Posted inଫୁରସତ

ଘରେ କର୍ପୂରରେ ଆଳତି କଲେ ମିଳେ ଅନେକ ଫାଇଦା

ହିନ୍ଦୁ ଧର୍ମରେ ପୂଜାରେ ଯଦି କର୍ପୂରକୁ ସାମିଲ କରା ନ ଯାଏ ତେବେ ପୂଜାକୁ ଅସମ୍ପୂର୍ଣ୍ଣ ବୋଲି ଧରାଯାଇଥାଏ। ପୂଜା ସରିବା ପରେ କର୍ପୂରରେ ଆଳତି କରିବା ଦ୍ୱାରା ପୂଜା ସଫଳ ହୋଇଛି ବୋଲି ଆମେ ଅନୁଭବ କରିଥାଉ। ଘରେ ହେଉ ବା ମନ୍ଦିରରେ ସର୍ବଦା ଆମେ କର୍ପୂର ଜଳାଇ ଆଳତି କରିଥାଉ। ବାସ୍ତୁଶାସ୍ତ୍ର ଅନୁସାରେ, କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ପ୍ରଭାବ ପକାଇଥାଏ। ସବୁଦିନେ ସକାଳେ ଏବଂ ସନ୍ଧ୍ୟାରେ କର୍ପୂର ଜଳାଇ ଆଳତି କରିବା ଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ବଜାୟ ରହିଥାଏ। ଏହା ଘରକୁ ନକାରାତ୍ମକ ଶକ୍ତିରୁ ଦୂରଇ ରଖିବା ସହ ଆପଣଙ୍କ ଆଳସ୍ୟପଣ ମଧ୍ୟ ଦୂର କରି ସମସ୍ତ ସଦସ୍ୟଙ୍କ ମନ ନିର୍ମଳ ରଖିଥାଏ। ଏଥିସହ ଘରର ସବୁ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। କର୍ପୂରରୁ ବାହାରୁଥିବା ବାସ୍ନା ମନକୁ ଶାନ୍ତ ରଖିବା ସହ ଘରେ ଥିବା ଜୀବାଣୁକୁ ମଧ୍ୟ ନଷ୍ଟ କରିଥାଏ। ସେହିପରି କର୍ପୂରରେ ଆଳତି କରିବା ଦ୍ୱାରା ପିତୃଦୋଷ ମଧ୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। କର୍ପୂର ଆଳତି କରି ଘରର ସବୁ ସ୍ଥାନରେ ବୁଲାଇବା ଉଚିତ୍‌। ଏହାଦ୍ୱାରା ଘରକୁ ଦାରିଦ୍ର୍ୟ ଗ୍ରାସ କରି ନ ଥାଏ। ଏଥିସହ ଭଲ ସମୟ ଚାଲୁ ନ ଥିଲେ ଓ ଆର୍ଥିକ ସମସ୍ୟା ଦେଖା ଦେଉଥିଲେ ରୂପାର ଏକ ଥାଳିରେ ପ୍ରତିଦିନ ଲବଙ୍ଗ ଓ କର୍ପୂର ଜଳାନ୍ତୁ। ଦେଖିବେ ଆପଣଙ୍କ ସବୁ ସମସ୍ୟା ଦୂର ହୋଇଯିବ। ଯଦି ଆପଣ ଭାବୁଛନ୍ତି ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ତାହାଲେ ଆପଣ ପ୍ରତିଦିନ ଗୋଲାପ ଫୁଲ ଉପରେ କର୍ପୂର ରଖି ମା’ ଦୁର୍ଗାଙ୍କ ଆଳତି କରନ୍ତୁ। ଏଥିସହ ସୂର୍ଯ୍ୟାସ୍ତ ସମୟରେ କର୍ପୂର ଦୀପ ଲଗାଇ ଘର ଚାରିଆଡେ ବୁଲାଇବା ସହ ମା’ ଲକ୍ଷ୍ମୀଙ୍କ ଆଳତି କରି ପୂଜା ସ୍ଥାନରେ ସ୍ଥାପିତ କରନ୍ତୁ। ଦେଖିବେ ଏଥିରୁ ଆପଣଙ୍କୁ ବହୁ ଫାଇଦା ମିଳିବ। ଏହାଛଡ଼ା କର୍ପୂରର ଆଉ ଏକ ଉପକାରିତା ମଧ୍ୟ ରହିଛି। ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଯଦି ଆପଣ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି ତା’ହେଲେ କେଇ ବୁନ୍ଦା କର୍ପୂର ତେଲ ପାଣିରେ ପକାଇ ସ୍ନାନ କରନ୍ତୁ। ଏହା ଆପଣଙ୍କ ଶରୀରର ରୋଗ ଭଲ କରିବାରେ ସହାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ଭାରତୀୟ କ୍ରିକେଟ ଦଳକୁ ନେଇ ହଟଚମଟ; Asian Gamesକୁ ନେଇ ଉଠିଲା ନୂଆ ବିବାଦ

ନୂଆଦିଲ୍ଲୀ,୧୯।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳ ରବିବାର ଜାପାନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯାତ୍ରା ପୂର୍ବରୁ ଏକ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ପ୍ରେମୀଯୁଗଳଙ୍କୁ ଗଛରେ ବାନ୍ଧି ମାଡ଼: ଲୁଚିକି ମହିଳାଙ୍କ ଘରକୁ ଆସିଥିବାବେଳେ ଘଟିଲା…

ବାରିପଦା/ ଝାରପୋଖରିଆ,୧୯ା୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସୁଧୀର କୁମାର ମହାନ୍ତ):ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରେ ପ୍ରେମ ସମ୍ପର୍କରୁ ନେଇ ଏକ ଅଶୋଭନୀୟ ଘଟଣା ଘଟିଛି। ଜଣେ ବିବାହିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?