Posted inଖେଳ

ଗ୍ରୀନ ୩ ମାସ ବାସନ୍ଦ

ସିଡ୍‌ନୀ, ୯।୧ (ଏଏଫ୍‌ପି)- ଅଷ୍ଟ୍ରେଲୀୟ କ୍ରିକେଟର ତଥା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌)ରେ ସିଡ୍‌ନୀ ଥଣ୍ଡର୍ସ ପକ୍ଷରୁ ଖେଳୁଥିବା ଅଫ୍‌ ସ୍ପିନର କ୍ରିସ୍‌ ଗ୍ରୀନ ୩ ମାସ ଲାଗି ବୋଲିଂ କରିପାରିବେ ନାହିଁ। ଅବୈଧ ବୋଲିଂ ଶୈଳୀ ଲାଗି କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ତାଙ୍କୁ ୩ ମାସ ପାଇଁ ବାସନ୍ଦ କରିଛି। ଜାନୁୟାରୀ ୨ରେ ମେଲବୋର୍ନ ଷ୍ଟାରସ୍‌ ଓ ସିଡ୍‌ନୀ ଥଣ୍ଡର୍ସ ମଧ୍ୟରେ ଅନୁଷ୍ଠିତ ବିବିଏଲ୍‌ ମ୍ୟାଚ୍‌ ବେଳେ ୨୬ ବର୍ଷୀୟ ଗ୍ରୀନଙ୍କ ବୋଲିଂ ଶୈଳୀକୁ ନେଇ ଆପତ୍ତି ଉଠିଥିଲା। ଏହାପରେ କ୍ରିକେଟ୍‌ ଅଷ୍ଟ୍ରେଲିଆର ପ୍ରୋଟୋକଲ୍ସ ଅନୁଯାୟୀ ଗ୍ରୀନ୍‌ ନ୍ୟାଶନାଲ କ୍ରିକେଟ୍‌ ସେଣ୍ଟରରେ ବୋଲିଂ ପରୀକ୍ଷା କରିଥିଲେ। ଏଥିରେ ତାଙ୍କ ବୋଲିଂ ଶୈଳୀ ଅବୈଧ ରହିଥିବା ଜଣାପଡ଼ିଛି। ବୋଲିଂ କରିବାରୁ ବଞ୍ଚତ୍ତ ହୋଇଥିଲେ ମଧ୍ୟ ସେ ସିଡ୍‌ନୀ ପାଇଁ ଜଣେ ବ୍ୟାଟ୍ସମ୍ୟାନ ଭାବେ ଖେଳିପାରିବେ ବୋଲି ଜଣାପଡ଼ିଛି। ସେହିଭଳି ଗତ ଆଇପିଏଲ୍‌ ନିଲାମୀରେ କୋଲକାତା ନାଇଟ୍‌ ରାଇଡର୍ସ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କ୍ରୟ କରିଥିଲା। ଯେହେତୁ ତାଙ୍କୁ କେବଳ ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରୁ ବାସନ୍ଦ କରାଯାଇଛି, ସେ ଆଗାମୀ ଆଇପିଏଲ୍‌ ଖେଳିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ତାଙ୍କ ବୋଲିଂ ଉପରେ କଡ଼ା ନଜର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଐତିହାସିକ ରେକର୍ଡ ହାସଲ କଲେ କୋହଲି

ମେଲବୋର୍ନ,୧୩।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଟି-୨୦ ବିଶ୍ୱକପ ୨୦୨୨ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଏହି ଟୁର୍ନାମେଣ୍ଟରେ ସର୍ବାଧିକ ରନ ସ୍କୋରର...

ବକ୍ସିଂ ଡେ’ ଟେଷ୍ଟ: ଦୈନିକ ୩୦,୦୦୦ଦର୍ଶକଙ୍କୁ ଅନୁମତି

ମେଲବୋର୍ନ, ୧୧ା୧୨ (ପି.ଟି.)-ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ଆଇକନିକ ବକ୍ସିଂ ଡେ’ ଟେଷ୍ଟକୁ ଷ୍ଟାଡିୟମରେ ଦୈନିକ ୩୦,୦୦୦ ଦର୍ଶକ ଉପଭୋଗ କରିପାରିବେ। କୋଭିଡ୍‌ ଯୋଗୁ...

‘ଆମ ସହ କିଛି ଠିକ୍‌ କଲେ ନାହିଁ’

ଲାହୋର,୨୧।୯: ସୁରକ୍ଷାଜନିତ ସଙ୍କଟ ଦର୍ଶାଇ ପାକିସ୍ତାନ ଗସ୍ତରୁ ନ୍ୟୁଜିଲାଣ୍ଡ ଫେରିଯିବା ପରେ ଅକ୍ଟୋବରରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ସିରିଜ୍‌କୁ ବାତିଲ କରିଦେଇଛି ଇଂଲଣ୍ଡ। ଏହା ଉପରେ...

୧୩ ବଲ୍‌ରେ ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌: ଚର୍ଚ୍ଚାରେ ତାଙ୍କ ଛକା

ନୂଆଦିଲ୍ଲୀ,୧୮।୭: ଆଫଗାନିସ୍ତାନର ଷ୍ଟାର୍‌ ବୋଲର୍‌ ରଶିଦ୍‌ ଖାନ ଭିଟାଲିଟି ଟି-୨୦ ବ୍ଲାଷ୍ଟରେ ନିଜ ବ୍ୟାଟ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସସେକ୍ସ ପକ୍ଷରୁ ଖେଳୁଥିବା ରଶିଦ୍‌ ହାମ୍ପସାୟର...

ବାପାଙ୍କ ସହ ଗାଡି ସଫା କଲେ ଜିଭା

ରାଞ୍ଚି, ୨୫।୧୦: ୨୦୧୯ ବିଶ୍ୱକପ୍‌ ପରେ କ୍ରିକେଟରୁ କିଛିଦିନ ହେବ ଦୂରେଇ ଯାଇଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏବେ ସେ ନିଜ...

ଗୋକୁଳମ କେରଳକୁ ହ୍ୟାଟ୍ରିକ୍‌ ଟାଇଟଲ

ଅହମଦାବାଦ, ୨୨ା୫ (ପି.ଟି.): ଗୋକୁଳମ କେରଳ ଚଳିତବର୍ଷର ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌) ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ଦଳ ୫-୦ ଗୋଲ୍‌ରେ କିକ୍‌ଷ୍ଟାର୍ଟ...

ସନ୍‌ରାଇଜର୍ସର ହ୍ୟାଟ୍ରିକ ବିଜୟ

ମୁମ୍ବାଇ, ୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ୭ ଉଇକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। କୋଲକାତା...

ଇନିଂସ ବିଜୟର ନିକଟତର ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ, ୧୪ା୧୨ (ଏପି)-ସ୍ଥାନୀୟ ରିଜର୍ଭ ବେସିନଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଇନିଂସ ବିଜୟ ନିକଟତର ହୋଇଛି। ରବିବାର ଥିଲା ମ୍ୟାଚର...

Advertisement
Archives

Model This Week