ବୌଦ୍ଧ,୨୩।୭(ସ୍ବ.ପ୍ର.)
ବୌଦ୍ଧ ଜିଲା ଅତିରିକ୍ତ ଜିଲା ଦୌରାଜଜ ସତ୍ୟନାରାୟଣ ଷଡଙ୍ଗୀ ଏକ ହତ୍ୟା ମାମଲାର ବିଚାର କରି ସୋମବାର ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବାସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ସେମାନେ ହେଲେ ମନମୁଣ୍ଡା ଥାନା ଚମରାବାହାଲ ଗ୍ରାମର ଛୁଟା ଓରଫ ଦୁଖୁ ବାରିକ(୫୦) ଏବଂ ବାରଖଣ୍ଡିଆ ଓରଫ ସନ୍ତୋଷ ବାରିକ (୨୬)।
ମାମଲାରୁ ପ୍ରକାଶ ଯେ, ୨୦୧୭ ଏପ୍ରିଲ ୨୬ ତାରିଖରେ ଦୁଖୁ ଏବଂ ସନ୍ତୋଷ ଖଜୁରିତାଡି ପିଇବାକୁ ମାଲିଆ ବାରିକଙ୍କୁ ମାଗିଥିଲେ। ପରେ ସେମାନେ ମିଶି ଖଜୁରୀତାଡି ପିଇଥିଲେ। ପୁଣି ଦୁଖୁ ଓ ସନ୍ତୋଷ ଖଜୁରିତାଡି ଦେବାକୁ ମାଲିଆଙ୍କୁ ମାଗିଥିଲେ ା ହେଲେ ମାଲିଆ ଖଜୁରୀତାଡି ଦେବାକୁ ମନା କରିଦେଇଥିଲେ। ଏନେଇ ସେମାନଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଦୁଖୁ ଏବଂ ସନ୍ତୋଷ ଏକ ଟାଙ୍ଗିଆରେ ମାଲିଆଙ୍କୁ ଆକ୍ରମଣ କରିଥିଲେ। ଫଳରେ ମାଲିଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏନେଇ ମାଲିଆଙ୍କ ସ୍ତ୍ରୀ ସଂଯୁକ୍ତା ବାରିକ ମନମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିିସ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା(ନଂ.୭୬/୧୭) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ା ପୋଲିସ ଘଟଣାରେ ସମ୍ପୃକ୍ତ ଦୁଖୁ ଏବଂ ସନ୍ତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ମାମଲା ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜଙ୍କ ଅଦାଲତରେ ମାମଲା(ନଂ ଏସ୍ଟି ୮୩/୧୭) ରୁଜୁ ହୋଇ ବିଚାର ହୋଇଥିଲା। ୨୦ଜଣ ସାକ୍ଷୀଙ୍କ ବୟାନ ସହ ଆବଶ୍ୟକ ପ୍ରମାଣକୁ ଭିତ୍ତି କରି ଅତିରିକ୍ତ ଜିଲା ଦୌରା ଷଢଙ୍ଗୀ ଅଭିଯୁକ୍ତ ଦୁଖୁ ଏବଂ ସନ୍ତୋଷଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଜରିମାନା ରାୟ ପ୍ରକାଶ କରିଛନ୍ତି। ଜରିମାନା ଅନାଦାୟ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେଇଛନ୍ତି। ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଧୁରୀଣ ଦେହୁରୀ ପରିଚାଳନା କରିଥିଲେ।

ଧୂଳିରେ ଅତିଷ୍ଠ ସହରବାସୀ
ସମ୍ବଲପୁର,୨୬।୧୧(ଭବାନୀ ଶଙ୍କର ଭୋଇ)ସମ୍ବଲପୁର ସହରର ଧନୁପାଲି ଛକରୁ ଜେଲ ଛକ ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତାକାର୍ଯ୍ୟ ଦୀର୍ଘଦିନ ହେଲା ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶେଷ ହୋଇପାରି...

ସମ୍ବଲପୁର-ବନାରସ ଟ୍ରେନ୍ ବିଶାଖାପାଟଣାକୁ ସମ୍ପ୍ରସାରିତ
ସମ୍ବଲପୁର,୨୧ା୧୧(ପ୍ରମୋଦ ବହିଦାର):କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀଙ୍କ ଅର୍ଘ୍ୟ ଅର୍ପଣ
ସମ୍ବଲପୁର,୧୯ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ହର୍ଷ ଉଲ୍ଲାସର ସହିତ ପବିତ୍ର ଛଟ୍ପର୍ବ ପାଳନ କରାଯାଇଛି। ରବିବାର ସମ୍ବଲପୁର ସହରର ବିଭିନ୍ନ ନଦୀ ଘାଟ ସମେତ ବିଭିନ୍ନ...

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର
ଜମନକିରା,୧୯।୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସରଡ଼ା ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ରବିବାର ଅଭିଯୋଗ ହୋଇଛି।...

ଜଙ୍ଗଲରୁ ମିଳିଲା ଦନ୍ତା ହାତୀର ମୃତଦେହ
ନାକଟିଦେଉଳ, ୧୯।୧୧(ବୈକୁଣ୍ଠ ନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ସାଲେଭଟା ପଞ୍ଚାୟତ କୁନ୍ଦେଇଜୁରୀ ଗ୍ରାମ ନିକଟ ଜଙ୍ଗଲରେ ରବିବାର ଏକ ଦନ୍ତାହାତୀର ମୃତଦେହ...

ଗଙ୍ଗା ଯାତ୍ରାର ସହଯାତ୍ରୀ ଚିତ୍ତରଞ୍ଜନ ଭୋଇ, ଅସ୍ଥି ବିସର୍ଜନ ପାଇଁ ଯିବାକୁ ଚାହୁଁଥିଲେ ପଡ଼ନ୍ତି ଖୋଜା
ସମ୍ବଲପୁର,୧୬ା୧୧ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକର ଚିତ୍ତରଞ୍ଜନ ଭୋଇ। ବୟସ ୫୯ ହେବ। ବୃତ୍ତିରେ ସେ ଜଣେ ବିଡି ମୁନ୍ସି। ହେଲେ...

ଫୁଟ୍ବଲରେ ନିଆଁ ଲଗାଇ ଖେଳିଲେ
ରେଢ଼ାଖୋଲ,୧୪ା୧୧ (ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢ଼ାଖୋଲ ସହରରେ ଦୀପାବଳି ପାଳନର ଏକ ସ୍ବତନ୍ତ୍ରତା ରହିଛି। ଦୀପାବଳି ଅବସରରେ ରେଢ଼ାଖୋଲ ଯଦୁମଣି ପାଟଣା ଲକ୍ଷ୍ମୀପୂଜା କମିଟି...

ଚୋରି କରି ବନ୍ଧା ହେଲେ ସ୍ତ୍ରୀ, ସ୍ବାମୀ
ପଡିଆବାହାଲ,୧୩ା୧୧(ରାଧାମୋହନ ଷଡ଼ଙ୍ଗୀ): ବିଭିନ୍ନ ଦୋକାନରୁ ଚୋରି ଅଭିଯୋଗରେ ସଦର ଥାନା ପୋଲିସ ସ୍ତ୍ରୀ, ସ୍ବାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ମଧ୍ୟପ୍ରଦେଶ...
Archives
