ଗ୍ରୀନ୍‌ ଜୋନ୍‌ରେ ବଲାଙ୍ଗୀର: ଲକ୍‌ଡାଉନ୍‌ କୋହଳ ପାଇଁ ସାମାଜିକ ଦୂରତ୍ୱ ହେଲା ଖୋଲା ଉଲ୍ଲଂଘନ

ବଲାଙ୍ଗୀର ଅଫିସ, ୨୧ା୪- ବଲାଙ୍ଗୀର ଜିଲା ଗ୍ରୀନ୍‌ ଜୋନ୍‌ରେ ରହିଛି । ଏଭଳି କ୍ଷେତ୍ରରେ ଏପ୍ରିଲ ୨୦ ତାରିଖ ପରେ ଗ୍ରୀନ୍‌ ଜୋନ୍‌ ଜିଲାଗୁଡିକରେ ଲକ୍‌ଡାଉନ୍‌ କୋହଳ କରାଯିବ ବୋଲି ଆଲୋଚନା ହେଉଥିଲା। ପୂର୍ବରୁ ମେଡିକାଲ ଷ୍ଟୋର, ଗ୍ରୋସରୀ ଦୋକାନ, ଡେଲିମାର୍କେଟ, ଓମ୍‌ଫେଡ ଦୋକାନ, ଫଳ ଦୋକାନ ଖୋଲା ରହିଥିଲା । ମଙ୍ଗଳବାରଠାରୁ ସହରରେ ବହି ଦୋକାନ, ଗାଡିମଟର ପଞ୍ଚର ସେଣ୍ଟର, ଲୁହାଦୋକାନ୍‌, ବିଦ୍ୟୁତ୍‌ ସାମଗ୍ରୀ ଦୋକାନ, ଏସି, କୁଲର ଦୋକାନ, ମୋବାଇଲ ସେଣ୍ଟର ସହ ଅନ୍ୟ କେତେକ ଦୋକାନ ଖୋଲିଛି । କିଛି ଦୋକାନ ଖୋଲିବା ପରେ ହଠାତ୍‌ ସକାଳୁ ସହରରେ ଭିଡ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ରାସ୍ତାରେ ଲୋକେ ଯାନବାହନ ଧରି ବୁଲାବୁଲି କରୁଥିବା ଦେଖାଯାଇଥିଲା ା ପୋଲିସ ପକ୍ଷରୁ ଚେକିଂ କରାଯାଉ ନ ଥିବା ଜାଣିବା ପରେ ପୂର୍ବାହ୍ନ ୯ରୁ ୧୦ଟା ମଧ୍ୟରେ ସହରରେ ଭିଡ ବଢ଼ି ଯାଇଥିଲା । ଡେଲିମାର୍କେଟରେ ବାଇକ ଓ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ସବୁଠୁ ସାମାଜିକ ଦୂରତ୍ୱ ଉଲ୍ଲଂଘନ ହୋଇଥିତ୍ବା ଦେଖାଯାଇଥିଲା । ଦୋକାନରେ ସାମାଜିକ ଦୂରତ୍ୱ ଅବଲମ୍ବନ ପାଇଁ ମାର୍କିଂ କରାଯାଇଥିଲେ ମଧ୍ୟ ଲୋକେ ସେସବୁ ମାନି ନ ଥିବା ଦେଖାଯାଇଥିଲା। ଗୋଟିଏ ଦିନରେ ସହର ଅର୍ଦ୍ଧେକ ଚଳଚଞ୍ଚଳ ହୋଇପଡିଥିବାରୁ ଦୀର୍ଘ ପ୍ରାୟ ୧ ମାସର ଲକ୍‌ଡାଉନ୍‌ ନିଷ୍ପଳ ହୋଇଯିବାର ଆଶଙ୍କା ବୃଦ୍ଧି ପାଇଲାଣି । ଜିଲା ପ୍ରଶାସନ ଏଦିଗରେ ଧ୍ୟାନ ନ ଦେଲେ କରୋନା ଗୋଷ୍ଠୀ ସଂକ୍ରମଣ ଭୟ ବୃଦ୍ଧି ପାଇବା ଆଶଙ୍କା ଲାଗି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

ଏମଆରଏଫ୍‌ ୟୁନିଟ୍‌ରେ ପଶିଲା ୫ ଫୁଟର ଅଜଗର, ପରେ….

କୁଆଁରମୁଣ୍ଡା, ୮।୯ (ମହେନ୍ଦ୍ର କୁମାର ସାହୁ): ମଙ୍ଗଳବାର ମଧ୍ୟାହ୍ନରେ କୁଆଁରମୁଣ୍ଡା ବ୍ଲକ ଏମଆରଏଫ୍‌ ୟୁନିଟ୍‌ ଭିତରକୁ ଏକ ଅଜଗର ସାପ ପଶିଯାଇଥିଲା। ସାପଟିକୁ ଦେଖି କର୍ମଚାରୀମାନେ ଭୟଭୀତ…

ଯୁବ IAS କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲାପାଳ ଦାୟିତ୍ୱ, ଛୁଟିଲା ଶୁଭେଚ୍ଛା…

ଭବାନୀପାଟଣା,୮।୯(ଉତ୍ତମ କୁମାର ଦାଶ): ଟ୍ରେନିଂ ଶେଷ ପରେ ୯ ଯୁବ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।…

ରାଜଧାନୀରେ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୮।୯: ରାଜଧାନୀ ଭୁବନେଶ୍ୱର ଭରତପୁର ଥାନା ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପଶି ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି।…

ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ, ଜାଣନ୍ତୁ କାରଣ…

ଭୁବନେଶ୍ୱର,୮।୯: ପୂର୍ବତନ ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସ୍ବାମୀ ଦୁର୍ଗା ଛୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଥିବା ଅଭିଯୋଗରେ ଓଡ଼ିଶା ସହକାରୀ ସମିତି ରେଜିଷ୍ଟ୍ରାରଙ୍କ…

ସମ୍ବଲପୁରରେ ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା, ଏକ କୋଟିର ଗଞ୍ଜେଇ ଜବତ

​ସମ୍ବଲପୁର,୮।୯(ପ୍ରମୋଦ ବହିଦାର): ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ଏକ ବଡ଼ ଧରଣର ସଫଳତା ମିଳିଛି । ସମ୍ବଲପୁର ଶାସନ ସ୍ଥିତ ଟୋଲଗେଟ୍ ନିକଟରେ ଚଢ଼ାଉ…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ୩୭୫ କେଜି ଜବତ କଲା ଅଡବା ପୋଲିସ

ମୋହନା,୮।୯( ମନ୍ମଥ ମିଶ୍ର ): ଅଡବା ପୋଲିସକୁ ପୁଣି ସଫଳତା ମିଳିଛି । ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଅଡବା ପୋଲିସର ପାଟ୍ରୋଲିଂ…

ଘରୁ ଆସୁଥିଲା ଦୁର୍ଗନ୍ଧ ଯାଇଁ ଦେଖିଲା ବେଳକୁ ପଡ଼ିଛି….

ବେଲପାହାଡ଼, ୮/୯ (ସୁବାସ ପ୍ରଧାନ): ଝାରସୁଗୁଡ଼ା ଜିଲା ବେଲପାହାଡ଼ ମହିଜୋର ଅଞ୍ଚଳର ଏକ ଘର ଭିତରୁ ମଙ୍ଗଳବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri