ଗ୍ରାଉଣ୍ଡ ଜିରୋରେ କରୋନା ମୁକାବିଲା, ସରପଞ୍ଚଙ୍କ ସହ ଆଲୋଚନା କଲେ ଜିଲାପାଳ

ଛତ୍ରପୁର,୧୨ା୪(ଡି.ଏନ୍‌.ଏ.)- ଗଞ୍ଜାମରେ କରୋନା ମୁକାବିଲାର ସ୍ଥିତି ଜାଣିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସରପଞ୍ଚମାନଙ୍କ ସହିତ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। କରୋନା ପ୍ରତିହତ ପାଇଁ ଚାଲିଥିବା ଳଢ଼େଇରେ ସରପଞ୍ଚମାନେ ପ୍ରତ୍ୟେକ୍ଷ ଭାବେ ସାମିଲ ହେବାକୁ ସେ କହିଛନ୍ତି। ଜିଲାର ଯେଉଁମାନେ ବାହାର ରାଜ୍ୟରେ ଅଟକି ରହିଛନ୍ତି ସେମାନେ ଲକ୍‌ଡାଉନ୍‌ ଉଠିବା ପରେ ଫେରିବାକୁ କୁହାଯିବ। ବାହାରୁ କୌଣସି ଲୋକ ଗାଁକୁ ଆସିଲେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଜଣାଇବେ। ଲକ୍‌ଡାଉନ ସମୟରେ ଚାଷକାର୍ଯ୍ୟ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟଚାଷ ଓ କୁକୁଡା ପାଳନ ଆଦି ଚାଲିବ। ପଞ୍ଚାୟତରେ ଥିବା ସାମୟିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ସମ୍ପୂର୍ଣ୍ଣ ସଜାଗ ରହିବ। ବର୍ତ୍ତମାନ ଯେଉଁ ସମୂହ ସ୍ବାସ୍ଥ୍ୟ ଯାଞ୍ଚ ଚାଲିଛି, ସେଥିରେ ସହଯୋଗ ପାଇଁ ସରପଞ୍ଚମାନେ ଲୋକଙ୍କୁ ବୁଝାଇବେ। ଯାଞ୍ଚ ବେଳେ ଯେଉଁମାନଙ୍କର ସାମାନ୍ୟତମ ଲକ୍ଷଣ ଦେଖାଯିବ ତାଙ୍କୁ ଡାକ୍ତରୀ ଦଳ ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ମୁହଁକୁ ଆବୃତ୍ତ କରି ରଖିବା ପାଇଁ ଜନସଚେତନ କରାଯିବ। ଏଥିସହ ପୋଖରୀରେ ଗାଧୋଇବା ଓ ବିନା କାରଣରେ ବାହାରେ ବୁଲିବାକୁ ବାରଣ କରାଯିବ। ପଞ୍ଚାୟତରେ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଦିଆଯିବ। ଖାଦ୍ୟର ସ୍ବଚ୍ଛତା ଗୁଣବତ୍ତା ଉପରେ ଅଧିକ ଧ୍ୟାନ ଦିଆଯିବ। ଭତ୍ତା ଓ ଖାଦ୍ୟ ସୁରକ୍ଷା ଚାଉଳ ବଣ୍ଟନ ସୂଚାରୁ ରୂପେ କରାଯିବ। କୌଣସି ଅସୁବିଧା ହେଲେ ସରପଞ୍ଚମାନେ ଜିଲାପାଳଙ୍କ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି । ଟ୍ରାଫିକ ନିୟମ ନ ମାନି ବାଇକ୍‌ ଚଲାଇଲେ ବିନା ହେଲମେଟ ପାଇଁ ୫୦୦ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ନ ଥିଲେ ୫୦୦ ଟଙ୍କା ଓ ପଲ୍ୟୁଶନ ସାର୍ଟିଫିକେଟ ନ ଥିଲେ ୫୦୦ ଟଙ୍କା ଆଦାୟ କରାଯିବ। ମାସ୍କ ପିନ୍ଧି ନ ଥିବା ଗ୍ରାହକଙ୍କୁ ଦୋକାନୀମାନେ ସଉଦା ଦେବେ ନାହିଁ। କଳାବଜାର ଓ ଅଧିକ ଦାମରେ ଜିନିଷ ବିକ୍ରି କଲେ କାର୍ଯ୍ୟାନୁଷ୍ଠାନ ହେବ। ବାହାର ଫେରନ୍ତା ଯେ କୌଣସି ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରଖାଯିବ। ଚୋରା ମଦ କାରବାର ଉପରେ ନଜର ରଖାଯିବ। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ୧୪ ଦିନିଆ କ୍ବାରାଣ୍ଟାଇନରେ ରଖାଯିବ। ଲକ୍‌ଡାଉନକୁ ସମସ୍ତେ ଯେଭଳି ମାନିବେ ସେ ନେଇ ସରପଞ୍ଚମାନେ ଲୋକଙ୍କୁ ବୁଝାଇବେ। ଆଲୋଚନାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ସରକାର, ବଦଳିଲେ ବିଧାୟକ, ହେଲେ ବଦଳିଲାନି ହିରାପାଲି ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଆଜି ବି…

ଅମରପାଲି,୨୪ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମରେ ସରକାର ଓ ବିଧାୟକ ବଦଳିଥିଲେ ବି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଦଳିନାହିଁ। ବଳିପାଲିରୁ ହିରାପାଲି…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଭଡ଼ାଘରେ ଝୁଲିପଡ଼ିଲେ ବିଟେକ୍‌ ଛାତ୍ର

ଗୁଣପୁର,୨୪।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବରୁଣ ନଗର ଲେନ – ୧ ରେ ଭଡା ଘରେ ଥିବା ଜଣେ ବିଟେକ ଛାତ୍ରଙ୍କ ଝୁଲନ୍ତା ମୃତଦେହ…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri