Posted inଖେଳ

ଗ୍ରାଉଣ୍ଡରେ ନାଚିଲେ କୋହଲି

ଗୁୟାନା,୯।୮- ସ୍ଥାନୀୟ ବ୍ରାଏନ ଲାରା ଗ୍ରାଉଣ୍ଡଠାରେ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ମ୍ୟାଚ୍‌ରେ କେବଳ ୧୩ ଓଭର ଖେଳ ସମ୍ଭବ ହୋଇପାରିଥିଲା। କିନ୍ତୁ ଏହା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ମନର ସ୍ଥିତି ଉପରେ କୌଣସି ପ୍ରଭାବ ପକାଇପାରି ନ ଥିଲା। ହଠାତ୍‌ ସେ ଗ୍ରାଉଣ୍ଡରେ ନାଚିବା ଆରମ୍ଭ କରିଥିଲେ। ତାଙ୍କ ସହ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର (ଆର୍‌ସିବି) ଦଳର ପୂର୍ବତନ ସଦସ୍ୟ ତଥା ଓ୍ବେଷ୍ଟଇଣ୍ଡିଜ ଓପନର କ୍ରିସ୍‌ ଗେଲ୍‌ ମଧ୍ୟ ଯୋଗ ଦେଇଥିଲେ। ଦୁଇ ଜଣ ଏକାସଙ୍ଗେ ନାଚିଥିଲେ। ତେବେ ଏଭଳି ଘଟଣା ପ୍ରଥମ ଥର ଘଟିନାହିଁ। ପୂର୍ବରୁ ମଧ୍ୟ କୋହଲି ମ୍ୟାଚ୍‌ବେଳେ ଗ୍ରାଉଣ୍ଡରେ ନାଚୁଥିବାର ଦେଖିବାକୁ ମିଳିଛି। ଉଲ୍ଲେଖଥାଉ କି ବର୍ଷା ଯୋଗୁ ଦୁଇଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ମ୍ୟାଚ୍‌ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ମ୍ୟାଚ୍‌ ବାତିଲ ହେଲା ବେଳକୁ ଘରୋଇ ଦଳ ୧୩ ଓଭରରେ ୧ ଉଇକେଟ ହରାଇ ୫୪ ରନ୍‌ କରିଥିଲା। ଭେଟେରାନ ଗେଲ୍‌ ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡିସି ବନାମ କେକେଆର୍‌; ଜାଣନ୍ତୁ କେବେ-କେଉଁଠି ଦେଖିବେ ଏହି କ୍ୱାଲିଫାୟାର-୨ ମୁକାବିଲା..

ନୂଆଦିଲ୍ଲୀ,୧୩।୧୦: ଆଇପିଏଲ୍‌ ୨୦୨୧ର କ୍ୱାଲିଫାୟାର-୨ ମ୍ୟାଚ୍‌ ବୁଧବାର ଖେଳାଯିବ। ଏଥିରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)। ଉଭୟ ଟିମ୍‌ ପାଇଁ ଏହି ମ୍ୟାଚ୍‌ର...

ରଣ୍‌ଜୀ ଦ୍ୱିତୀୟ ରାଉଣ୍ଡ: ଓଡ଼ିଶାର ଇନିଂସ ବିଜୟ

ଭୁବନେଶ୍ୱର,୨୦।୧୨- ସ୍ଥାନୀୟ ଡ୍ରିମ୍ସ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ସର୍ଭିସେସ୍‌ ବିପକ୍ଷ ରଣ୍‌ଜୀ ମ୍ୟାଚ୍‌କୁ ଓଡ଼ିଶା ଏକ ଇନିଂସ ଓ ୩୧ ରନ୍‌ରେ ଜିତି ନେଇଛି। ଚଳିତ...

କୋଲକାତାକୁ ହରାଇଲା ଚେନ୍ନାଇ

ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୬ ଉଇକେଟରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା...

ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଏଲିସ୍‌ଙ୍କ ଅବସର

ଓ୍ବେଲିଂଟନ, ୧୯।୩- ଇଂଲଣ୍ଡ କାଉଣ୍ଟି କ୍ରିକେଟ୍‌ କ୍ଲବ କେଣ୍ଟରବରୀ ତଥା ନ୍ୟୁଜିଲାଣ୍ଡ ବୋଲିଂ ଅଲ୍‌ରାଉଣ୍ଡର ଆଣ୍ଡ୍ରିଉ ଏଲିସ୍‌ ୧୮ ବର୍ଷର କ୍ୟାରିୟରରେ ପୂର୍ଣ୍ଣଛେଦ ଟାଣି ଗୁରୁବାର...

ଇଂଲଣ୍ଡ ଦଳକୁ ଚେତାବନୀ ଦେଲେ ରାହୁଲ

ଇଂଲଣ୍ଡ,୧୭।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୫୧ ରନ ଜିତିଛି ଭାରତୀୟ ଦଳ। ଏହି ବିଜୟରେ ପ୍ରମୁଖ ଭୂମିକା ବୋଲର୍‌ଙ୍କ ଥିବାବେଳେ ଓପନର୍‌ କେଏଲ୍‌ ରାହୁଲ...

ଇତିହାସ ରଚିଲେ ଆୟାରଲାଣ୍ଡ ବ୍ୟାଟ୍ସମ୍ୟାନ୍‌: କୋହଲିଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ,୧୦।୧୦: ଟି-୨୦ କ୍ରିକେଟରେ ଅଧିକାଂଶ ଚୌକା ମାରିବା ପ୍ରସଙ୍ଗରେ ଆୟାରଲାଣ୍ଡର ତାରକା ବ୍ୟାଟ୍ସମ୍ୟାନ ପଲ ଷ୍ଟିରଲିଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି।...

କାଉଣ୍ଟି ଖେଳିବେ ଅଶ୍ୱିନ

ଲଣ୍ଡନ, ୧୬।୧ (ପି.ଟି.)- ସିନିୟର ଭାରତୀୟ ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କାଉଣ୍ଟି କ୍ରିକେଟ୍‌ ଖେଳିବେ। ଇଂଲିଶ କାଉଣ୍ଟି ଚାମ୍ପିୟନଶିପ୍‌ରେ ଚଳିତ ବର୍ଷ ଲାଗି ସେ ୟର୍କଶାୟର...

ରାଜ୍ୟ ପୋଲିସ ଫୁଟବଲ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

ସୁନ୍ଦରଗଡ଼, ୨୧।୮ (ଡି.ଏନ୍‌.ଏ) -ସୁନ୍ଦରଗଡରେ ମଙ୍ଗଳବାରଠାରୁ ୭୮ ତମ ରାଜ୍ୟ ପୋଲିସ ଫୁଟବଲ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଷ୍ଟାଡିୟମଠାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ପଶ୍ଚିମାଞ୍ଚଳ...

Advertisement
Archives

Model This Week