ଚନ୍ଦ୍ରପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି ବିକ୍ରମ: ନାସା

ନ୍ୟୁୟର୍କ,୨୭।୯: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂର କିଛି ହାଇରିଜଲ୍ୟୁଶନ ଫଟୋ ନାସା ପକ୍ଷରୁ ଶୁକ୍ରବାର ଜାରି କରାଯାଇଛି। ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ହାର୍ଡ ଲ୍ୟାଣ୍ଡିଂ କରିଥିବା ନେଇ ନାସା ଦାବି କରିଛି। ଆମେରିକାର ମହାକାଶ ସଂସ୍ଥା ନାସାର ଲୁନାର୍‌ ରେକୋନେସାନ୍ସ ଅର୍ବିଟର୍‌ କ୍ୟାମେରାରେ ହାଇରିଜଲ୍ୟୁଶନ ଫଟୋଗୁଡ଼ିକୁ ଉତ୍ତୋଳନ କରାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମ ସଫ୍ଚ ଲ୍ୟାଣ୍ଡିଂ କରିବାକୁ ଯାଇ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ନାସା ଜାରି କରିଥିବା ଫଟୋ ଅନୁଯାୟୀ ଏକ ଆବଡ଼ା ଖାବଡ଼ା ସ୍ଥାନ କିମ୍ବା ପଥୁରିଆ ସ୍ଥାନରେ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୭-୮ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରଠାରୁ ୨.୧ କିଲୋମିଟର ଦୂରରେ ଥିବା ବେଳେ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ମିଶନ ଚନ୍ଦ୍ରଯାନ-୨ ୯୫ ପ୍ରତିଶତ ସଫଳ ହୋଇଛି ବୋଲି ଇସ୍ରୋ ମୁଖ୍ୟ କେ.ଶିବନ କହିଥିଲେ। ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବା ନିମନ୍ତେ ଏହା ଭାରତର ପ୍ରଥମ ଉଦ୍ୟମ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱେଟାରେ ଆତଙ୍କବାଦୀ ଆକ୍ରମଣ: ୩ମୃତ, ୨୪ରୁ ଊର୍ଦ୍ଧ୍ୱ ଆହତ

କ୍ୱେଟା,୩୦।୧୧: ପାକିସ୍ତାନରେ ପୋଲିସ ଟ୍ରକ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୩ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିସହ ୨୦ଜଣ ପୋଲିସ କର୍ମଚାରୀଙ୍କ ସମେତ...

ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷା

ଇସଲାମାବାଦ,୯ା୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନ ଶାହିନ-୩ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏକ ରିପୋର୍ଟ ଅନୁଯାୟୀ ଶନିବାର ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି।...

ଆଜି ଇୟୁ ଛାଡ଼ିବ ବ୍ରିଟେନ

ଲଣ୍ଡନ,୩୧-୧:ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଶୁକ୍ରବାର ରାତି ୧୧ଟାରେ ଅଲଗା ହୋଇଯିବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ବ୍ରେକ୍‌ଜିଟ...

ସୌଦିରେ ୨ ଭାରତୀୟଙ୍କ ମୁଣ୍ଡକାଟ

ରିୟାଦ୍‌,୧୭।୪: ସୌଦିରେ ୨ ଭାରତୀୟଙ୍କ ମୁଣ୍ଡ କାଟ କରାଯାଇଛି। ସେମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଥିଲା। ବିଚାରରେ ସେମାନେ ଦୋଷୀ ସାବ୍ୟସ୍ତ ହେବା ପରେ ଏଭଳି...

ବ୍ରୁକ୍‌ଲିନ୍‌ ମେଟ୍ରୋ ଷ୍ଟେଶନରେ ଆଖିବୁଜା ଗୁଳି ଚଳାଇଲେ ଅଜଣା ଆକ୍ରମଣକାରୀ …

ନ୍ୟୁୟର୍କ, ୧୨।୪ : ନ୍ୟୁୟର୍କର ବ୍ରୁକ୍‌ଲିନ୍‌ର ୩୬ ଷ୍ଟ୍ରିଟ ମେଟ୍ରୋ ଷ୍ଟେଶନରେ ଜଣେ ଆକ୍ରମଣକାରୀ ମଙ୍ଗଳବାର ସକାଳେ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଛନ୍ତି। ଏହି...

ମହିଳା ଓ ପୁରୁଷଙ୍କ ମଧ୍ୟରେ କିଏ ଅଧିକ ସୁସ୍ଥ ଓ ସୁଖୀ…

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ସାଧାରଣତଃ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ସୁସ୍ଥ ଓ ଖୁସିରେ ରହିଥାଆନ୍ତିା ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏହି ଗବେଷଣାରେ...

ଆମେରିକା ଏୟାର ବେସ୍‌ ଉପରେ ଆକ୍ରମଣ କଲା ଇରାନ

ଓ୍ବାଶିଂଟନ, ୮।୧: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାନ ଇରାକରେ ଥିବା ଆମେରିକା ଏୟାର ବେସ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି।...

ବିନା ହିଜାବରେ ଚେସ୍‌ ଖେଳିଲେ

ଅଲ୍‌ମାଟି,୨୯ା୧୨: ଏଫ୍‌ଆଇଡିଇ ଓ୍ବାଲର୍‌ଡ ରାପିଡ୍‌ ଆଣ୍ଡ୍‌ ବ୍ଲିଜ୍‌ ଚାମ୍ପିୟନ୍‌ଶିପ୍‌ କାଜାଖାସ୍ତାନର ଅଲ୍‌ମାଟିରେ ଆୟୋଜିତ ହୋଇଛି। ଏଥିରେ ଇରାନର ଚେସ୍‌ ଖେଳାଳି ସାରା ଖାଦେମ୍‌ ଭାଗନେଇଥିଲେ। ଇରାନ...

Advertisement
Archives

Model This Week