ୍ରଥମ କ୍ରିକେଟ ମ୍ୟାଚ୍‌ ଖେଳାଯାଇଥିଲା, ଯେଉଁଥିରେ ବ୍ରିଟିଶ ନାଭି ଓ ସାଙ୍ଘାଇର ଏକ ଦଳ ପରସ୍ପରକୁ ଭେଟିଥିଲେ। ଏହାପରେ ବ୍ରିଟିଶ ଅଷ୍ଟ୍ରେଲିଆ, ଦକ୍ଷିଣ ଏସିଆ, କାରିବିଅନ ଓ ହଂକଂ ଭଳି ଦେଶରେ କ୍ରିକେଟର ବିକାଶ ଦିଗରେ କାର୍ଯ୍ୟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୟାଚ୍‌ ଛାଡ଼ିବାରୁ ସାଥି ଖେଳାଳିଙ୍କୁ ଚାପୁଡା ମାରିଲେ

କରାଚୀ,୨୨।୨: ବିଭିନ୍ନ କାରଣ ଯୋଗୁ ଚଳିତ ପାକିସ୍ତାନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ବିବାଦରେ ଘେରି ହୋଇ ରହିଛି। ବ୍ୟକ୍ତିଗତ କାରଣ ଯୋଗୁ ବିଦେଶୀ ଖେଳାଳି ଆଲେକ୍ସ...

ଗୋଟିଏ ମ୍ୟାଚ୍‌ରେ ୬ ବଡ ରେକର୍ଡ କଲେ ଶିଖର ଧାଓ୍ବନ

କଲମ୍ବୋ,୧୯।୭: ଶିଖର ଧାୱନ ବିଜୟ ସହ ଅଧିନାୟକ ଭାବରେ ଡେବ୍ୟୁ କରିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ...

ଦକ୍ଷିଣ ଆଫ୍ରିକାର ଦଳ ଘୋଷଣା

ନୂଆଦିଲ୍ଲୀ,୧୭।୫: ଆଇପିଏଲ୍‌ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏଥିଲାଗି ଦକ୍ଷିଣ ଆଫ୍ରିକା ଟିମ୍‌ ଜୁନ୍‌ରେ...

୪୮ ବଲ୍‌ ଖେଳି ଆଇପିଏଲ୍‌ରେ ଚୌକା- ଛକା ମାରି ନାହାନ୍ତି ଏହି ଖେଳାଳି

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ବ୍ୟୟ ବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସର୍ବଦା ଚୌକା-ଛକା ବର୍ଷା ହୋଇଥାଏ। ଏହି ଟୁର୍ନାମେଣ୍ଟରେ ରୋହିତ୍‌...

କରୋନା ଆକ୍ରାନ୍ତ ହୋଇ ବାଦ୍‌ ପଡ଼ିଲେ ଏହି ଷ୍ଟାର୍‌ ଫୁଟ୍‌ବଲ ଖେଳାଳି

ପ୍ୟାରିସ, ୨୭ା୮ (ଏପି)-ଫ୍ରାନ୍ସ ମିଡ୍‌ଫିଲ୍ଡର ପଲ୍‌ ପୋଗ୍‌ବା କୋଭିଡ୍‌-୧୯ ପଜିଟିଭ ହୋଇଛନ୍ତି। ଫଳରେ ତାଙ୍କୁ ଜାତୀୟ ଫୁଟ୍‌ବଲ ଦଳରୁ ବାଦ୍‌ ଦିଆଯାଇଥିବା କୋଚ୍‌ ଡିଡିଏର୍‌ ଡେସ୍‌ଚାମ୍ପ...

ରାଇଜିଂ ଷ୍ଟୁଡେଣ୍ଟ, ରେଲଓ୍ବେ, ଓଡ଼ିଶା ଏଫ୍‌ସି ବିଜୟୀ

ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌)ରେ ବୁଧବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ରାଇଜିଂ ଷ୍ଟୁଡେଣ୍ଟ, ଇଷ୍ଟକୋଷ୍ଟ ରେଲଓ୍ବେ ଏବଂ...

ଭାରତ ସହିତ ୨୦୨୩ ବିଶ୍ୱକପ ଖେଳିବାକୁ ପାକିସ୍ତାନ ପ୍ରସ୍ତୁତ: ବାବର ଆଜମ…

ଇସଲାମାବାଦ,୪।୩ : ପାକିସ୍ତାନ କ୍ରିକେଟ ଦଳ ବର୍ତ୍ତମାନ ପାକିସ୍ତାନ ସୁପର ଲିଗରେ ବ୍ୟସ୍ତ ଅଛନ୍ତି। ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ଏକଦିବସୀୟ ବିଶ୍ୱକପ ବିଷୟରେ...

କୋହଲି କହିଲେ ‘ଶୁଭେଚ୍ଛା ଅଧିନାୟକ’; ପାଣ୍ଡ୍ୟା କହିଲେ ‘ମୋର ସବୁଦିନର ପ୍ରେମ’; ଧୋନୀଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଛୁଟିଛି…

ନୂଆଦିଲ୍ଲୀ,୭।୭: ବୁଧବାର ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି କ୍ୟାପ୍‌ଟେନ୍‌ କୁଲ୍‌। ୧୯୮୧ ଜୁଲାଇ ୭ରେ ରାଞ୍ଚିରେ ଜନ୍ମଗ୍ରହଣ କରିଥିଲେ ସେ। ଜନ୍ମଦିନରେ ପ୍ରଶଂସକଙ୍କ ସହ...

Advertisement
Archives

Model This Week