ଘର ଭାଙ୍ଗିଲା, ଧାନ ଖାଇଲା

କଣିହାଁ,୨୬।୨(ଡି.ଏନ.ଏ.) – କଣିହାଁ ବ୍ଲକ ରେଙ୍ଗାଳି ଫରେଷ୍ଟ ସେକ୍ସନ ବଜ୍ରକୋଟ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହାତୀ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଭୋର ୫ଟାରେ ମାୟାଧର ପ୍ରଧାନଙ୍କ ଚାଳ ଛପର ଭାଙ୍ଗି ୨ କୁଇଣ୍ଟାଲ ଗଚ୍ଛିତ ଧାନ, ଗୋ-ଖାଦ୍ୟ ଖାଇବା ସହିତ ଅନ୍ୟାନ୍ୟ ଗୃହ ଉପକରଣ ନଷ୍ଟ କରିଥିଲା। ଖବରପାଇ ବନ ବିଭାଗ ସ୍କ୍ବାଡ୍‌ ପହଞ୍ଚି ବାଣ ଫୁଟାଇ ହାତୀକୁ ଘଉଡାଇଥିଲେ। ସେହିପରି ବର୍ଷା ବେଳେ ଉକ୍ତ ହାତୀ ପଞ୍ଚାୟତ ନିକଟକୁ ଚାଲିଆସିଥିଲା। ସେହି ସମୟରେ ଚିତ୍ତରଞ୍ଜନ ବାରିକ ଏକ ସାଇକେଲରେ ଆସୁଥିବାବେଳେ ହାତୀ ସହିତ ମୁହାଁମୁହିଁ ହୋଇଥିଲେ। ସେ ଦୌଡ଼ି ପଳାଇଯାଇଥିଲେ ହେଁ ହାତୀ ତାଙ୍କ ସାଇକେଲକୁ ଦଳିଚକଟି ଭାଙ୍ଗି ଦେଇଥିଲା। ଏହାପରେ ସୁବର୍ଣ୍ଣପୁର ସାହିକୁ ଯାଇ ବାଡ଼ି ବଗିଚା ନଷ୍ଟ କରିଥିଲା। ଫଳରେ ସ୍ଥାନୀୟ ବାସିନ୍ଦା ଏବେ ଆତଙ୍କିତ ହୋଇପଡ଼ିଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ ସହିତ ହାତୀ ଘଉଡ଼ାଇବା ପାଇଁ ଜିଲା ପରିଷଦର ପୂର୍ବତନ ସଦସ୍ୟ ନୃସିଂହ ବରାଳ, ପୂର୍ବତନ ସମିତି ସଭ୍ୟ ବିଧାନ ସାହୁ ଦାବି କରିଛନ୍ତି। ଏ ନେଇ କଣିହାଁ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀ କହିଛନ୍ତି, କ୍ଷୟକ୍ଷତିର ଭରଣା ବିଧିମତେ କରାଯିବ। ମଙ୍ଗଳବାର ହାତୀ ଘଉଡ଼ାଇବା କାର୍ଯ୍ୟରେ ୨୦ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଉଟି ସାମଗ୍ରୀ ପ୍ରଦାନରେ ଅନିୟମିତତା: କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ

ଢେଙ୍କାନାଳ ଅଫିସ, ୧୩।୯-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ଗ୍ରାମର ହିତାଧିକାରୀଙ୍କୁ ଖାଉଟି ସାମଗ୍ରୀ ପ୍ରଦାନରେ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି। ବାରମ୍ବାର ଦୃଷ୍ଟି ଆକର୍ଷଣ...

ଭୂତକୋଠି ପାଲଟିଛି ବଡ଼ଖଣ୍ଡାଏତା ରେଳଷ୍ଟେଶନ

ବାଲିଆ,୫।୧୦: ୧୯୭୪ରେ ଜଗତ୍‌ସିଂହୁର ଜିଲାର ବରିଡ଼ି ତହସିଲ ଅଧୀନ ବଡ଼ଖଣ୍ଡାଏତା ରେଳଷ୍ଟେଶନ ନିର୍ମାଣ ହୋଇଥିଲା। ଏହା କଟକ-ପାରାଦୀପ ରେଳପଥର ସର୍ବପୁରାତନ ଷ୍ଟେଶନ ଥିଲା। ଏହି ଷ୍ଟେସନ...

ସ୍କୁଲ ଯିବା ବାଟରେ ମୁଣ୍ଡକୁ ଆସିଲା ଏମିତି କଥା, ଫୋନ ବିକି ଅକ୍ଷୟ କୁମାରଙ୍କୁ ଭେଟିବାକୁ ଚାଲିଗଲେ ସୁନ୍ଦରଗଡ଼ର ଛାତ୍ର

ସୁନ୍ଦରଗଡ,୧୩।୮(ଡି.ଏନ୍‌.ଏ.): ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ଦେଖିବା ନିଶା ଏମିତି ଯେ ଫୋନ୍‌ ବିକି ମୁମ୍ବାଇ ଚାଲିଯାଇଥିଲେ ଜଣେ ଛାତ୍ର। ପରେ ତାଙ୍କୁ ମୁମ୍ବାଇସ୍ଥିତ ବଲିଉଡ...

ପ୍ରମାଣ ଅଭାବରୁ ସବ୍ୟସାଚୀ, ଆଜାଦ୍‌ ଦୋଷମୁକ୍ତ

ନୟାଗଡ଼ ଅଫିସ,୯।୧୦:ନୟାଗଡ଼ ଜିଲାରେ ୨୦୦୮ରେ ମାଓବାଦୀ ଆକ୍ରମଣ ଘଟଣାରେ ଦଶପଲ୍ଲା ଥାନା ଅଞ୍ଚଳରୁ ନଡ଼ିଆ ଟ୍ରକ ଅପହରଣ ସମ୍ପର୍କରେ ରାୟ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ଶୁକ୍ରବାର...

ଗଣବଳାତ୍କାର: ମୁଖ୍ୟ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

ଯାଜପୁର ରୋଡ୍‌,୧୭।୪(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ଥାନା ଅନ୍ତର୍ଗତ ପାଟପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଗଣବଳାତ୍କାର ମାମଲାରେ ଯାଜପୁରରୋଡ୍‌ ଅତିରିକ୍ତ ଜିଲା ଦୌରାଜଜ୍‌ ମାନସ କୁମାର...

ଗ୍ରୀନ ଇଣ୍ଡିଆ ଚିଟ୍‌ଫଣ୍ଡ ସଂସ୍ଥା ଏମ୍‌ଡି ଗିରଫ

ବ୍ରହ୍ମପୁର ଅଫିସ,୨୫ା୧-ଛତିଶଗଡ଼ ପୋଲିସର ଏକ ୬ ଜଣିଆ ଟିମ ବ୍ରହ୍ମପୁର ପୋଲିସ ସହାୟତାରେ ଶୁକ୍ରବାର ବ୍ରହ୍ମପୁରରେ ଚଢ଼ାଉ କରି ଗ୍ରୀନ ଇଣ୍ଡିଆ ଚିଟ୍‌ଫଣ୍ଡ ସଂସ୍ଥାର ଅନ୍ୟତମ...

ପଥର ଅନ୍‌ଲୋଡ ବେଳେ ଓଲଟି ପଡ଼ିଲା ଟ୍ରାକ୍ଟର, ଚାପି ହୋଇଗଲେ ଡ୍ରାଇଭର

ଅମରପାଲି,୨୨ା୧୧(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଠେଙ୍ଗୋ ଡ୍ୟାମ ନିକଟରେ ନିର୍ମାଣାଧୀନ ପୋଲ କାମ କରୁଥିବା ବେଳେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଲକୁ...

ଜିତିବା, ହାରିବାକୁ ନେଇ ଅଙ୍କକଷା

ଯାଜପୁର ଅଫିସ,୨୬ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ଶେଷହେବା ପରେ ଗଣତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି...

Advertisement
Archives

Model This Week