ଘନଉଛି ଇଣ୍ଡିଗୋ ପ୍ରମୋଟରଙ୍କ ବିବାଦ

ନୂଆଦିଲ୍ଲୀ,୧୫-୭: ଦେଶର ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋର ଦୁଇ ପ୍ରମୋଟର ରାହୁଲ ଭାଟିଆ ଏବଂ ରାକେଶ ଗଙ୍ଗଓ୍ବାଲଙ୍କ ମଧ୍ୟରେ ବିବାଦ ଘନଉଛି। ଦୁଇ ପକ୍ଷ ଉଭୟ ଉଭୟଙ୍କୁ କମ୍ପାନୀର ପରିଚାଳନା ନେଇ ଦୋଷାରୋପ କରୁଥିବା ଦେଖାଯାଉଛି। କମ୍ପାନୀର ପରିଚାଳନାରେ ଗଭର୍ନାସ ତ୍ରୁଟି ଥିବା ନେଇ ପୂର୍ବରୁ ଗଙ୍ଗଓ୍ବାଲ ସେବିର ହସ୍ତକ୍ଷେପ ଲୋଡିଥିଲେ। ରବିବାର ରାହୁଲ ଭାଟିଆଙ୍କ ଗୋଷ୍ଠୀ ପକ୍ଷରୁ ଗଙ୍ଗଓ୍ବାଲଙ୍କୁ ସମାଲୋଚନା କରାଯାଇଥିବା ଦେଖାଯାଇଛି। ଆସନ୍ତା ସପ୍ତାହରେ ଇଣ୍ଡିଗୋର ବୋର୍ଡ ବୈଠକ ବସିବାକୁ ଥିବା ବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏଥିରେ ସ୍ଥାନ ପାଇବ ବୋଲି ଶୁଣା ଯାଉଛି। ଏଥିରେ ଗଙ୍ଗଓ୍ବାଲ ବ୍ୟକ୍ତିଗତ କିମ୍ବା ଭିଡିଓକନଫରେନ୍ସି ଯୋଗୁ ଯୋଗ ଦେବେ କି ନାହିଁ ସେ ନେଇ କୌଣସି ସୂଚନା ମିଳି ପାରି ନାହିଁ। ରବିବାର ରାହୁଲ ଭାଟିଆଙ୍କ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜ (ଆଇଜିଇ) ପକ୍ଷରୁ କୁହାଯାଇଛି ଯେ, ଗଙ୍ଗଓ୍ବାଲ ଇଣ୍ଡିଗୋ ଆରମ୍ଭ ହେବା ସମୟରେ କମ୍ପାନୀକୁ ବିକିବା ନେଇ ଯୋଜନା ରଖିଥିଲେ। ନିଜ ଉପରେ ରହିଥିବା ବିପଦକୁ ଏଡାଇବା ଲାଗି ଗଙ୍ଗଓ୍ବାଲ ଏଭଳି ପଦକ୍ଷେପ ନେବାକୁ ଚାହୁଥିଲେ ବୋଲି ରାହୁଲ ଭାଟିଆଙ୍କ ଗ୍ରୁପ ପକ୍ଷରୁ କୁହାଯାଇଛି। ଏଭଳି ସ୍ଥିତିରେ ବଜାର ନିୟନ୍ତ୍ରକ ସେବି ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି। ଏହି ଧାରାରେ କମ୍ପାନୀର ବୋର୍ଡ ସଦସ୍ୟ, ନିର୍ବାହୀଙ୍କୁ ସେବି ସମନ ଜାରି କରିବ ବୋଲି ଜଣା ପଡିଛି। ବିଭିନ୍ନ ପକ୍ଷର ନେଣଦେଣ ଏବଂ ଗଙ୍ଗଓ୍ବାଲଙ୍କ ଅଭିଯୋଗୁ ନେଇ କମ୍ପାନୀର ପାରା ଅନୁସାରେ କମେଣ୍ଟକୁ ମଧ୍ୟ ବିଚାର କରାଯିବ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ଟୋଲ ନିୟମ: ହାଇୱେରେ ଯାତ୍ରା କରୁଥିବା ଲୋକଙ୍କ ଉପରେ କ’ଣ ପଡିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୭: ଯଦି ଆପଣ ପ୍ରାୟତଃ ଜାତୀୟ ରାଜପଥ (ନ୍ୟାଶନାଲ ହାଇୱେ) କିମ୍ବା ଏକ୍ସପ୍ରେସୱେରେ ଯାତ୍ରା କରନ୍ତି, ତେବେ NHAI (ଏନ.ଏଚ.ଏ.ଆଇ.) ର ଏହି ନୂତନ ନିୟମ ଆପଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri