ଚନ୍ଦନକାଠ ଚୋରି ଘଟଣାର ପର୍ଦ୍ଦାଫାଶ, ୬ ଗିରଫ

ଅନୁଗୋଳ ଅଫିସ, ୨୭।୮

ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି) ଓ ଅଙ୍ଗାରବନ୍ଧ ମହିମା ଗାଦି ମଠରୁ ଚନ୍ଦନ ଗଛ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଚୋରି ଗ୍ୟାଙ୍ଗର ୬ ସଦସ୍ୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ବେଳେ ୨ଜଣ ଏବେ ବି ଫେରାର ରହିଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତମାନଙ୍କ ନିକଟରୁ ଦୁଇଟି ଅଢ଼େଇ ଫୁଟର ଚନ୍ଦନ କାଠ ଓ ଗଛ କଟା କରତ ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପ୍ରଗତିନଗର ଅଞ୍ଚଳର ଶିଶିର ବାରିକ, ବଉଳିଗଡ଼ ଅଞ୍ଚଳର ଯୁଗଳ ବାରିକ, ଅଙ୍ଗାରବନ୍ଧ ଚଟିଆମୁଣ୍ଡା ଅଞ୍ଚଳର ସନ୍ତୋଷ ବାରିକ, ଶଙ୍କର ବାରିକ, ତୁରଙ୍ଗ ଅଞ୍ଚଳର କୁନା ବେହେରାଓ ଚଟିଆମୁଣ୍ଡା ଅଞ୍ଚଳର ଜଣେ ନାବାଳକ। ନଂ. ୬୦୧/୧୯ ଓ ୬୦୩/୧୯ରେ ଏମାନଙ୍କୁ କୋର୍ଟଚାଲାଣ କରାଯାଇଛି।
ପୋଲିସ କହିଛି, ଗତ ୬ ତାରିଖ ରାତିରେ ପିଟିସି ପରିସରରୁ ଚନ୍ଦନ ଗଛ ଚୋରି ହୋଇଥିଲା। ଏହା ପର ଦିନ ଅର୍ଥାତ ୭ ତାରିଖ ରାତିରେ ଅଙ୍ଗାରବନ୍ଧ ମହିମା ମଠରୁ ମଧ୍ୟ ଏକ ଚନ୍ଦନ ଗଛକୁ ଦୁର୍ବୃତ୍ତମାନେ କାଟି ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ତଦନ୍ତ ଚଳାଇଥିଲା। ପ୍ରଥମେ ସମ୍ପୃକ୍ତ ନାବାଳକଙ୍କୁ ଧରିବା ପରେ ପୋଲିସ ଅନ୍ୟମାନଙ୍କ ନିକଟରେ ପହଞ୍ଚିଥିଲା। ଚୋରି ଘଟଣାରେ ସମ୍ପୃକ୍ତ ଏହି ୮ ଜଣିଆ ଗ୍ୟାଙ୍ଗ ସୌକ ମେଣ୍ଟାଇବାକୁ ଏପରି ଚୋରି କରୁଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ପିଟିସି ପରିସରରୁ ଚୋରି ଚନ୍ଦନ ଗଛକୁ ୩ ପିସ୍‌ କରାଯାଇଥିବା ବେଳେ ଦୁଇ ପିସ୍‌ ବିକ୍ରି ହୋଇଯାଇଛି। ଅନ୍ୟ ଏକ ପିସ୍‌କୁ ପୋଲିସ ଜବତ କରିଛି। ସେହିପରି ଅଙ୍ଗାରବନ୍ଧ ମହିମା ମଠରୁ ଚୋରି ଚନ୍ଦନ ଗଛର ଗୋଟିଏ ପିସ୍‌କୁ ପୋଲିସ ଜବତ କରିଛି। ଏହି ଗ୍ୟାଙ୍ଗକୁ ଧରିବା ପାଇଁ ପୋଲିସ ୧୫ ଦିନ ଧରି ଉଦ୍ୟମ ଚଳାଇଥିଲା। ଏସ୍‌ଆଇ ପ୍ରକାଶ ମାଝିଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ଟିମ୍‌ରେ ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ବିପ୍ଳବ ସାହୁ, ଏଏସ୍‌ଆଇ ଜୟ ସାହୁ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୪ ଯାଏ ଝଡ଼ବର୍ଷା ଆଶଙ୍କା

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଝଡବର୍ଷା ଲାଗି ରହିବା ଫଳରେ ଗ୍ରୀଷ୍ମର ପ୍ରକୋପରୁ ରାଜ୍ୟବାସୀଙ୍କୁ ତ୍ରାହି ମିଳିଛି। ପାରଦ ୪୦ ଡିଗ୍ରୀ ତଳେ ରହିଛି।...

୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର,୫ା୫(ବ୍ୟୁରୋ): ରାଜଧାନୀରୁ ୨୦୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ। ସାଲିଆସାହିର ଆଦିବାସୀ ସାହିରେ ଅବକାରୀ ବିଭାଗ...

ଡିଜାଇନର କଲେକ୍ସନ’ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର,୨୫।।୬(ବ୍ୟୁରୋ): ଓଡ଼ିଶାର ବାନ୍ଧକଳା କେବଳ ରାଜ୍ୟରେ ନୁହେଁ, ସମଗ୍ର ଭାରତ ବର୍ଷରେ ସୁଖ୍ୟାତି ଲାଭ କରିଛି। ଭାରତ ବାହାରେ ମଧ୍ୟ ଓଡ଼ିଶା ବାନ୍ଧକଳା ଆଦୃତି ଲାଭ...

ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ଜୁନ୍‌ ୧ ତାରିଖରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ଉଡିବ। ଉଡ଼ାଣ ୩ ଯୋଜନାରେ ଆଲିଆନ୍ସ ଏୟାର ଉଡ଼ାଣ କରିବ। ଏ...

ଫେବୃୟାରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା

କଟକ ଅଫିସ୍‌,୨୪।୧୨: ଆସନ୍ତା ଫେବୃୟାରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବ। ଏହା ମାର୍ଚ୍ଚ ୨ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ...

ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବେ କିନ୍ନର

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ସାଧାରଣ ଲୋକଙ୍କ ଭଳି ଏଣିକି କିନ୍ନରମାନେ ମଧ୍ୟ ଉଚ୍ଛେଦରେ ସାମିଲ ହେବା ସହ ହୋଲ୍ଡିଂ ଟ୍ୟାକ୍ସ ଓ ଟ୍ରେଡ଼ ଲାଇସେନ୍ସ ଆଦାୟ କରିବେ। ଏ...

ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ଧୀବରଙ୍କ ଜାଲରେ ପଡ଼ିଲା କୁମ୍ଭୀର

ବାହାନଗା,୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ରୂପଖଣ୍ଡ ସମୁଦ୍ର ମଧ୍ୟରେ ରବିବାର ଧୀବରମାନଙ୍କ ଜାଲରେ ଏକ ବଉଳା କୁମ୍ଭୀର ପଡ଼ିଛି। ଭୋର ସମୟରେ ସମୁଦ୍ର ମଧ୍ୟକୁ...

ପୁରୀରୁ ଦର୍ଶନ ସାରି ଫେରୁଥିଲେ; ଓଲଟିଲା ବସ୍‌

ଗଞ୍ଜାମ,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଜାତୀୟ ରାଜପଥ ନିକଟରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ତୀର୍ଥଯାତ୍ରୀ...

Advertisement
Archives

Model This Week