ଚଳିତବର୍ଷ ହୋଇ ନ ପାରେ ବ୍ୟାଙ୍କ ଘରୋଇକରଣ

ନୂଆଦିଲ୍ଲୀ,୧୫।୬: ଚଳିତବର୍ଷ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ଲାଗି ସରକାର ଅଗ୍ରସର ହୋଇ ନ ପାରନ୍ତି। ବ୍ୟାଙ୍କଗୁଡିକର ଭାଲ୍ୟୁଏଶନ ଏବଂ ଚାପଗ୍ରସ୍ତ ସମ୍ପତ୍ତି ବର୍ତ୍ତମାନ ଉଚ୍ଚରେ ରହିଛି। ସେହିଭଳି କୋଭିଡ-୧୯ ଦେଶର ବ୍ୟାଙ୍କିଙ୍ଗ କ୍ଷେତ୍ରର ଚାପକୁ ବଢାଇଛି। ଏଭଳି ବିଭିନ୍ନ ସମସ୍ୟାକୁ ବିଚାର କରି ସରକାର ବ୍ୟାଙ୍କ ଘରୋଇକରଣ ଯୋଜନାକୁ ଆଗକୁ ନ ବଢାଇ ପାରନ୍ତି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ୪ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କର ପ୍ରମ୍ପ୍ଟ କରେକ୍‌ଟିଭ ଆକ୍ସନ(ପିସିଏ) ନିୟମ ଯୋଗୁ ବିଭିନ୍ନ କଟକଣାରେ ରହିଛନ୍ତି। ଏହା ମଧ୍ୟରେ ଋଣ ଯୋଗାଣ, ପରିଚାଳନା କ୍ଷତିପୂରଣ ଏବଂ ନିର୍ଦ୍ଦେଶକଙ୍କ ଫି’ ଭଳି ବିଭିନ୍ନ ପ୍ରସଙ୍ଗ ସାମିଲ ରହିଛି। ଏଭଳି ପ୍ରସଙ୍ଗକୁ ଦେଖିଲେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ, ୟୁକୋ ବ୍ୟାଙ୍କ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ଘରୋଇକରଣ ଲାଗି ବର୍ତ୍ତମାନ ସ୍ଥିତି ଭଲ ନୁହେଁ ବୋଲି ଅଧିକାରୀ କହିଛନ୍ତି। ଯଦି ସଂସ୍ଥାଗୁଡିକ ଷ୍ଟ୍ରାଟେଜିକ ସେକ୍ଟର ସହ ସମ୍ପର୍କ ରଖିଥାନ୍ତି ତେବେ ତା’ର ଘରୋଇକରଣ ଲାଗି ସରକାର ଆଗଭର ହେବେ ନାହିଁ। ସରକାର ବ୍ୟାଙ୍କଗୁଡିକରେ ଅଂଶଧନକୁ କମାଇବା ଦିଗରେ ପଦକ୍ଷେପ ନେବାକୁ ଯୋଜନା ରଖିଛନ୍ତି। ମାତ୍ର ବର୍ତ୍ତମାନର ମହାମାରୀ କେବଳ ବ୍ୟାଙ୍କଗୁଡିକର ଅଭିବୃଦ୍ଧିକୁ ପ୍ରଭାବିତ କରିନାହିଁ ବରଂ ସେଗୁଡିକର ଆର୍ଥତ୍କ ଅବସ୍ଥାକୁ କ୍ଷତିଗ୍ରସ୍ତ କରିଛି। ଫେବୃୟାରୀରେ ଆସିଥିବା ବଜେଟରେ ବ୍ୟାଙ୍କଗୁଡିକ ଲାଗି ପୁଞ୍ଜି ଯୋଗାଣ ଲାଗି କୌଣସି ଘୋଷଣା ହୋଇନାହିଁ। ବ୍ୟାଙ୍କଗୁଡିକର ମିଶ୍ରଣ ଦିଗରେ ସରକାର ଗତ କିଛିବର୍ଷରେ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି। ବର୍ତ୍ତମାନ ଷ୍ଟେଟ ବ୍ୟାଙ୍କ ସହ ଷ୍ଟେଟ ବ୍ୟାଙ୍କ ଅଫ୍‌ ସୌରାଷ୍ଟ୍ର, ଷ୍ଟେଟ ବ୍ୟାଙ୍କ ଅଫ୍‌ ଇନ୍ଦୋର, ଷ୍ଟେଟ ବ୍ୟାଙ୍କ ଅଫ ପଟିଆଲା, ଷ୍ଟେଟ ବ୍ୟାଙ୍କ ଅଫ ବିକାନେର ଆଣ୍ଡ ଜୟପୁର, ଷ୍ଟେଟ ବ୍ୟାଙ୍କ ଅଫ ମହୀଶୁର, ଷ୍ଟେଟ ବ୍ୟାଙ୍କ ଅଫ ଟ୍ରାଭାଙ୍କୋର, ଷ୍ଟେଟ ବ୍ୟାଙ୍କ ଅଫ ହାଇଦ୍ରାବାଦ ଏବଂ ଭାରତୀୟ ମହିଳା ବ୍ୟାଙ୍କ ମିଶ୍ରଣ ହୋଇଛି। ସେହିଭଳି ୨୦୧୯ ଏପ୍ରିଲରୁ ବ୍ୟାଙ୍କ ଅଫ ବରୋଦା ସହ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କ ମିଶ୍ରଣ ହୋଇଥିବା ବେଳେ ଏହା ଦେଶର ତୃତୀୟ ବୃହତ ବ୍ୟାଙ୍କ ହୋଇପାରିଛି। ଏପ୍ରିଲରୁ ଆରମ୍ଭ ହୋଇଥିବା ମେଗା ବ୍ୟାଙ୍କ ମିଶ୍ରଣ ଯୋଜନାରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସହ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ମିଶିଛି। ସେହିଭଳି କାନାରା ବ୍ୟାଙ୍କ ସହ ସିଣ୍ଡିକେଟ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ସହ ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେଶନ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ ଆଲ୍ଲାହାବାଦ ବ୍ୟାଙ୍କ ମିଶି ଥିବା ଜଣାପଡିଛି। ମିଶ୍ରଣ ଦ୍ୱାରା ୭ ବଡ ବ୍ୟାଙ୍କ ଏବଂ ୫ ଛୋଟ ବ୍ୟାଙ୍କ ରହିଛନ୍ତି। ଏହା ୨୦୧୭ରେ ୨୭ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri