ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ମଇଦାନରେ ୯୪୩ ପ୍ରାର୍ଥୀ; ୨୧୦ଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୫ା୪(ଆଇଏଏନ୍‌ଏସ୍‌): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୫୮ ଜଣଙ୍କ ନାମରେ ସଙ୍ଗିନ ମାମଲା ରହିଥିବାବେଳେ ୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନାମାଙ୍କନପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠଗୁଡ଼ିକୁ ନ୍ୟାଶନାଲ ଇଲେକ୍‌ଶନ ଓ୍ବାଚ୍‌ ଏବଂ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ଅନୁଧ୍ୟାନ କରାଯାଇ ଏହା ପ୍ରକାଶ କରାଯାଇଛି।
୯ ରାଜ୍ୟର ୭୧ ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୨୯ରେ ହେବ। ସେହି ଆସନଗୁଡ଼ିକ ହେଲା ବିହାର (୫), ଜମ୍ମୁ ଓ କଶ୍ମୀର (୧), ଝାଡ଼ଖଣ୍ଡ (୩), ମଧ୍ୟପ୍ରଦେଶ (୬), ମହାରାଷ୍ଟ୍ର (୧୭), ଓଡ଼ିଶା (୬), ରାଜସ୍ଥାନ (୧୪), ୟୁପି (୧୩) ଏବଂ ପଶ୍ଚିମବଙ୍ଗ (୮)। ଏହି ଆସନଗୁଡ଼ିକରେ ୯୪୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୯୨୮ ଜଣଙ୍କ ସତ୍ୟପାଠକୁ ଏଡିଆର୍‌ ବିଶ୍ଳେଷଣ କରିଛି। ଅନ୍ୟ ୧୫ ପ୍ରାର୍ଥୀ ନିଜର ସମ୍ପୂର୍ଣ୍ଣ ସତ୍ୟପାଠ ଏବଂ ଉପଯୁକ୍ତ ଦସ୍ତାବିଜର ନକଲ ଦାଖଲ କରି ନ ଥିବାରୁ ସେମାନଙ୍କ ସମ୍ପର୍କରେ ତଥ୍ୟ ହସ୍ତଗତ ହୋଇନାହିଁ। ତେବେ ଉପରୋକ୍ତ ସତ୍ୟପାଠଗୁଡ଼ିକରୁ ସ୍ପଷ୍ଟ ହୋଇଛି ଯେ, ୪ ପ୍ରାର୍ଥୀ ସେମାନଙ୍କ ବିରୋଧରେ ହତ୍ୟା ମାମଲା ବିଚାରାଧୀନ ଥିବା ମାନିଛନ୍ତି। ସେହିପରି ୨୪ ପ୍ରାର୍ଥୀ ନିଜ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଥିବା କହିଛନ୍ତି। ୪ ପ୍ରାର୍ଥୀଙ୍କ ବିରୋଧରେ ଅପହରଣ, ୨୧ ଜଣଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ଏବଂ ୧୬ ପ୍ରାର୍ଥୀଙ୍କ ନାମରେ ଘୃଣା ମନ୍ତବ୍ୟ ନେଇ ମାମଲା ରୁଜୁ ହୋଇଛି। ଦଳଗୁଡ଼ିକ ମଧ୍ୟରେ ଦେଖିଲେ ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପାର ୫୭ ପ୍ରାର୍ଥୀଙ୍କ ମଧ୍ୟରୁ ୨୫ ଜଣ ନିଜ ବିରୋଧରେ ଆପରାଧିକ ମାମଲା ଚାଲିଥିବା ସତ୍ୟପାଠରେ ଘୋଷଣା କରିଛନ୍ତି। ସେହିପରି କଂଗ୍ରେସର ୫୭ରୁ ୧୮, ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୫୪ରୁ ୧୧, ଶିବସେନାର ୨୧ରୁ ୧୨ ଏବଂ ସ୍ବାଧୀନ ଭାବେ ଲଢ଼ୁଥିବା ୩୪୫ ପ୍ରାର୍ଥୀଙ୍କ ମଧ୍ୟରୁ ୬୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ଭାଜପାର ୨୦ ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗିନ ଆପରାଧିକ ମାମଲା ବିଚାରାଧୀନ ଅଛି। ସେହିପରି କଂଗ୍ରେସର ୯, ବିଏସ୍‌ପିର ୧୦, ଶିବସେନାର ୯ ଏବଂ ୪୫ ସ୍ବାଧୀନ ପ୍ରାର୍ଥୀଙ୍କ ବିରୋଧରେ ଏଭଳି ମାମଲା ଚାଲିଛି ବୋଲି ଏଡିଆର୍‌ ପକ୍ଷରୁ କୁହାଯାଇଛି। ୭୧ ଲୋକ ସଭା ଆସନ ମଧ୍ୟରୁ ୩୭ଟି ଏପରି ଆସନ ରହିଛି, ଯେଉଁଠି ୩ କିମ୍ବା ତଦୂର୍ଦ୍ଧ୍ୱ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ବିଭିନ୍ନ କୋର୍ଟରେ ବିଚାରାଧୀନ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ସହ ମେଣ୍ଟକୁ ନେଇ ଆସିଲା ବଡ଼ ଖବର, ଏତିକି ସିଟ୍‌ରେ ଆପ୍‌ ସହମତ

ଚଣ୍ଡୀଗଡ଼,୮ା୯: ହରିୟାଣାରେ କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ମଧ୍ୟରେ ମେଣ୍ଟକୁ ସମ୍ପର୍କକୁ ନେଇ ଏକ ବଡ ଖବର ଆସୁଛି। ସୂଚନାନୁସାରେ, AAP ଏବଂ...

ଟ୍ରେନି ଡାକ୍ତରଙ୍କ ସହ ସେଦିନ ରାତିରେ କ’ଣ ହୋଇଥିଲା? ସତ ବଖାଣିଲେ ସାଥି

କୋଲକାତା,୮।୯: କୋଲକାତାର ଆର.ଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ପରେ ର୍ନିଦ୍ଦୟ ଭାବେ ହତ୍ୟା ମାମଲା ଦେଶକୁ ଚକିତ କରିଛି।...

ଭାଜପାକୁ ଲାଗିବ ବଡ ଝଟ୍‌କା! ‘ଜୋ ରାମ କୋ ଲାୟେ ହୈ’ର ଗାୟକ ଧରିବେ ହାତ!

ଚଣ୍ଡିଗଡ଼,୮।୯: ହରିୟାଣା ବିଧାନସଭା ନିର୍ବାଚନ ସମୟରେ ଭାଜପାକୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଜଣାଶୁଣା ଗାୟକ କାହ୍ନେୟା ମିତ୍ତଲ କଂଗ୍ରେସରେ ଯୋଗ ଦେଇପାରନ୍ତି। ଟିକେଟ...

ରୁଷିଆ ଯିବେ ଏନଏସଏ ଅଜିତ ଡୋଭାଲ

ନୂଆଦିଲ୍ଲୀ,୮।୯: ଦୁଇ ବର୍ଷରୁ ଅଧିକ ସମୟ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ନିକଟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ...

ସରକାରଙ୍କ ବଡ଼ ଘୋଷଣା: ଏନ୍‌ଆର୍‌ସି ନମ୍ବର ନ ଦେଲେ ତିଆରି ହେବନି ଆଧାରକାର୍ଡ, ଏହିଦିନଠାରୁ ହେବ ଲାଗୁ…

ଦିଶପୁର,୮ା୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆଧାରକାର୍ଡ...

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri