Posted inଖେଳ

ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ନେଇ ଆଲୋଚନା

ଲଣ୍ଡନ,୨୫।୧୨(ପି.ଟି.)- ପ୍ରସ୍ତାବିତ ଏକ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଆୟୋଜନ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟରେ ଆଲୋଚନା ଚାଲିଛି। ପ୍ରତିବର୍ଷ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ ଏକ ମେଜର ଟୁର୍ନାମେଣ୍ଟ ଆୟୋଜନ କରିବାରୁ ରୋକିବା ପାଇଁ ଏହି ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ପ୍ରୟାସ କରାଯାଉଛି ବୋଲି କୁହାଯାଇଛି।
ଏହି ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ବିସିସିଆଇ ପ୍ରସ୍ତାବ ଦେଇଛି। ଏଥିରେ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସମେତ ଏକ ଚତୁର୍ଥ ଦଳ ଅଂଶଗ୍ରହଣ କରିବ। ଏଥିପାଇଁ ଅନ୍ୟ ଦେଶଗୁଡିକର ପ୍ରତିନିଧିଙ୍କ ସହ ଆଲୋଚନା କରାଯାଉଛି ବୋଲି ଇସିବି ତରଫରୁ କୁହାଯାଇଛି। ଡିସେମ୍ବରରେ ଏକ ବୈଠକରେ ବିସିସିଆଇ ତରଫରୁ ଏ ନେଇ ପ୍ରସ୍ତାବ ଦିଆଯାଇଥିଲା। ଏ ନେଇ ଆଇସିସିର ଅନ୍ୟ ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରାଯାଉଛି। ଏହି ଟୁର୍ନାମେଣ୍ଟକୁ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପାଳି କରି ଆୟୋଜନ କରିବେ। ଏହା ଦ୍ୱାରା ଏହି ତିନୋଟି ଦେଶର ବୋର୍ଡ ମାନେ ପ୍ରଚୁର ଲାଭ ପାଇବେ। ତେଣୁ ଏ ନେଇ ଦୁଇ ପ୍ରକାର ମତ ଦେଖା ଦେଇଛି। ଆଇସିସି ମଧ୍ୟ ୩ରୁ ଅଧିକ ଦେଶକୁ ନେଇ ଖେଳାଯିବାକୁ ଥିବା ଟୁର୍ନାମେଣ୍ଟକୁ ଆୟୋଜନ କରିବାକୁ ଅନୁମତି ଦେଇ ନ ଥାଏ। କାରଣ ଏହା ଆଇସିସି କାର୍ଯ୍ୟସୂଚୀ ସନ୍ତୁଳନରେ ବାଧା ସୃଷ୍ଟି କରିବାର ସମ୍ଭାବନା ରହିଥାଏ।
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହି ଟୁର୍ନାମେଣ୍ଟ ଆୟୋଜନ ନେଇ ନିଜର ମତ ରଖିସାରିଛନ୍ତି। ଇସିବି ମଧ୍ୟ ନିଜର ସମ୍ମତି ପ୍ରକାଶ କରିଥିବା ବେଳେ କ୍ରିକେଟ ଅଷ୍ଟେଲିଆ ଏ ନେଇ ନିଜର ମତ ଦେଇନାହିଁ। ଯଦି ଏହି ଟୁର୍ନାମେଣ୍ଟକୁ ଅନୁମତି ଦିଆଯାଏ ତା’ହେଲେ ଆଇସିସିର ବାର୍ଷିକ କ୍ୟାଲେଣ୍ଡର ଆହୁରି ବ୍ୟସ୍ତବହୁଳ ହେବ ବୋଲି ଅଷ୍ଟ୍ରେଲିଆ ହେଡ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ଏହି ଟୁର୍ନାମେଣ୍ଟ ନେଇ ଅନ୍ତିମ ନିଷ୍ପତ୍ତି ନିଆଯାଇଯାଇ ନ ଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ସବୁ କିଛି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁଣ୍ଡ ତଳକୁ ରଖି କାମ କର, କାହିଁକି ଏମିତି କହିଲେ ବିରାଟ କୋହଲି

ଚେନ୍ନାଇ,୩।୨: ଆସନ୍ତା ଫେବୃୟାରୀ ୫ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଅଭ୍ୟାସ...

ଆଜି ଏଲିମିନେଟର୍‌ ମ୍ୟାଚ୍‌

କୋଲକତା,୨୫।୫: ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚ ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ।...

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୧୦।୬: ଶୁକ୍ରବାରଠାରୁ ଟ୍ରେଣ୍ଟବ୍ରିଜ୍‌ରେ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି। ଦଳର ଅଧିନାୟକ କେନ...

ଭାବବିହ୍ବଳ ବିଦାୟ ଲାଗି ପ୍ରସ୍ତୁତ ତାହିର

ମାଞ୍ଚେଷ୍ଟର,୫।୭- ଦକ୍ଷିଣ ଆଫ୍ରିକା ଲେଗ୍‌ ସ୍ପିନର ଇମ୍ରାନ ତାହିର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେବା ଲାଗି ପ୍ରସ୍ତୁତ। ଶନିବାର ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷ...

ସାତ୍ତ୍ୱିକ ସାଇରାଜ-ଚିରାଗଙ୍କ ମାନ୍ୟତା ବୃଦ୍ଧି

ନୂଆଦିଲ୍ଲୀ, ୨୯।୧୦- ଭାରତର ପୁରୁଷ ଡବଲ୍ସ ବ୍ୟାଡ୍‌ମିଣ୍ଟନ ଖେଳାଳି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ବିଶ୍ୱ ମାନ୍ୟତାରେ ବୃଦ୍ଧି ଘଟିଛି। ବିଡବ୍ଲ୍ୟୁଏଫ୍‌ ପକ୍ଷରୁ...

ଓପନ ବର୍ଗରେ ଜିତିଲେ ଭାରତ ଏ, ବି

ମାମଲ୍ଳାପୁରମ୍‌, ୬ା୮ (ପି.ଟି): ଚେନ୍ନାଇର ମାମଲ୍ଲାପୁରମରେ ଖେଳାଯାଉଥିବା ୪୪ତମ ଫିଡେ ଚେସ୍‌ ଅଲିମ୍ପିଆଡର ଓପନ ବର୍ଗରେ ଭାରତ ଏ ଓ ବି ବିଜୟୀ ହୋଇଛନ୍ତି। ଭାରତ...

ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ହେଲା ଏହି କ୍ରିକେଟର୍‌ଙ୍କ ବାଇକ୍‌

ନୂଆଦିଲ୍ଲୀ, ୧୪।୯: ନେପାଳ କ୍ରିକେଟ୍‌ ଦଳର ବାମହାତୀ ଦ୍ରୁତ ବୋଲର୍‌ ଲଳିତ ଭଣ୍ଡାରୀ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଆଘାତ ପାଇଛନ୍ତି। ରିପୋର୍ଟ...

ଟସ୍‌ ଜିତିଲା ଭାରତ: ରୋହିତ୍‌ଙ୍କୁ ବିଶ୍ରାମ

ଲଡରହିଲ,୭।୮:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍‌ର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଆଜି ଫ୍ଲୋରିଡାଠାରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ ଜିତି...

Advertisement
Archives

Model This Week