ଘରେ ରହି ‘ମ୍ୟାନ୍ସ ଓ୍ବାର୍ଲଡ ଇଣ୍ଡିଆ’ ମାଗାଜିନର କଭର ଗର୍ଲ ହେଲେ ତାପସି

ମୁମ୍ବାଇ: ଲକ୍‌ଡାଉନ ପାଇଁ ଏବେ ପ୍ରାୟ ସବୁ ସେଲିବ୍ରିଟି ଘରେ ବନ୍ଦ ହୋଇ ରହିଛନ୍ତି। ତେବେ ଏହି ସମୟରେ ଘରେ ବନ୍ଦ ହୋଇ ରହି ମଧ୍ୟ ‘ମ୍ୟାନ୍ସ ଓ୍ବାର୍ଲଡ ଇଣ୍ଡିଆ’ ମାଗାଜିନର କଭର ଗର୍ଲ ହୋଇପାରିଛନ୍ତି ବଲିଉଡ୍‌ ନାୟିକା ତାପସି ପନ୍ନୁ। ଏହାର ମେ’ ମାସର ମାଗାଜିନ ପାଇଁ କଭର ଫଟୋ ତାପସି ନିଜ ଘରେ ଶୁଟ୍‌ କରିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ଏହା ଶେୟାର କରିବା ପରେ ଏକଥା ଜଣାପଡିଛି।

ଫଟୋ ଶେୟାର କରି ତାପସି ଲେଖିଛନ୍ତି, ଲକ୍‌ଡାଉନ ସମୟରେ ଯେତେବେଳେ ଆପଣ ଷ୍ଟାଇଲିଷ୍ଟ, ଫଟୋଗ୍ରାଫର, କନସେପ୍ଟ ଡିଜାଇନର, ଫଟୋ ଏଡିଟର, ଆର୍ଟ ଡାଇରେକ୍ଟରଙ୍କ ସହ ଅଛନ୍ତି ତା’ର ଆଉଟ୍‌ ପୁଟ୍‌ ଏହାହିଁ ହେବ। ତେବେ କ୍ୱାରାଣ୍ଟାଇନ ଫଟୋ ସିରିଜ ପାଇଁ ହେୟାର ମେକଅପ୍‌ ଓ ବାଲାନସିଂର କ୍ରେଡିଟ ସେ ନିଜେ ନେବେ ବୋଲି କହିଛନ୍ତି। ତେବେ ଫଟୋ ଶୁଟ୍‌ ପାଇଁ ସବୁ ସଟ୍‌ସର କନସେପ୍ଟ ଓ ଡିଜାଇନ ଦେବକିଙ୍କୁ ଦିଆଯିବ। ଯିଏକି ତାପସିଙ୍କ ଷ୍ଟାଇଲିଷ୍ଟ ଓ ସିଷ୍ଟର ଇନ୍‌ ଲ ବୋଲି ଜଣାପଡିଛି। ଲକ୍‌ଡାଉନ ସମୟରେ ଏମାନେ ଦୁହେଁ ଏକାଠି ସମୟ କାଟୁଛନ୍ତି। ତେବେ ଏହି ମାଗଜିନର କଭର ପେଜ୍‌ ଫଟୋ ଶୁଟ୍‌ ପାଇଁ ତାପସିଙ୍କ ଘରର ପ୍ରତିଟି କୋଣ ଯେମିତିକି କିଚେନ, ବାଥରୁମ, ଲିଭିଙ୍ଗ ରୁମ୍‌, ବାଲକୋନି ଯେଉଁଠି ଯେଉଁଠି ତାପସି ଲକ୍‌ଡାଉନରେ ସମୟ କାଟିଛନ୍ତି ସେସବୁକୁ ବଛାଯାଇଥିବା ବେଳେ ଏହାକୁ କିନ୍ତୁ ପରେ କପଡାରେ ଢାଙ୍କି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକଦା ଶାହାରୁଖଙ୍କୁ ‘କୁକୁର’ ବୋଲି ସମ୍ବୋଧନ କରିଥିଲେ ମିଷ୍ଟର ପରଫେକ୍ଟ: କହିଥିଲେ ‘ମୋ ପାଦ ଚାଟୁଛି’; ଆଉ…

ବମ୍ବେ: ବଲିଉଡ୍‌ର ମିଷ୍ଟର ପରଫେକ୍ଟ ନାମରେ ଖ୍ୟାତ ଆମିର ଖାନ। ଏକଦା ସେ ନିଜର ବ୍ଲଗରେ କିଙ୍ଗ ଖାନଙ୍କୁ ନିଜର କୁକୁର ବୋଲି କହିଥିଲେ। ଏହି...

୩ ବିବାହ, ୩୭ ବର୍ଷ ସାନ ଗାୟିକାଙ୍କ ସହ ରୋମାନ୍ସ; ବିବାଦରେ ଛନ୍ଦି ହୋଇଛନ୍ତି ଏହି ଭଜନ ସମ୍ରାଟ

ବମ୍ବେ: ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ କିଏ ବା ନଜାଣେ। ଗାୟକ ହିସାବରେ ବେଶ ଖ୍ୟାତି ଅର୍ଜନ କରିଥିଲେ ହେଁ ବ୍ୟକ୍ତିଗତ ଜୀବନରେ ସେ ସେତିକି...

ଅଡୁଆ କରୁଛି କିସ୍‌

ଦିଶା ପଟାନି ଏବେ ଟେନସନରେ। କାରଣ ଯେଉଁ କେତୋଟି ଅଫର ମିଳୁଛି ସେଥିରେ ଲିପ୍‌-ଲକ୍‌ ସିନ୍‌ ରହୁଛି। ଆଉ ଏକଥା ଶୁଣିବା ପରେ ଦିଶା ପ୍ରଥମେ...

କୋମାରୁ ବର୍ତ୍ତି ଯାଇଥିଲେ ନିକ୍‌

ଲସ୍‌ ଆଞ୍ଜେଲସ୍‌: ଆମେରିକାର ପପ୍‌ ସିଙ୍ଗର ତଥା ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍‌ ଜୋନାସ୍‌ ଜଣେ ଇଣ୍ଟରନ୍ୟାଶନାଲ ଷ୍ଟାର। ପ୍ରିୟଙ୍କାଙ୍କୁ ବିବାହ କରିବା...

ଅଭିନୟ କରୁ କରୁ ସତସତିକା ପଡ଼ିଛନ୍ତି ପ୍ରେମରେ

ବମ୍ବେ: ଅଭିନୟ କରୁ କରୁ ସତ ସତିକା ସହକଳାକାରଙ୍କ ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ। ଆମେ କଥା ହେଉଛୁ ଆଲିସ୍‌ କୌଶିକଙ୍କ ବିଷୟରେ। ଟେଲିଭିଜନ ଧାରାବାହିକ ‘ପାଣ୍ଡ୍ୟା...

ନିର୍ମାତାଙ୍କୁ ବଡ ଝଟକା: ରିଲିଜ୍‌ ହେବାର କିଛି ଘଣ୍ଟା ମଧ୍ୟରେ ଅନ୍‌ଲାଇନରେ ଲିକ୍‌

ମୁମ୍ବାଇ: ସନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ଆଜି ସିନେମା ଘରେ ରିଲିଜ୍‌ ହୋଇଛି। ଓପନିଙ୍ଗ୍‌ ଡେ’ରେ ‘ଗଦର-୨’କୁ ନେଇ ପ୍ରଶଂସକଙ୍କ ଭଲ ପ୍ରତିକ୍ରିୟା ଆସିଛି। ତେବେ...

ଲାକ୍ମୀ ଫ୍ୟାଶନ ଉଇକ୍‌ରେ ମଲାଇକାଙ୍କ କ୍ରେଜ୍‌

ବମ୍ବେ: ଚଳିତ ବର୍ଷର ଲାକ୍ମୀ ଫ୍ୟାଶନ ଉଇକ୍‌ରେ ବଲିଉଡ୍‌ ଡିଭାଙ୍କ ଜଲଓ୍ବା ଦେଖିବାକୁ ମିଳୁଛି। ଏହାର ତୃତୀୟ ଦିନ ଗୁରୁବାରରେ ମଲାଇକା ଅରୋରା ର଼୍ୟାମ୍ପ ଓ୍ବାକ୍‌...

ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ବିଗ୍‌ ବି’

ମୁମ୍ବାଇ: ଫିଲ୍ମ ‘ପିଙ୍କ୍‌’ରେ ଭେଟେରାନ ଅଭିନେତା ଅମିତାଭ ବଚ୍ଚନଙ୍କ ଅଭିନୟ ଦର୍ଶକମାନେ ଭୁଲି ନାହାଁନ୍ତି। ତେବେ ସାତ ବର୍ଷ ପରେ ଅମିତାଭ ପୁଣିଥରେ ବଡ ପରଦାକୁ...

Advertisement
Archives

Model This Week