ଚନ୍ଦ୍ରିକାକଁର ଅଁଟାରେ ଆବୁ ଘଟନା: ସାହାଯ୍‌ର ହାତ୍‌ ବଢ଼ାଲା ସୁଆସ୍‌ତିଅ ବିଭାଗ

 

ଅମରପାଲି, ୧୪।୧୨ (ଡି.ଏନ୍‌.ଏ.)-
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧୀନ ଉଫୁଲା ଗଁାର ରୋହନ ରାଜହଂସ ଆର ଦ୍ରୌପଦୀକଁର ଝି’ ଚନ୍ଦ୍ରିକା ରାଜହଂସ(୫)। ତାକର ଅଁଟାରେ ଗୁଟେ ଆବୁ ବଢ଼ତେଲ ଯାଉଛେ। ହେଲେ ଟଁକା ପଏସା ଅଭାବୁ ମା’ବାପ୍‌ ଚିକିଛା କରେଇ ନାଇଁପାରୁଥାଇ। ଇ ବାବ୍‌ଦେ ଡିସେମ୍ବର ୨ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଚନ୍ଦ୍ରିକାକଁର ଅଁଟାରେ ବଢ଼ୁଛେ ଆବୁ, ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ମା’ବାପ୍‌’ ଶୀର୍‌ଷକରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ସ୍ବାସ୍ଥ୍ୟ ବିଭାଗର ଚେତା ପଶିଥିଲା। ଗୁରୁବାର ସ୍ବାସ୍ଥ୍ୟ ବିଭାଗ ତରଫୁ ଚନ୍ଦ୍ରିକାକୁଁ ଚିକିଛା ଲାଗି କଟକ ବଡ଼ ଡାକ୍‌ତରଖାନା ନିଆଯାଇଛେ।
ପୂରବର ସୂଚନା ହିସାବେ ଉଫୁଲା ଗଁାର ରୋହନ ରାଜହଂସକଁର ପରିବାର କହେଲେ ମାଏକିନା ଦ୍ରୌପଦୀ ଆର ଝି’ ଚନ୍ଦ୍ରିକାକେ ନେଇ ସଁସାର। ପରିବାରଟା ନିହାତି ଗରିବ, ଜମିବାଡ଼ି ବଲି କିଛି ନାଇଁ। ରୋହନ କୁଲିମଜୁରି କରି କୁଟୁମ ପୁଷୁଛନ୍‌। ଏନ୍‌ତାଥି ସେ ଲାଗ୍‌ବରମସ କରି ଚନ୍ଦ୍ରିକାକେ ଚିକିଛା ଲାଗି ବୁର୍ଲା, କଟକ ନେଇଥିଲେ। ହେଲେ ଟଁକା ପଏସା ଅଭାବୁ ସେ ଝି’ର ଉଚ ଚିକିଛା କରେଇ ନାଇଁପାରୁଥାଇ। ଏନ୍‌ତାଥି ଚନ୍ଦ୍ରିକଁାର ଅଁଟାର ଆବୁ ଦିନୁଦିନ୍‌କେ ବଢ଼ତେଲ ଯାଉଥିଲା। ଇଆଡ଼େ ଚନ୍ଦ୍ରିକାକେ ୫ ବଛର ହେଇଥିଲେ ବି ସେ ଚାଲ୍‌ବୁଲ କି ଠିଆ ହେଇ ନାଇଁ ପାରୁଥାଇ। ରୋହନକଁର ସ୍ବାସ୍ଥ୍ୟ କାର୍ଡ ଥିଲେ ବି ସେଟା କାମେ ନାଇଁ ଲାଗିପାରୁଥାଇ। ଇ ବାବ୍‌ଦେ ଧରିତ୍ରୀରେ ଖବର ବାହାରଲାରୁ ସ୍ବାସ୍ଥ୍ୟ ବିଭାଗ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇଥିଲା। ବିଭାଗ ତରଫୁ ଶନିବାର ତାହାକୁ କଟକ ବଡ଼ ଡାକ୍‌ତରଖାନା ନ୍ୟୁରୋଲୋଜି ବିଭାଗରେ ଭରତି କରାଯାଇଛେ। ଇ ସାହାଯ୍‌ ଲାଗି ଚନ୍ଦ୍ରିକାକଁର ମା’ବାପ୍‌ କୁରୁତ୍‌ କୁରୁତ୍‌ ହେଇ ଧରିତ୍ରୀକେ ଧଏନ୍‌ବାଦ ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଭାଜପାରେ ସାମିଲ ହେଲେ ପ୍ରଭାତ ବିଶ୍ୱାଳ, ଶହଶହ ସମର୍ଥକଙ୍କ ସହ ଆସି…

ଭୁବନେଶ୍ୱର,୧୨ା୭: କଟକ ରାଜନୀତିରେ ବଡ଼ଧରଣର ହଲଚଲ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ରବିବାର ଭାଜପାରେ ସାମିଲ…

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

ଗ୍ରୀଡ୍‌ ସବ୍‌ଷ୍ଟେଶନ ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ କୌଣସି ସ୍ଥାନରେ କିଛି…

ବରଗଡ଼,୧୨ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟରେ ରବିବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ୩୩/୧୧ କେ.ଭି କ୍ଷମତା ସମ୍ପନ୍ନ ନୂତନ ଗ୍ରୀଡ୍‌…

ମୋବାଲରେ ପିଟି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ, ବୋହୂଙ୍କ ନାଁରେ ଅଭିଯୋଗ ଆଣି ଶ୍ୱଶୁର କହିଲେ ଏମିତି…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସ୍ବରାଜ ହସ୍ପିଟାଲରେ ରବିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ ବଲାଙ୍ଗୀର ଚମିନିଭାଟି ପଡ଼ାର ସ୍ବପ୍ନେଶ୍ବର…

ବିଦ୍ୟୁତ୍‌ ଫାଶରେ ଲାଗି ଚାଲିଗଲା ମହିଳା ଚାଷୀଙ୍କ ଜୀବନ, ପରିବାର ଉପରେ ଭାଙ୍ଗିପଡ଼ିଲା ଦୁଃଖର ପାହାଡ଼

ବୁଗୁଡ଼ା,୧୨ା୭(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ତାକରଡ଼ାରେ ବିଲକୁ ଯାଇ ଫେରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଚାଷୀଙ୍କ ମୃତ୍ୟୁ…

ସମୁଦ୍ରରେ ଗାଧୋଇବାବେଳେ ବୁଡ଼ି ଯାଉଥିଲେ ୩ ପର୍ଯ୍ୟଟକ, ଉଦ୍ଧାର କରି…

ପୁରୀ,୧୨ା୭(ଅଜିତ୍‌ କୁମାର ମହାନ୍ତି): ରବିବାର ସମୁଦ୍ରରେ ଗାଧୋଉଥିବାବେଳେ ୩ ପର୍ଯ୍ୟଟକ ବୁଡ଼ିଯାଉଥିଲେ। ଏହି ସମୟରେ ଲାଇଫଗାର୍ଡ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି। ସେକ୍ଟର ୯ ଚୈତନ୍ୟ ଛକ…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ବିଦ୍ୟାଳୟ ରାତ୍ର ଜଗୁଆଳଙ୍କ ଜୀବନ, ରେଲିଂରେ ଧକ୍କା ଦେଇ…

ଦାରିଙ୍ଗବାଡ଼ି,୧୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ୫୯ନଂ ଜାତୀୟ ରାଜପଥର ବୁଡ଼ାଗୁଡା ଛକରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri