ଗ୍ରାସୀମ କମ୍ପାନୀ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଗଞ୍ଜାମ,୨୧ା୮(ଡି.ଏନ.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀର ପିଛା ଛାଡୁନି ସମସ୍ୟା। କେତେବେଳେ ବିଭିନ୍ନ ଦାବିନେଇ ଠିକା ଶ୍ରମିକଙ୍କ ଧାରଣା ତ ଆଉ କେତେବେଳେ ସ୍ଥାନୀୟ ଅଞ୍ଚଳର ଶିକ୍ଷିତ ଯୁବକ ନିଯୁକ୍ତି ଦାବିରେ ଆନ୍ଦୋଳନ କରୁଛନ୍ତି। ବର୍ତ୍ତମାନ କମ୍ପାନୀ ସମ୍ମୁଖରେ ଧାରଣା ଦେଇଛନ୍ତି କାର୍ଯ୍ୟରତ ଶ୍ରମିକ। କମ୍ପାନୀର ମନମୁଖୀ ଶାସନ ପ୍ରତିବାଦରେ ମଙ୍ଗଳବାର ଅପରାହ୍ନ ୪ଟାରୁ କମ୍ପାନୀ ଆଡ୍‌ମିନିଷ୍ଟ୍ରେଟ ବିଲ୍ଡିଂ ସମ୍ମୁଖରେ ଏହି ଧାରଣା ଚାଲିଛି। ଶ୍ରମିକମାନଙ୍କ ଧାରଣା ଯୋଗୁ ଷ୍ଟାଫ ଡ୍ୟୁଟି ସରିବାପରେ ବି ଭୟରେ ବାହାରକୁ ଯାଇପାରି ନ ଥିଲେ। ରାତି ପ୍ରାୟ ୧୧ଟାରେ କମ୍ପାନୀରୁ ବାହାରି କ୍ବାର୍ଟରକୁ ଯାଇଥିଲେ। କୌଣସି ସମାଧାନ ନ ହେବାରୁ ପୁଣି କାର୍ଯ୍ୟରତ ଶ୍ରମିକ ତଥା ଜୟଶ୍ରୀ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଙ୍ଗଠନ ବୁଧବାର ସକାଳୁ ଧାରଣା ଦେଇଛନ୍ତି। ୫୦ ବର୍ଷ ପୂର୍ବରୁ ହୋଇଥିବା ଚୁକ୍ତିକୁ କମ୍ପାନୀ ଅବମାନନା କରୁଥିବା ଉକ୍ତ ଶ୍ରମିକ ସଂଗଠନ ଅଭିଯୋଗ କରିଛି। ପୂର୍ବଚୁକ୍ତି ଅନୁଯାୟୀ ସିନିୟର ଶ୍ରମିକଙ୍କୁ କମ୍ପାନୀ ପ୍ରମୋଶନ ଦେବା ପ୍ରତିବଦଳରେ (ରେକୋଗନାଇଜ୍‌ ୟୁନିଅନ) ସ୍ବୀକୃତିପ୍ରାପ୍ତ ୟୁନିୟନ ଚାପରେ ଜୁନିୟର ଶ୍ରମିକମାନଙ୍କୁ ପ୍ରମୋଶନ ଦେଉଛି ବୋଲି ବିଜୁ ଶ୍ରମିକ ସାମ୍ମୁଖ୍ୟ ସଂଗଠନ ସମ୍ପାଦକ ଅର୍ଜୁନ କୁମାର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହିତ କମ୍ପାନୀରେ ଖାଲି ଥିବା ପଦବୀ ନିମନ୍ତେ ଠିକା ଭିତ୍ତିରେ ନିଯୁକ୍ତି ଦେଉଥିବା ସେ କହିଛନ୍ତି। ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିଙ୍କୁ ନିଯୁକ୍ତି ନ ଦେଇ ରାଜ୍ୟ ବାହାରୁ ଶ୍ରମିକ ଆଣି କମ୍ପାନୀରେ ନିୟୋଜିତ କରାଯାଉଛି ବୋଲି ସଂଘ ଅଭିଯୋଗ କରିଛି। ଏ ସମ୍ପର୍କରେ ସ୍ବୀକୃତିପ୍ରାପ୍ତ ୟୁନିଅନ ବା ଜୟଶ୍ରୀ କେମିକାଲ ଏମ୍ପ୍ଲୋଇଜ୍‌ ୟୁନିୟନ ସମ୍ପାଦକ ରଞ୍ଜିତ କୁମାର ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି। ପୁଣି କମ୍ପାନୀ ଲୋକ ସମ୍ପର୍କ ସୂଚନା ଅଧିକାରୀ ରବୀନ୍ଦ୍ର କୁମାର ମାହାନ୍ତିଙ୍କୁ ପଚାରିବାରେ ଶ୍ରମିକମାନଙ୍କ ଦାବି ସମ୍ପର୍କରେ ଆଲୋଚନା ଚାଲିଥିବା ସେ ସୂଚନା ଦେଇଛନ୍ତି। ଧାରଣାରେ ବିଜୁ ଶ୍ରମିକ ସାମ୍ମୁଖ୍ୟ ସଙ୍ଗଠନ ସଭାପତି ଶଙ୍କର ଦାସ, ସହ ସମ୍ପାଦକ କୃଷ୍ଣ ପଲାଇ, ପଙ୍କଜ ଗୌଡ଼, ଲୋକନାଥ ମୁଦୁଲି, ବାସୁଦେବ ରେଡ୍ଡୀ, ଟୁକୁନା ବାରିକି, ନାରାୟଣ ଗୌଡ଼, ବିଜୟ ପଲାଇଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଜିଲା ଭାବେ ମୃତ୍ୟୁରେ ଶତକ ଛୁଇଁଲା କରୋନା

ଭୁବନେଶ୍ୱର,୨।୮(ବ୍ୟୁରୋ): ଦିନକୁ ଦିନ ଗଞ୍ଜାମର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। କରୋନା ସଂକ୍ରମଣ ଚିହ୍ନଟ ହେବାଠାରୁ ଆରମ୍ଭ କରି ମୃତକଙ୍କ ସଂଖ୍ୟାରେ ଜିଲା ସର୍ବାଗ୍ରେ ରହିଛି।...

‘ନକାରାତ୍ମକ ମନୋଭାବର ପ୍ରତିଫଳନ’

କଟକ ଅଫିସ,୨୦ା୫: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଥିବାବେଳେ ଏବେ ହାଇକୋର୍ଟ ବାର୍‌...

ଇଭିଏମ୍‌ ଗୋଦାମ, ପାର୍କ ପାଚେରି ଭାଙ୍ଗିଲା ହାତୀ

ଖୋର୍ଦ୍ଧା ଅଫିସ,୧୬ା୧: ଖୋର୍ଦ୍ଧାରେ ହାତୀ ଉପଦ୍ରବ ଲାଗି ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ଲୋକେଶ୍ୱରରେ ଜଣଙ୍କ ପାଚେରି ଭାଙ୍ଗିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟ...

ରାଜଧାନୀରୁ ଆଉ ୧୦୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୭।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଆଉ ୧୦୧ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୫୨ ଜଣ କ୍ୱାରାଣ୍ଟାଇନରୁ ଥିବାବେଳେ ୪୯ ଲୋକାଲ କଣ୍ଟାକ୍ଟ...

ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା ରାୟ ପ୍ରକାଶ : ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଖଲିକୋଟ, ୨୭ା୬(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଖଲିକୋଟର ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଖଲିକୋଟ ଏଡିଜେ ଶ୍ରୀନିବାସ...

କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଯୋଗାଇ ଦିଆଯିବ ଅନ୍‌ସ୍ଲୋ ହାଇସ୍କୁଲର ୧୩ ଶ୍ରେଣୀଗୃହ: ଜିଲାପାଳ

ଛତ୍ରପୁର,୧୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ। ଏଥିପାଇଁ ଭିତ୍ତିଭୂମି ସମ୍ପର୍କିତ ଏକ ବୈଠକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଗୁରୁବାର...

ସାମାଜିକ କର୍ମୀ ଭାବେ କାର୍ଯ୍ୟ କରିବେ ପୁରାତନ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୪।୪(ବ୍ୟୁରୋ): ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ସର୍ବାଙ୍ଗୀନ ବିକାଶ ପାଇଁ ସ୍କୁଲ୍‌ ଓ ବ୍ଲକ୍‌ସ୍ତରରେ କାର୍ଯ୍ୟକରିବେ ‘ମୋ ସ୍କୁଲ୍‌’ ଦ୍ୱାରା ମନୋନୀତ ସ୍ବତନ୍ତ୍ର...

ଯାଞ୍ଚ ବେଳେ କାରରୁ ମିଳିଲା ୧. ୨୨ କୋଟି, ୨୨ଟି ସୁନା ବିସ୍କୁଟ ଜବତ

ବ୍ରହ୍ମପୁର ଅଫିସ, ୧୦।୮: ୩ଜଣ ବ୍ୟବସାୟୀଙ୍କ କାରରୁ ମିଳିଲା ୧କୋଟି ୨୨ଲକ୍ଷ ଟଙ୍କା। ଏଭଳି ଏକ ଘଟଣା ଘଟିଛି ବ୍ରହ୍ମପୁରରେ। ଅବକାରୀ ବିଭାଗ ଚଢ଼ାଉ କରୁଥଥିବା...

Advertisement
Archives

Model This Week