ଘରଖଁଡ଼େ ଲାଗି ପରଶାସନକେ ଗୁହାରି କରି ନିରାଶ: ପୋଲିଥିନ୍‌ ତଲେ ୪ ପରାନୀ କୁଟୁମ୍‌

 

ପର୍ଲା, ୭ା୧(ଡି.ଏନ୍‌.ଏ.)-
ଗରିବ୍‌ ଦୁଖିକର ଲାଗି ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଖାଏଦ୍‌ ସୁରକ୍ଷା, ଆବାସ ଯୋଜନା ଲେଖେଁ ଅନେକ ମହତ୍‌ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ଅନେକ ଜାଗାରେ ଥାନୀଅ ରାଜନେତା, ପରଶାସନିକ ଅଧ୍‌କାରୀ, କରମଚାରୀକଁର ଉଦାସିନତା ଲାଗି ସରକାରକଁର ଇ ମହତ୍‌ ଯୋଜନାମାନ ବାଟ୍‌ବନା ହେଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଛଞ୍ଚାଣବାହାଲି ପଁଚେତ୍‌ ଅଧୀନ ଚଣାମୁଣ୍ଡା ଗଁାରେ।
ସୂଚନା ଅନ୍‌ସାରେ ଚଣାମୁଣ୍ଡା ଗଁାର ବଜନାଥ ନାଏକ(୫୦)। ପରିବାର କହେଲେ ମାଏକିନା ଭୁବନେଶ୍ୱରୀ(୪୫), ଝି’ ରାଧିକା(୧୭) ଆର ପୁଓ ଗୁଡୁ(୧୨)କେ ନେଇ ସଁସାର। ପରିବାରଟା ନିହାତି ଗରିବ୍‌। ସଖାଲ ପାଏଲେ ଦୁଇ ମାଏଝିମୁନୁଷ ପହରହର କାମ୍‌ବୁତା କରି ଦୁଇ ପଏସା ରୁଜ୍‌ଗାର କରୁଛନ୍‌। ସେଥ୍‌ରେ ପରିବାର ଚଲବାର ସଂଗେ ଦିହିପା, କପଡ଼ାଲତା, ଛୁଆକର ପାଠ୍‌ପଢ଼ା ଖରଚ୍‌ ତୁଲଉଛନ୍‌। ଘରେ ଅଭାବ୍‌ ଅନାଟନ ସବୁବେଲେ ଲାଗି ରହିଛେ। ଏନ୍‌ତାଥି ବଜନାଥ ଭଲ ଘରଖଁଡ଼େ ତିଆରି ନାଇଁପାରବାର। ବାପ୍‌ଅଜା ଅମଲୁ ଥିବାର ମାଏଟ୍‌ କୁରିଆଟା ଦୁରବଲ ହେଇ ଦୁଇ ବଛର ତଲେ ଭାଂଗିଯାଇଛେ। ଏନ୍‌ତାଥି କୁଟୁମଟା ଗୁଟେ ଝାଟିମାଟିର କୁରିଆରେ ପଲିଥିନ୍‌ ଢାପି ମୁଡ଼ ଗୁଁଜିଛନ୍‌। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ବଜନାଥ ଥାନୀଅ ସରପଁଚ୍‌, ବ୍ଲକ ଅଧ୍ୟକ୍ଷକ, ବ୍ଲକ ପରଶାସନକେ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ସେନ୍‌ତା ଘର ଭାଂଗି ଗଲାରୁ ରାଜସ୍ବ ନିରୀକ୍ଷକ, ତହସିଲଦାରକୁଁ ଗୁହାରି କରିଥିଲେ ବି ଆଏଜ୍‌ତକ ପଲିଥିନ୍‌ ଖଁଡ଼େ ବି ସାହାଯ୍‌ ନାଇଁ ମିଲିଥିବାର ସେ ଅଭିଯୋଗ କରିଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ୍‌ ମିଲୁଥିବାର ୨୦ କେ.ଜି. ଚାଉଲ ନ ସାହାଭରସା। ବଜନାଥକଁର ଦୁରଦଶା ବାବ୍‌ଦେ ଥାନୀଅ ସରପଁଚ୍‌ ବଳରାମ ପୂଝାରୀକୁଁ ପଚ୍‌ରାଲାରୁ ସର୍ଭେରେ ତାକର ନଁା ତାଲିକାରେ ଚଢ଼ାଯାଇଛେ। ଇ ବାବ୍‌ଦେ ଧର୍ମଗଡ଼ ବିଡିଓକଁର ସଂଗେ କଥା ହେଇ ଘର ଦେବାର ବେବସ୍‌ତା କରାଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଧର୍ମଗଡ଼ ଏବିଡିଓ ଗୋପାଳ କୃଷ୍ଣ ମିଶ୍ରକୁଁ ପଚ୍‌ରାଲାରୁ ହିତାଧିକାରୀ ଲେଖିକରି ଦେଲେ ତାହାକୁ ଆବାସ ଯୋଜନାରେ ସାମିଲ କରି ଘର ଯୁଗେଇଦେବାର ବେବସ୍‌ତା କରାଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ: ଶିଶୁ-ମାତୃ ମୃତ୍ୟୁ ହାର ହ୍ରାସ ଲକ୍ଷ୍ୟ

କେସିଙ୍ଗା ,୧୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ଖଟୁଆଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ପାଳିତ ହୋଇ ଯାଇଥିଲା।…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଶୁଖିଯାଉଛି ନଦୀ-ପୋଖରୀ, ମଣିଷଙ୍କ ସହ ଡହଳବିକଳ ହେଉଛନ୍ତି ଗୃହପାଳିତ ପଶୁ

କେସିଙ୍ଗା,୯ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତରେ ଥିବା ୧୧୦ଟି ଗ୍ରାମରେ ପ୍ରଚଣ୍ଡ ଗ୍ରୀଷ୍ମତାପ ଯୋଗୁ ନଦୀନାଳ, ପୋଖରୀ, ଚେକ୍‌ ଡ୍ୟାମ୍‌, ନଳକୂପ ଶୁଖିଯାଉଛି।…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri