Posted inଖେଳ

ଚଣ୍ଡିଗଡ଼ ନାମରେ କିର୍ତ୍ତୀମାନ

କୋଲକାତା, ୩।୧୨- ସ୍ଥାନୀୟ ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଅନୁଷ୍ଠିତ କୁଚ୍‌ ବିହାର ଟ୍ରଫି (୧୯ ବର୍ଷରୁ କମ୍‌)ର ଏକ ମ୍ୟାଚ୍‌ରେ ଚଣ୍ଡିଗଡ଼ ଏକ ଇନିଂସ ଓ ୬୦୩ ରନରେ ମିଜୋରାମକୁ ପରାସ୍ତ କରିଛି। ଫଳରେ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ଅନୁଷ୍ଠିତ ଘରୋଇ କ୍ରିକେଟ୍‌ ଇତିହାସରେ ଚଣ୍ଡିଗଡ଼ ସର୍ବବୃହତ୍‌ ବିଜୟ ରେକର୍ଡର ଅଧିକାରୀ ହୋଇଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚଣ୍ଡିଗଡ଼ ଚିରାଗବୀର ଧିନ୍ଦାସ (୨୫୩)ଙ୍କ ଦ୍ୱିଶତକ ଓ ଅଧିନାୟକ ସୂର୍ଯ୍ୟ ନାରାୟଣ ଯାଦବ (୧୫୭)ଙ୍କ ଶତକ ବଳରେ ପ୍ରଥମ ଇନିଂସରେ ୯ ଉଇକେଟ୍‌ ବିନିମୟରେ ୭୦୦ ରନ କରି ଇନିଂସ ଘୋଷଣା କରିଥିଲା। ଏହାପରେ ପ୍ରଥମ ଇନିଂସ ଆରମ୍ଭ କରିଥିବା ମିଜୋରାମ ମାତ୍ର ୫୮ ରନରେ ଅଲ୍‌ଆଉଟ୍‌ ହୋଇଥିଲା। ଏହାପରେ ଫଲୋଅନ୍‌ ହୋଇ ବ୍ୟାଟିଂ କରିଥିବା ମିଜୋରାମ ଦ୍ୱିତୀୟ ଇନିଂସରେ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୩୯ ରନରେ ସୀମିତ ରହିଥିଲା। ଅତିରିକ୍ତ ଆକାରରେ ସଂଗୃହିତ ହୋଇଥିବା ୧୨ ରନ୍‌ ଇନିଂସର ସର୍ବାଧିକ ସ୍କୋର ରହିଥିଲା। ଫଳରେ ମିଜୋରାମ ଏକ ଇନିଂସ ଓ ୬୦୩ ରନରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଥିଲା। ଦୁଇଟି ଯାକ ଇନିଂସରେ ମିଜୋରାମ ବ୍ୟାଟ୍ସମ୍ୟାନ ଆରୁକ ଦାସ (୧୧ ଓ ୧୫ ରନ) କେବଳ ଦୁଇ ଅଙ୍କବିଶିଷ୍ଟ ସ୍କୋର କରିପାରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଘରୋଇ କ୍ରିକେଟ ଇତିହାସରେ ବୃହତ୍‌ ବିଜୟର ରେକର୍ଡ ପୂର୍ବରୁ ଆସାମ ଦଳ ନାମରେ ରହିଥିଲା। ୧୯୯୧-୯୨ ରଣ୍‌ଜୀ ସିଜନରେ ଆସାମ ଏକ ଇନିଂସ ଓ ୪୭୨ ରନରେ ତ୍ରିପୁରାକୁ ପରାସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Commonwealth Games: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଝଣ୍ଡୁ କୁମାର

ନୂଆଦିଲ୍ଲୀ,୨୫।୭: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ, ପାରା ଭାରୋତ୍ତୋଳକ ଝଣ୍ଡୁ କୁମାର କାଂସ୍ୟ ପଦକ ଜିତି ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛନ୍ତି…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

ଭାଇରାଲ ସେଲିବ୍ରେଶନକୁ ନେଇ ମୁହଁ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡ ଗସ୍ତର ବିଫଳତାକୁ ପଛରେ ପକାଇ, ବୈଭବ ସୂର୍ଯ୍ୟବଂଶୀ ଗୁରୁବାର ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚରେ ଏକ ଚମତ୍କାର ଇନିଂସ ଖେଳି ଅର୍ଦ୍ଧଶତକ ହାସଲ…

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri