ଘର ପାଇଁ ୭ ବର୍ଷ ହେଲା ପ୍ରଶାସନ ନିକଟକୁ ଦୌଡୁଛନ୍ତି ବୃଦ୍ଧ

ନବରଙ୍ଗପୁର,୨୩।୭(ବି.ପ୍ର.)- ୭ ବର୍ଷ ତଳେ ନିଆଁ ଲାଗି ଘର ଜଳିଗଲା। ଯେଉଁ ଭଙ୍ଗା ଦଦରା ଘର ଖଣ୍ଡେ ଥିଲା ତାହା ବର୍ଷାରେ ଭାଙ୍ଗିଗଲା। ଘର ଖଣ୍ଡିଏ ପାଇଁ ତତ୍କାଳୀନ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଏକମ୍ବା ଗାଁର ବୃଦ୍ଧ ଦୁର୍ଯ୍ୟୋଧନ ଭତ୍ରା। ଜିଲାପାଳ ତହସିଲଦାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ଯାଏ ଆସି ପାରିଲାନି ତଦନ୍ତ ରିପୋର୍ଟ। ୭ ବର୍ଷ ବିତିଯାଇଥିଲେ ମଧ୍ୟ ବୃଦ୍ଧଙ୍କୁ ଏ ଯାଏ ଘର ଖଣ୍ଡିଏ ମିଳି ପାରି ନାହିଁ। ଘର ନ ଥିବାରୁ ଅନ୍ୟ ଲୋକଙ୍କ ବାରଣ୍ଡାରେ ବିତୁଛି ବୃଦ୍ଧ ଦୁର୍ଯ୍ୟୋଧନଙ୍କ ଜୀବନ।
୨୦୧୨ ମସିହାରେ ନିଆଁ ଲାଗି ଦୁର୍ଯ୍ୟୋଧନଙ୍କ ଘର ପୋଡିଯାଇଥିଲା। ସେତେବେଳେ ଘରପୋଡି ସହାୟତା କିଛି ବି ମିଳି ନ ଥିଲା। ଭଙ୍ଗା ଘରେ ସ୍ତ୍ରୀ ସହ ଦୁର୍ଯ୍ୟୋଧନ ଆଶ୍ରୟ ନେଇଥିଲେ। ବର୍ଷାରେ ଘର ଖଣ୍ଡିକ ଭାଙ୍ଗିଗଲା ା ରହିବାକୁ ଅନ୍ୟ କୌଣସି ବ୍ୟବସ୍ଥା ନ ଥିବାରୁ ଅନ୍ୟ ଘର ବାରଣ୍ଡାରେ ରହି ଆସୁଛନ୍ତି। ଘର ଖଣ୍ଡିଏ ପାଇଁ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ା କାହାର ବଦାନ୍ୟତା ନଥିବାରୁ ଦୁର୍ଦ୍ଦିନରେ ଜୀବନ କଟୁଛି ବୋଲି ସେ କହିଛନ୍ତିି ା ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ୨୦୧୨ ଅକ୍ଟୋବର ୩୦ ତାରିଖରେ ଦୁର୍ଯ୍ୟୋଧନଙ୍କ ସ୍ତ୍ରୀ ଘର ପାଇଁ ଜଣାଇଥିଲେ। ଦରଖାସ୍ତ ସଂଖ୍ୟା ନଂ ୨୧୮୦ ରହିଥିଲା ା ଜିଲାପାଳ ନନ୍ଦାହାଣ୍ଡି ତହସିଲଦାରଙ୍କୁ ଏହି ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା ତଦନ୍ତ ରିପୋର୍ଟ ଆସିଲାନାହିଁ ା ଘର ଖଣ୍ଡେ ତିଆରି କରିବା ପାଇଁ ତାଙ୍କର ସମ୍ବଳ ନାହିଁ ା ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳିପାରିଲା ନାହିଁ ା ଗୋଟିଏ ଆଖି ଦୃଷ୍ଟି ବାଧିତ ା ଅନ୍ୟ ଏକ ଆଖି ବୟସାଧିକ ଲାଗି ଦୃଷ୍ଟି ବାଧିତ ରହିଛି ା ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ପ୍ରମାଣ ପତ୍ର ମିଳିଛି ବୋଲି କହିଛନ୍ତି। ଜଣେ ଗରିବ ଲୋକ ହୋଇଥିବାରୁ ବ୍ଲକ ସଦର ମହକୁମା ଓ ଜିଲା ସଦର ମହକୁମା ଯିବା ଆସିବା କରି ଘର ଖଣ୍ଡିକ ପାଇଁ ଅନେକ ଟଙ୍କା ଖର୍ଚ୍ଚ କରି ସାରିଛି ା ଏବେ ପୁଣି ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତିି ା ପ୍ରଶାସନ ସହାୟକ ହେଲେ ଆମ ବାର୍ଦ୍ଧକ୍ୟ ଜୀବନ ସୁଖମୟ ହୋଇ ପାରନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଗୁଡାରିରୁ ଭୁବନେଶ୍ୱର ବସ୍‌ ସେବା ପାଇଁ ସ୍ବର ଉଠାଇଲେ ଭୃଗୁ: ଦାବି ପୂରଣ ନ ହେଲେ…

ଗୁଡାରି,୨୦।୭,(ପ୍ରମୋଦ କୁମାର ପତି ) : ଭୁବନେଶ୍ୱରରେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଚିନ୍ତନ ବୈଠକ ସଭାପତି ଭୃଗୁ ବକ୍ସିପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ରାୟଗଡ଼ାରେ ବଡ଼ ଧରଣର ଡକାୟତି, ଗ୍ରିଲ୍‌ ଭାଙ୍ଗି ନେଇଗଲେ ୧୫ ଭରି ସୁନା ଅଳଙ୍କାର

ରାୟଗଡ଼ା,୨୦।୭(କୈଳାଶ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଛି l ଅଞ୍ଚଳରେ ଚୋରି, ଡକାୟତି, ରାହାଜନୀ, ଲୁଯ୍‌ ଭଳି ଘଟଣା ଦିନକୁ ଦିନ ବଢ଼ିବାରେ…

ବସ ସେବା ଦାବିରେ ସାଇକେଲ ଯାତ୍ରା ଚେତାବନୀ

ଗୁଣପୁର, ୧୮/୭ (ସୁଜାତା ପାଢ଼ୀ): ଗୁଡାରି ୧୯୭୨ ମସିହାରେ ଏନ୍‌ଏସିର ମାନ୍ୟତା ପାଇଥିଲା। ଏହାଛଡ଼ା ଗୁଡାରି ବ୍ଲକ ୯ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ। ଏହା ଏକ ଆଦିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri