ଗ୍ରୀନ୍‌ ଜୋନ୍‌ରେ ଗଞ୍ଜାମ, ଏଣୁ ସରକାରଙ୍କ ଗାଇଡ୍‌ଲାଇନ୍‌ ପାଳନ ହେବ: ଜିଲାପାଳ

ଛତ୍ରପୁର, ୨।୫(ଡି.ଏନ୍‌.ଏ.)- କରୋନା ମୁକାବିଲାକୁ ନେଇ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ତେବେ ଏହି ସମୟରେ ଗ୍ରୀନ, ଅରେଞ୍ଜ, ରେଡ ଜୋନ୍‌ ପାଇଁ ଗାଇଡଲାଇନ୍‌ ଅଲଗା ରହିଛି। ଗ୍ରୀନ ଜୋନ୍‌ ପାଇଁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନରେ କେତେକ କୋହଳ କରାଯାଇଛି। ଗଞ୍ଜାମ ଜ଼ିଲା ଗ୍ରୀନ ଜୋନରେ ରହିଥିବାରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ମୁତାବକ ତଥା ଜାରି ହୋଇଥିବା ଗାଇଡଲାଇନର ସମସ୍ତ ନିୟମଲାଗୁ ହେବ ବୋଲି ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗ୍ରୀନ ଜୋନ୍‌ର ପ୍ରତିଟି ନିୟମକୁ ବଳବତ୍ତର ରଖାଯାଇଛି। ତେବେ ଏସବୁ ସତ୍ତ୍ୱେ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ କହିଛନ୍ତି । ଯେଉଁଠି ଏହା ନ ଥିବ ଉକ୍ତ ଦୋକାନ ଓ ସୁବିଧା ବନ୍ଦ କରିଦିଆଯିବ। ସରକାରଙ୍କ ଗାଇଡଲାଇନ ଅନୁସାରେ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ତାହା କାର୍ଯ୍ୟକାରୀ ହେବା ପୂର୍ବରୁ ଥିବା ସକାଳ ୭ ଟା ରୁ ୧୨ ଦୋକାନ ଖୋଲିବା ନିୟମକୁ ବାତିଲ କରାଯାଇଥିବା ଜିଲାପାଳ କହିଛନ୍ତି।

କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ସକାଳ ୭ ରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଦୋକାନ ଖୋଲାରହିବ। ତେବେ ମଦ, ପାନ ଦୋକାନ ଖୋଲିବ କି ନାହିଁ ପଚାରିବାରୁ ଗାଇଡଲାଇନ ପ୍ରସ୍ତୁତ ହେବ ବୋଲି ଜ଼ିଲାପାଳ କହିଛନ୍ତି। ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନ ଓ ମାଙ୍ଗଳିକ କାର୍ଯ୍ୟକ୍ରମ ଉପରେ କଟକଣା ପୂର୍ବଭଳି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତ ବେଗରେ ବଢ଼ୁଛି ସଂକ୍ରମଣ

ନୂଆଦିଲ୍ଲୀ, ୬।୪(ପି.ଟି.): କରୋନା ସଂକ୍ରମଣର ଦ୍ୱିତୀୟ ଲହର ପୂର୍ବାପେକ୍ଷା ଅଧିକ ଦ୍ରୁତ ବେଗରେ ମାଡ଼ିଚାଲିଛି। ଦୈନିକ ସଂକ୍ରମଣ ୨୦ହଜାରରୁ ୧ ଲକ୍ଷରେ ପହଞ୍ଚତ୍ବାକୁ ମାତ୍ର ୨୫...

ବାଲିଘାଟରେ ବିଧାୟକଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଲେଶ୍ୱର ଅଫିସ,୧୮।୬-ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ଶେଷକୃତ୍ୟ ଗୁରୁବାର ବାଲିଘାଟସ୍ଥିତ ସ୍ବର୍ଗଦ୍ୱାରରେ ସମ୍ପନ୍ନ ହୋଇଛି। ସକାଳ ୬ଟା ବେଳେ ତାଙ୍କର ମରଶରୀରକୁ ବାସଭବନରୁ ଏକ...

ପରିବର୍ତ୍ତିତ ସଂକ୍ରମଣ ଉପରେ ନିର୍ଭର କରେ ତୃତୀୟ ଲହର

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ କେବଳ ସଂକ୍ରମଣ ହାର କମୁନାହିଁ, କୋଭିଡ୍‌-୧୯ ନମୁନାରେ ଭାଇରାଲ ଲୋଡ୍‌ ମଧ୍ୟ କମୁଛି। ଏ ନେଇ ସୋମବାର ଜୀବ ବିଜ୍ଞାନ ପ୍ରତିଷ୍ଠାନ...

ଆବଶ୍ୟକତା ଆଧାରରେ କଟକଣା

ନୂଆଦିଲ୍ଲୀ, ୨୮।୧୨: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆସିବା ପରେ ଭାରତର ବିଭିନ୍ନ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି...

ବେଗୁନିଆରେ ପ୍ରଥମ କରୋନା ପଜିଟିଭ: ଆକ୍ରାନ୍ତ ଯୁବକ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି

ବେଗୁନିଆ,୧୭ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ହଜ୍‌ ପଞ୍ଚାୟତରେ ରବିବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ...

ଆଜି ବିଜୟାଦଶମୀ: ମା’ଙ୍କ ଦର୍ଶନ ପାଇଁ ସବୁଠି ଭିଡ

ଭୁବନେଶ୍ୱର,୮।୧୦(ବ୍ୟୁରୋ): ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ ଅର୍ଥାତ୍‌ ଆଜି ବିଜୟା ଦଶମୀ।  ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ।...

ଆକାଉଣ୍ଟରେ ଟଙ୍କା ପଠାଇଲେ ଯୁକ୍ତ ୨ ପାସ୍‌ : ଫୋନ୍‌ରେ ଦାବି କରାଯାଉଛି ୩ରୁ ୬ ହଜାର ଟଙ୍କା

ନୟାଗଡ଼ ଅଫିସ,୨୭ା୪- ନୟାଗଡ଼ ଜିଲାର ଯୁକ୍ତ ୨ ପରୀକ୍ଷା ଦେଇଥିବା ବିଭିନ୍ନ ପିଲାଙ୍କ ନିକଟକୁ ଆସୁଛି ଫୋନ୍‌ କଲ୍‌। ପରୀକ୍ଷାରେ ଗୋଟିଏ ବିଷୟରେ ତୁମେ ଫେଲ୍‌...

ଅଶୋକ ଦିଓ୍ବାନ ଏବେ ସୁସ୍ଥ, ଆମେରିକାରୁ ଫେରିବେ

ନୂଆଦିଲ୍ଲୀ,୬।୫(ପି.ଟି.): ବିଶ୍ୱକପ୍‌ ବିଜେତା ପୂର୍ବତନ ହକି ଗୋଲକିପର ଅଶୋକ ଦିଓ୍ବାନ ଏବେ ସୁସ୍ଥ ଅଛନ୍ତି। ସେ ଏବେ ଆମେରିକାରୁ ସ୍ବଦେଶ ଫେରିବେ। କରୋନା ଭାଇରସ ମହାମାରୀ...

Advertisement
Archives

Model This Week