ଘନଉଛି ଇଣ୍ଡିଗୋ ପ୍ରମୋଟରଙ୍କ ବିବାଦ

ନୂଆଦିଲ୍ଲୀ,୧୫-୭: ଦେଶର ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋର ଦୁଇ ପ୍ରମୋଟର ରାହୁଲ ଭାଟିଆ ଏବଂ ରାକେଶ ଗଙ୍ଗଓ୍ବାଲଙ୍କ ମଧ୍ୟରେ ବିବାଦ ଘନଉଛି। ଦୁଇ ପକ୍ଷ ଉଭୟ ଉଭୟଙ୍କୁ କମ୍ପାନୀର ପରିଚାଳନା ନେଇ ଦୋଷାରୋପ କରୁଥିବା ଦେଖାଯାଉଛି। କମ୍ପାନୀର ପରିଚାଳନାରେ ଗଭର୍ନାସ ତ୍ରୁଟି ଥିବା ନେଇ ପୂର୍ବରୁ ଗଙ୍ଗଓ୍ବାଲ ସେବିର ହସ୍ତକ୍ଷେପ ଲୋଡିଥିଲେ। ରବିବାର ରାହୁଲ ଭାଟିଆଙ୍କ ଗୋଷ୍ଠୀ ପକ୍ଷରୁ ଗଙ୍ଗଓ୍ବାଲଙ୍କୁ ସମାଲୋଚନା କରାଯାଇଥିବା ଦେଖାଯାଇଛି। ଆସନ୍ତା ସପ୍ତାହରେ ଇଣ୍ଡିଗୋର ବୋର୍ଡ ବୈଠକ ବସିବାକୁ ଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏଥିରେ ସ୍ଥାନ ପାଇବ ବୋଲି ଶୁଣା ଯାଉଛି। ଏଥିରେ ଗଙ୍ଗଓ୍ବାଲ ବ୍ୟକ୍ତିଗତ କିମ୍ବା ଭିଡିଓକନଫରେନ୍ସି ଯୋଗୁ ଯୋଗ ଦେବେ କି ନାହିଁ ସେ ନେଇ କୌଣସି ସୂଚନା ମିଳି ପାରି ନାହିଁ। ରବିବାର ରାହୁଲ ଭାଟିଆଙ୍କ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜ (ଆଇଜିଇ) ପକ୍ଷରୁ କୁହାଯାଇଛି ଯେ, ଗଙ୍ଗଓ୍ବାଲ ଇଣ୍ଡିଗୋ ଆରମ୍ଭ ହେବା ସମୟରେ କମ୍ପାନୀକୁ ବିକିବା ନେଇ ଯୋଜନା ରଖିଥିଲେ। ନିଜ ଉପରେ ରହିଥିବା ବିପଦକୁ ଏଡାଇବା ଲାଗି ଗଙ୍ଗଓ୍ବାଲ ଏଭଳି ପଦକ୍ଷେପ ନେବାକୁ ଚାହୁଥିଲେ ବୋଲି ରାହୁଲ ଭାଟିଆଙ୍କ ଗ୍ରୁପ ପକ୍ଷରୁ କୁହାଯାଇଛି। ଏଭଳି ସ୍ଥିତିରେ ବଜାର ନିୟନ୍ତ୍ରକ ସେବି ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି। ଏହି ଧାରାରେ କମ୍ପାନୀର ବୋର୍ଡ ସଦସ୍ୟ, ନିର୍ବାହୀଙ୍କୁ ସେବି ସମନ ଜାରି କରିବ ବୋଲି ଜଣା ପଡିଛି। ବିଭିନ୍ନ ପକ୍ଷର ନେଣଦେଣ ଏବଂ ଗଙ୍ଗଓ୍ବାଲଙ୍କ ଅଭିଯୋଗୁ ନେଇ କମ୍ପାନୀର ପାରା ଅନୁସାରେ କମେଣ୍ଟକୁ ମଧ୍ୟ ବିଚାର କରାଯିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri