Posted inଜାତୀୟ

ଘାତକ ହେଲା ଦିଲ୍ଲୀ ଦଙ୍ଗା: ଗଡ଼ିଲାଣି ୨୭ ମୁଣ୍ଡ

ନୂଆଦିଲ୍ଲୀ,୨୭ା୨: ଦିଲ୍ଲୀରେ ଘାତକ ହେଲାଣି ସାମ୍ପ୍ରଦାୟିକ ଦଙ୍ଗା। କେନ୍ଦ୍ର ସରକାରଙ୍କ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ୩ ଦିନ ହେଲା ଜଳୁଛି ଜାତୀୟ ରାଜଧାନୀ। ଉତ୍ତର-ପୂର୍ବ ଦିଲ୍ଲୀସ୍ଥିତ ମୌଜପୁରରୁ ଆରମ୍ଭ ହୋଇଥିବା ସିଏଏ ବିରୋଧୀ ହିଂସା କ୍ରମଶଃ ଅନ୍ୟ ଜିଲାଗୁଡ଼ିକୁ ବ୍ୟାପିବାରେ ଲାଗିଛି। ପୂର୍ବ ଦିଲ୍ଲୀ ଓ ଶାହଦରା ଜିଲାରେ ମଧ୍ୟ ଅନୁରୂପ ଅବସ୍ଥା ଲାଗିରହିଥିବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ହିଂସାରେ ମଙ୍ଗଳବାର ସୁଦ୍ଧା ୧୩ ଜଣଙ୍କ ଜୀବନ ଯାଇଥିବାବେଳେ ବୁଧବାର ଆଉ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତର-ପୂର୍ବ ଦିଲ୍ଲୀସ୍ଥିତ ଏକ ଡ୍ରେନ୍‌ରୁ ଗୋଇନ୍ଦା ବ୍ୟୁରୋ (ଆଇବି)ର ଜଣେ କର୍ମଚାରୀଙ୍କ ମୃତଦେହ ମିଳିଛି। ଏହାସହ ଦଙ୍ଗାଜନିତ ମୃତ୍ୟୁସଂଖ୍ୟା ୨୭ରେ ପହଞ୍ଚତ୍ଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି। ସେପଟେ ଏହି ହିଂସାରେ ଦିଲ୍ଲୀର କୌଣସି ବ୍ୟକ୍ତିଙ୍କ ହାତ ନାହିଁ, ବରଂ ଏହା ବାହାର ଲୋକଙ୍କ କାଣ୍ଡ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ପ୍ରକାଶ କରିଛନ୍ତି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ସହ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ଦଙ୍ଗାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଦିଲ୍ଲୀ ପୋଲିସର ନିଷ୍କ୍ରିୟତାକୁ ନେଇ ସର୍ବୋଚ୍ଚ ଅଦାଲତ ଭର୍ତ୍ସନା କରିଛନ୍ତି। ଘୃଣା ମନ୍ତବ୍ୟ ଦେଇ ସ୍ଥିତିକୁ ସଙ୍ଗିନ କରିଥିବା ୩ ଭାଜପା ନେତା କପିଲ ମିଶ୍ରା, ଅନୁରାଗ ଠାକୁର ଓ ପରଭେଶ ବର୍ମାଙ୍କ ବିରୋଧରେ ତୁରନ୍ତ ଏଫ୍‌ଆଇଆର୍‌ କରିବା ପାଇଁ ପୋଲିସକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଦିଲ୍ଲୀର ୩ ଜିଲାରେ ଦଙ୍ଗା ଲାଗିରହିଥିବାରୁ ବୁଧବାର ସଶସ୍ତ୍ର ପୋଲିସ ବଳ ପକ୍ଷରୁ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ରହିଛି। କୌଣସି ପ୍ରକାର ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ଲାଗି ସୁରକ୍ଷା ବଳ କାହାକୁ ବାହାରକୁ ବାହାରିବାକୁ ଦେଉନାହାନ୍ତି। ଫଳରେ ଦଙ୍ଗା ପ୍ରଭାବିତ ଅଞ୍ଚଳରେ ଦୋକାନବଜାର, ସ୍କୁଲ କଲେଜ ବନ୍ଦ ରହିଛି। ରାସ୍ତାଗୁଡ଼ିକ ଖାଁ ଖାଁ ଲାଗୁଛି। ଏଭଳି ସମୟରେ ଉତ୍ତର-ପୂର୍ବ ଦିଲ୍ଲୀର ଚାନ୍ଦବାଗ ଅଞ୍ଚଳସ୍ଥିତ ଏକ ଡ୍ରେନ୍‌ରୁ ଆଇବି କର୍ମଚାରୀ ଅଙ୍କିତ ଶର୍ମାଙ୍କ ମୃତଦେହ ମିଳିଛି। ୨୬ ବର୍ଷୀୟ ଅଙ୍କିତ ମଙ୍ଗଳବାର ରାତିରୁ ନିଖୋଜ ଥିଲେ। ଟେକାମାଡ଼କାରୀଙ୍କ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଏବେ ମଧ୍ୟ ଲୋକନାୟକ ଜୟପ୍ରକାଶ ହସ୍ପିଟାଲ ଓ ଗୁରୁ ତେଗ୍‌ ବାହାଦୁର ହସ୍ପିଟାଲରେ ଅନେକ ଗୁଳିବିଦ୍ଧ ଆହତ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି। ଦଙ୍ଗାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଥିବାରୁ ସ୍ଥିତିରେ ସୁଧାର ଆସୁନାହିଁ। କଂଗ୍ରେସ ଏଥିପାଇଁ ଭାଜପାକୁ ଦାୟୀ କରିଥିବାବେଳେ କେନ୍ଦ୍ରମନ୍ତ୍ରୀମାନେ କଂଗ୍ରେସକୁ ୧୯୮୪ ଦଙ୍ଗା ବେଳର କଥା ମନେ ପକାଇଦେଇଛନ୍ତି। କଂଗ୍ରେସ ପକ୍ଷରୁ ଏଆଇସିସି ମୁଖ୍ୟାଳୟରେ ଏକ ଶାନ୍ତି ଶୋଭାଯାତ୍ରା କରାଯାଇଛି। ଏଥିରେ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ମୁକୁଲ ଓ୍ବାସ୍‌ନିକ୍‌, କେ.ସି. ବେଣୁଗୋପାଳ, ପି.ଏଲ୍‌. ପୁନିଆ, ରଣଦୀପ ସୁର୍ଜଓ୍ବୋଲା, ରାଜୀବ ଗୌଡ଼ା, ଅଜୟ ସିଂ, ସୁସ୍ମିତା ଦେବ ଓ ମଣିଶଙ୍କର ଆୟାରଙ୍କ ଭଳି ବରିଷ୍ଠ ନେତାମାନେ ଭାଗ ନେଇଥିଲେ। ୨୪ ଆକବର ରୋଡ୍‌ରୁ ତିସ୍‌ ଜାନୁୟାରୀ ମାର୍ଗସ୍ଥିତ ଗାନ୍ଧୀ ସ୍ମୃତି ପର୍ଯ୍ୟନ୍ତ ହୋଇଥିବା ଶୋଭାଯାତ୍ରାରେ ମହାମତ୍ା ଗାନ୍ଧୀଙ୍କ ପ୍ରିୟ ଭଜନ ‘ରଘୁପତି ରାଘବ ରାଜାରାମ’ ଗାନ କରାଯାଇଥିଲା। ଉତ୍ତର-ପୂର୍ବ ଦିଲ୍ଲୀର ବାସିନ୍ଦା ହସିବ୍‌ ଅହଦ କହିଛନ୍ତି, ୧୯୮୪ ଓ ୧୯୯୨ ହିଂସା ପରେ ଏଭଳି ସ୍ଥିତି ଦେଖିବାକୁ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri