ଚନ୍ଦ୍ରପୁର ଆଇସିଡିଏସ କାର୍ଯ୍ୟାଳୟ: ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଚାଲିଛି ଅଫିସ କାମ

 ଚନ୍ଦ୍ରପୁର, ୨୮ା୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକସ୍ଥିତ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଆଜକୁ ଦୀର୍ଘ ପାଞ୍ଚବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ସଦର ମହକୁମାସ୍ଥିତ  ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଚାଲିଛି।   ଜିଲାର ସମସ୍ତ ବ୍ଲକରେ ସମନ୍ବିତ ଶିଶୁବିକାଶ ଯୋଜନା କାର୍ଯ୍ୟାଳୟ ପାଇଁ ସ୍ବତନ୍ତ୍ର ଗୃହ ନିର୍ମାଣ କରାଯାଇ ସେଠାରେ ଅଫିସ କାମ ଚାଳଇଛି।   କିନ୍ତୁ ଚନ୍ଦ୍ରପୁର ଭଳି ପଛୁଆ ଅଞ୍ଚଳରେ ନା ଅଛି କାର୍ଯ୍ୟାଳୟ ଗୃହ ନା ଅଛନ୍ତି ସିଡିପିଓ ନା ଅଛନ୍ତି କିରାଣି ନା ଅଛନ୍ତି ପିଅନ। ଏଠାରେ ନାମକୁ ମାତ୍ର ମମତା ଯୋଜନାର ପ୍ରୋଗାମ ଆସିଷ୍ଟାଣ୍ଟ ଅଫିସ ଖୋଲି କାମ ତୁଲାଇଥାନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏଠାରେ ଥିବା ସିଡିପିଓ  ବର୍ଷେ ତଳୁ   ବଦଳି ହୋଇ ଚାଲିଯିବା ପରେ ପ୍ରଶାସନ ପକ୍ଷରୁ ନୂତନ ଭାବେ କୌଣସିି ସିଡିପିଓଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ବର୍ତ୍ତମାନ କାମଚଳା ପାଇଁ ମୁନିଗୁଡା ବ୍ଲକ ସିଡିପିଓ ଏହାର ଅତିରିକ୍ତ ଦାୟିତ୍ୱରେ ଅଛନ୍ତି।  ଏଠାରେ ଥିବା ପ୍ରୋଗାମ ଆସିଷ୍ଟାଣ୍ଟ ସୁପରଭାଇଜର ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ତଥା  ଅନ୍ୟ ସୂଚନା ସମ୍ପର୍କୀୟ କାମ ପାଇଁ ବାଧ୍ୟ ହୋଇ  ମୁନିଗୁଡା ସିଡିପିଓଙ୍କ ନିକଟକୁ ଯାଇଥାନ୍ତି। ଅଫିସ କାର୍ଯ୍ୟ ତଥା ପରିଦର୍ଶନ ପାଇଁ ସରକାରଙ୍କ ପକ୍ଷରୁ ଚାରିଚକିଆ ଯାନଟିଏ ମଧ୍ୟ ଯୋଗାଇ ଦିଅରଯାଇ ନାହିଁ। ଏ ସମ୍ପର୍କରେ ସିଡିପିଓ କାର୍ଯ୍ୟାଳୟର ମମତା ଯୋଜାନର ପ୍ରୋଗାମ ଆସିଷ୍ଟାଣ୍ଟ ଉମାକାନ୍ତ ଦାସଙ୍କୁ ପଚାରିବାରୁ ସେ କହିଛନ୍ତି, ଜଣେ କିରାଣୀ ସୁନିଲ ବିଡିକା ଥିବା ସମୟରେ ଅଫିସ କାମ ସୁରୁଖୁରୁରେ ଚାଲୁଥିଲା। ସେ ଏକ ବର୍ଷ ହେଲାଣି ପଦ୍ମପୁର ବ୍ଲକକୁ ବଦଳି ପରେ କେହି କିରାଣୀ ନାହାନ୍ତି। ବିନା କିରାଣି, ବିନା ପିଅନରେ ଅଫିସ ଜଗି ବସିଛୁ ବୋଲି ସେ କହିଛନ୍ତି।  ଏହି ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଗୋଟିଏ ପାର୍ଶ୍ୱରେ ସିଡିପିଓ କାର୍ଯ୍ୟାଳୟ, ଅନ୍ୟ ପାର୍ଶ୍ୱରେ ଓଡିଶା ଜୀବିକା ମିଶନର ଅଫିସ ଚାଲିଛି। ଅତିଶୀଘ୍ର ଚନ୍ଦ୍ରପୁର ପାଇଁ ଜଣେ ସିଡିପିଓ, ଦୁଇଟି କିରାଣି ନିଯୁକ୍ତି ସହ ସ୍ବତନ୍ତ୍ର ଭାବେ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଚନ୍ଦ୍ରପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଭୀମ ଗଗେରେଙ୍ଗା ଦାବି କରିଛନ୍ତି। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ପାଇଁ ଗ୍ରାହକ, ବ୍ୟବସାୟୀ ହଟହଟା

ଭୁବନେଶ୍ୱର, ୨୬।୨(ବ୍ୟୁରୋ): ସ୍ବଚ୍ଛ ସର୍ବେକ୍ଷଣରେ ସଫଳତା ପାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ନାନା ଯୋଜନା କରାଯାଉଛି। କିନ୍ତୁ ରାଜଧାନୀବାସୀଙ୍କ ଦୈନନ୍ଦିନ ଆବଶ୍ୟକତା...

ରାଜଧାନୀରେ ଖୋଲିବ ସବୁ ମନ୍ଦିର

ଭୁବନେଶ୍ୱର, ୧୮।୧୨(ବ୍ୟୁରୋ)- ଭୁବନେଶ୍ୱରରେ ଖୋଲିବ ମନ୍ଦିର। ରାଜଧାନୀର ସବୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଆସନ୍ତା ୩ରୁ ଭୁବନେଶ୍ୱରର ସମସ୍ତ ମନ୍ଦିର...

ସବୁ ଜିଲାରେ ହେବ ସାଇନ୍ସ ପାର୍କ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟର ପ୍ରତ୍ୟେକ ଜିଲାରେ ସାଇନ୍ସ(ବିଜ୍ଞାନ) ପାର୍କ ନିର୍ମାଣ କରାଯିବ। ପ୍ରଥମେ ୨୦ଟି ଜିଲାରେ ପାର୍କ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ...

ରାଜ୍ୟରେ ନିଅଣ୍ଟିଆ ସ୍ଥିତି ନାହିଁ, ଆଗୁଆ ଦିଆଯିବ ୩ ମାସର ପିଡିଏସ୍‌ ସାମଗ୍ରୀ: ମନ୍ତ୍ରୀ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ସ୍ଥିତି ନାହିଁ। କିଛି ଗୁଜବକାରୀ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। କେବଳ ଲୋକେ ସଚେତନ ହେବା ଦରକାର, ଆମେ...

ସିଇସିଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର,୨୮ା୧୦(ବ୍ୟୁରୋ):ଧାମନଗର ଉପନିର୍ବାଚନ ନେଇ ବିଜେଡି ଏବଂ ଭାଜପା ପରସ୍ପର ମଧ୍ୟରେ ଦୋଷ ଲଦାଲଦି ପର୍ବ ଜାରି ରଖିଛନ୍ତି। ବୁଧବାର ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ଭାରତୀୟ...

ସରକାରୀ ପୋରଛାହନ୍‌ର ଘୋର ଅଭାବ:ବୁଡ଼ିଯାଉଛେ ପାରମ୍ପରିକ ମାଟି କାରିଗରୀ

କଲମପୁର, ୧୦।୭ (ଡି.ଏନ୍‌.ଏ): ସରକାର କୁଟୀର ଶିଳ୍ପର ବିକାଶ ଲାଗି ଅନେକ ଯୋଜନାରେ କାରିଗରମାନକୁ ପୋରଛାହନ୍‌ ଯୁଗେଇ ଦେଉଛନ୍‌। ହେଲେ ଆମର ସମାଜରେ ବି ଅନେକ...

୧୪ ଘଣ୍ଟା ବିତିଲା: ହଟି ନାହିଁ ରାସ୍ତା ଅବରୋଧ, ମୃତଦେହ ରଖି ରାସ୍ତାରେ ଆନ୍ଦୋଳନକାରୀ

ବରଗଡ଼ ଅଫିସ,୨୧ା୪:ବରଗଡ଼ ସହରର ଭଟଲି ଛକ ନିକଟରେ ବୁଧବାର ରାତି ପ୍ରାୟ ୯ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଟ୍ରକ ଚାପାରେ ଜଣେ ବାଇକ୍‌ ଆରୋହୀ...

କଟକରେ ବିକ୍ଷୋଭ, ଉତ୍ତେଜନା

କଟକ ଅଫିସ, ୧୮ା୬:  ସୈନ୍ୟବାହିନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଯୋଜନା ‘ଅଗ୍ନିପଥ’ ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ବିଶେଷକରି ଏହା ହିଂସାତ୍ମକ ରୂପ ଧାରଣ...

Advertisement
Archives

Model This Week