Posted inଜାତୀୟ

ଚର୍ମ କର୍କଟ ଉପରେ ଗବେଷଣା: ପ୍ରଫେସରଙ୍କୁ ୮୨ ଲକ୍ଷ ଫେଲୋଶିପ୍‌

ରାୟପୁର,୨୪।୪: ଛତିଶଗଡ଼ ରାୟପୁର ସ୍ଥିତ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଅମ୍ବର ବ୍ୟାସ୍‌ଙ୍କୁ ଚର୍ମ କର୍କଟ ଉପରେ ଗବେଷଣା ପାଇଁ ୮୧ ଲକ୍ଷ ୯୮ ହଜାର ୨ଶହ ଟଙ୍କାର ଫେଲୋଶିପ୍‌ ପ୍ରଦାନ କରାଯାଇଛି। ବ୍ୟକ୍ତିଗତ ଭାବେ କୌଣସି ଏକ ଗବେଷଣା ପାଇଁ ଏହା ସର୍ବାଧିକ ଫେଲୋଶିପ୍‌ ବୋଲି କୁହାଯାଉଛି। ଅମ୍ବର ଏବେ ଫାର୍ମାସୀ ବିଭାଗର ସହକାରୀ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ନୂଆଦିଲ୍ଲୀ ସ୍ଥିତ ଡିଏସ୍‌ଟି ଡିପାର୍ଟମେଣ୍ଟ୍‌ ଅଫ୍‌ ସାଇନ୍ସ ଆଣ୍ଡ୍‌ ଟେକ୍ନୋଲୋଜି ପକ୍ଷରୁ ଏହି ଫେଲୋଶିପ୍‌ ପ୍ରଦାନ କରାଯାଇଛି। ଅମ୍ବର ଏବେ ଅପ୍ଟିମାଇଜେସନ୍‌ ଆଣ୍ଡ୍‌ ଇଭୋଲ୍ୟୁସନ୍‌ ଅଫ୍‌ ଟିପିକାଲ୍‌ ଡ୍ରଗ୍‌ ଡେଲିଭରୀ ଉପରେ ଗବେଷଣା କରୁଛନ୍ତି। ସେ ସିନ୍ଥେଟିକ୍‌ ଏବଂ ପ୍ରାକୃତିକ ଉପାୟର ମିଳିତ ଆଧାରରେ ଔଷଧ ନିର୍ମାଣର ପ୍ରୟାସ କରୁଛନ୍ତି। ଏଥି ପାଇଁ ଦେଶର ୧୨ ଶହ ବିଶେଷଜ୍ଞ ଆବେଦନ କରିଥିଲେ। ଫେଲୋଶିପ୍‌ ଅନ୍ତର୍ଗତ ଅମ୍ବରଙ୍କୁ ପ୍ରଥମେ ୩୩ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯିବ। ଏହାପରେ ଅବଶିଷ୍ଟ ଟଙ୍କା ପ୍ରଦାନ କରାଯିବ। ପୂର୍ବରୁ ଅମ୍ବରଙ୍କୁ ରମଣ ଫେଲୋଶିପ୍‌ ଅନ୍ତର୍ଗତ ୨୧ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ: ୨୦୦ ପ୍ରଦର୍ଶନକାରୀ ଅଟକ

ନୂଆଦିଲ୍ଲୀ, ୨୭।୧: ଜାନୁୟାରୀ ୨୬ରେ ଦିଲ୍ଲୀରେ ଅନ୍ନଦାତାଙ୍କ ପକ୍ଷରୁ ହୋଇଥିବା ହିଂସକ ପ୍ରଦର୍ଶନ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସିସିଟିଭି ରେକର୍ଡିଂ...

ମୋଦିଙ୍କୁ କଂଗ୍ରେସର ୫ ପ୍ରଶ୍ନ

ନୂଆଦିଲ୍ଲୀ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ନେଇ ମୁଖ୍ୟ ବିରୋଧୀ ଦଳ କଂଗ୍ରସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ୫ଟି ପ୍ରଶର ଉତ୍ତର ଚାହିଁଛି।...

ସିଏଏ ହିଂସା: ମୃତ ବିକ୍ଷୋଭକାରୀଙ୍କ ପରିବାରଙ୍କୁ ସହାୟତାର ହାତ ବଢାଇଲା ଟିଏମ୍‌ସି

ମାଙ୍ଗାଲୁରୁ,୨୮।୧୨: କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ହିଂସାର ବାତାବରଣ ଉପୁଜିଥିଲା। ଏଥିରେ ମାଙ୍ଗାଲୁରୁର ୨ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ...

କରୋନା ପରେ ଆସୁଛି କଙ୍ଗୋ ଜ୍ୱର: ସତର୍କ ସୂଚନା ଜାରି

ସମସ୍ତ ବିଶ୍ୱ ଏବେ ମହାମାରୀ କରୋନା ସହ ଲଢ଼େଇ କରୁଛି। ଏହାରି ମଧ୍ୟରେ ଆଉ ଏକ ରୋଗ ‘କଙ୍ଗୋ ଜ୍ୱର’ ବ୍ୟାପିବା ଆଶଙ୍କାରେ ସତର୍କ ସୂଚନା...

୯୩ ତମ ଜନ୍ମଦିନ ପାଳିବାର ଗୋଟିଏ ଦିନ ପରେ ମୋତିଲାଲ ଭୋରାଙ୍କ ପରଲୋକ: ଶୋକ ପ୍ରକାଶ କଲେ ରାହୁଲ

ନୂଆଦିଲ୍ଲୀ,୨୧ ।୧୨: କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରାଙ୍କର ୯୩ ବର୍ଷ ବୟସରେ ସୋମବାର ପରଲୋକ ହୋଇଛି । ତାଙ୍କ ବିୟୋଗରେ କଂଗ୍ରେସ ନେତା ରାହୁଲ...

୨୦୨୪ ନିର୍ବାଚନରେ ଭାଜପାକୁ ମିଳିବନି ସଂଖ୍ୟାଗରିଷ୍ଠତା: ଥରୁର…

ତିରୁଭାନନ୍ତପୁରମ,୧୪।୧ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଦାବି କରିଛନ୍ତି ଯେ ୨୦୨୪ ରେ ୨୦୧୯ ନିର୍ବାଚନରେ ଭାଜପାର ପୁନରାବୃତ୍ତି ସମ୍ଭବ ନୁହେଁ। ତିରୁଭାନନ୍ତପୁରମ...

ସୋନିଆଙ୍କୁ ଭେଟିଲେ ଜି-୨୩ ନେତା

ନୂଆଦିଲ୍ଲୀ,୨୩ା୩: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ‘ଜି-୨୩’ ନେତାମାନେ ସାକ୍ଷାତ୍‌ କରିଛନ୍ତି। ଜି-୨୩ ହେଉଛି କଂଗ୍ରେସରେ ସାଙ୍ଗଠନିକ ପରିବର୍ତ୍ତନ ଦାବି କରୁଥିବା ଅସନ୍ତୁଷ୍ଟ ଗୋଷ୍ଠୀ। ନିକଟରେ...

ଅନୀଲ ଦେଶମୁଖଙ୍କୁ ଜାମିନ, ୧୩ ମାସ ପରେ ବି ମୁକୁଳିବା ଆଶା ନୋହିଲା, ରହିବେ ଜେଲରେ…

ମୁମ୍ବାଇ,୧୨।୧୨ : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ଦାଖଲ ହୋଇଥିବା ଦୁର୍ନୀତି ମାମଲାରେ ସୋମବାର ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ...

Advertisement
Archives

Model This Week