Posted inଖେଳ

ଗ୍ରେଡ୍‌ ‘ବି’କୁ ଖସିଲେ ମିତାଲି

ନୂଆଦିଲ୍ଲୀ, ୧୭।୧(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରେ ଗ୍ରେଡ୍‌ ‘ଏ’ରୁ ଖସି ଗ୍ରେଡ୍‌ ‘ବି’ରେ ସ୍ଥାନ ପାଇଛନ୍ତି ଭେଟେରାନ ମହିଳା କ୍ରିକେଟର ମିତାଲି ରାଜ। ତେବେ ରାଧା ଯାଦବ ଓ ତାନିୟା ଭାଟିଆ ଗ୍ରେଡ୍‌ ‘ବି’କୁ ଉନ୍ନୀତ ହୋଇଛନ୍ତି। ଗତ ସେପ୍ଟେମ୍ବରରେ ଟି୨୦ରୁ ଅବସର ନେଇଥିବା ୩୭ ବର୍ଷୀୟା ମିତାଲି ଦିନିକିଆ କ୍ରିକେଟ ଦଳର ଅଧିନାୟିକା ଅଛନ୍ତି। ୨୦୨୧ ବିଶ୍ୱକପ ପର୍ଯ୍ୟନ୍ତ ସେ ନିଜ ପଦ ବଜାୟ ରଖିବା ଆଶା କରାଯାଉଛି। ଟି୨୦ ଅଧିନାୟିକା ହରମନପ୍ରୀତ କୌର ଗ୍ରେଡ୍‌ ‘ଏ’ରେ ସ୍ଥାନ ବଜାୟ ରଖିଛନ୍ତି। ରାଧା ଓ ତାନିଆ ଗତବର୍ଷ ଗ୍ରେଡ୍‌ ‘ସି’ରେ ଥିଲେ। ୧୫ ବର୍ଷୀୟା ଶେଫାଳି ବର୍ମା ଓ ହାର୍ଲିନ ଦେଓଲ ପ୍ରଥମଥର ପାଇଁ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ହୋଇଛନ୍ତି। ଗତବର୍ଷ ଭାରତୀୟ ସିନିୟର ଦଳରେ ଖେଳିବା ଆରମ୍ଭ କରିଥିବା ଶେଫାଳି ପ୍ରଭାବୀ ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ନିକଟରେ ବ୍ରିସବେନଠାରେ ସେ ଅଷ୍ଟ୍ରେଲିଆ ‘ଏ’ ବିପକ୍ଷରେ ୧୨୪ ରନ ସ୍କୋର କରିଥିଲେ। ଏହି ଓପନର ଆସନ୍ତା ଟି୨୦ ବିଶ୍ୱକପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ଆଶା। ମୋନା ମେଶ୍ରମ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍‌ ପଡ଼ିଛନ୍ତି।
ଗ୍ରେଡ୍‌ ‘ଏ’(୫୦ ଲକ୍ଷ): ହରମନପ୍ରୀତ କୌର, ସ୍ମୃତି ମନ୍ଧାନା, ପୁନମ ଯାଦବ।
ଗ୍ରେଡ୍‌ ‘ବି’(୩୦ ଲକ୍ଷ): ମିତାଲି ରାଜ, ଝୁଲଣ ଗୋସ୍ବାମୀ, ଏକତା ବିସ୍ତ, ରାଧା ଯାଦବ, ତାନିୟା ଭାଟିଆ, ଶିଖା ପାଣ୍ଡେ, ଜେମିମା ରୋଡ୍ରିଗ୍ବେଜ, ଦୀପ୍ତି ଶର୍ମା।
ଗ୍ରେଡ୍‌ ‘ସି’(୧୦ ଲକ୍ଷ): ବେଦ କ୍ରିଷ୍ଣମୂର୍ତ୍ତି, ପୁନମ ରାଉତ, ଅନୂଜା ପାଟିଲ, ମାନସୀ ଜୋଶୀ, ଡି. ହେମଲତା, ଅରୁନ୍ଧତୀ ରେଡ୍ଡୀ, ରାଜେଶ୍ୱରୀ ଗାଏକ୍ୱାଡ, ପୂଜା ବସ୍ତ୍ରକାର, ହାର୍ଲିନ ଦେଓଲ, ପ୍ରିୟା ପୁନିଆ, ଶେଫାଳି ବର୍ମା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଷ୍ଟାଡିୟମରେ ଥିଲେ ୭୭ ହଜାର ଲୋକ, ହଠାତ୍‌ ଭୁଶୁଡ଼ି ପଡ଼ିଲା ଗ୍ୟାଲେରି

ସାଣ୍ଟିଆଗୋ,୧ା୧୦: ମ୍ୟାଚ୍‌ ସମୟରେ ପ୍ରଶଂସକଙ୍କ କ୍ରେଜ୍‌ ବେଳେବେଳେ ସମସ୍ତ ସୀମା ଅତିକ୍ରମ କରେ। ଦକ୍ଷିଣ ଆମେରିକାର ଚିଲିରେ ଶୁକ୍ରବାର ଏକ ଫୁଟବଲ ମ୍ୟାଚ୍‌ ସମୟରେ ସେମିତି...

ଇସ୍ରୋକୁ ଅଭିନନ୍ଦନ ଜଣାଇଲା ଭାରତୀୟ କ୍ରିକେଟ ଦଳ

ନୂଆଦିଲ୍ଲୀ,୨୩।୭: ଭାରତୀୟ ସ୍ପେସ ଇତିହାସରେ ଯୋଡି ହୋଇଛି ସ୍ବର୍ଣ୍ଣିମ ଅଧ୍ୟାୟ। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ତା’ର ଚନ୍ଦ୍ରଯାତ୍ରା...

ଡି’କକ୍‌ ଦକ୍ଷିଣ ଆଫ୍ରିକା ଟେଷ୍ଟ ଅଧିନାୟକ

ଜୋହାନ୍ସବର୍ଗ, ୧୨ା୧୨ (ପି.ଟି.)- ଆଗାମୀ ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି’କକ୍‌ଙ୍କୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳର...

ଦକ୍ଷିଣ କୋରିଆ ୨-୧ ଗୋଲରେ ଜାପାନକୁ ହରାଇଲା…

ଭୁବନେଶ୍ୱର, ୧୭।୧: ହକି ବିଶ୍ୱକପ୍‌ର ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏସୀୟ ଲଢ଼େଇରେ ଦକ୍ଷିଣ କୋରିଆ ଜାପାନକୁ ୨-୧ ଗୋଲରେ ହରାଇଛି। ଏଥିସହ ୨ ମ୍ୟାଚରୁ...

ବିକାଶ ପତି ବିସିସିଆଇ ମ୍ୟାଚ ରେଫରି

ଭୁବନେଶ୍ୱର, ୮ା୧୦(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ବର୍ତ୍ତମାନ ସିନିୟର ଚୟନ କମିଟି ସଦସ୍ୟ ବିକାଶ ସ୍ବରୂପ ପତି ବିସିସିଆଇ (ଭାରତୀୟ କ୍ରିକେଟ...

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମରେ ପହଞ୍ଚିଲେ ବିଜୟ ମାଲ୍ୟା

ଲଣ୍ଡନ, ୯।୬: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲରେ ଚାଲିଥିବା ବିଶ୍ୱକପ ମ୍ୟାଚ୍‌ ଦେଖିବାକୁ ଯାଇଛନ୍ତି ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା। ଭାରତର ବିଭିନ୍ନ ବ୍ୟାଙ୍କ୍‌ରୁ...

ହାର୍ଟ ଆଟାକ୍‌ରେ ତ୍ରିପୁରା କ୍ରିକେଟର୍‌ଙ୍କ ବିୟୋଗ

ଅଗରତାଲା, ୫।୧୨- ଏକ ଅଭାବନୀୟ ଘଟଣାକ୍ରମେ ତ୍ରିପୁରାର ଜଣେ ଯୁବ କ୍ରିକେଟର୍‌ ଅଭ୍ୟାସ କରୁଥିବାବେଳେ ହାର୍ଟ ଆଟାକ୍‌ରେ ପ୍ରାଣ ହରାଇଛନ୍ତି। ମହାରାଜା ବୀର୍‌ ବିକ୍ରମ କ୍ରିକେଟ୍‌...

ମେଣ୍ଟର ଦାୟିତ୍ୱ ପାଇଁ ପାଉଣା ନେବେ ନାହିଁ ଧୋନୀ

ନୂଆଦିଲ୍ଲୀ,୧୨।୧୦: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ମେଣ୍ଟର ଦାୟିତ୍ୱ ସମ୍ଭାଳିବା ପାଇଁ କିଛି ପାଉଣା ନେବେ ନାହିଁ। ଏ...

Advertisement
Archives

Model This Week