ଗ୍ରନ୍ଥାଗାର : ଜ୍ଞାନର ଗନ୍ତାଘର

ପ୍ରୀତିମୟ ସାହୁ

ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ କ୍ଷେତ୍ରରେ ଶିୟାଲୀ ରାମାମୃତ ରଙ୍ଗନାଥନ୍‌ଙ୍କ ଅବଦାନ ବିଶ୍ୱବ୍ୟାପୀ ଅତୁଳନୀୟ। ଭାରତୀୟ ଗ୍ରନ୍ଥାଗାର, ଗ୍ରନ୍ଥାଗାର ବିଜ୍ଞାନ, ଗ୍ରନ୍ଥାଗାରିକ ସଂପ୍ରଦାୟ ପାଇଁ ଜୀବନବ୍ୟାପୀ ସାଧନା ହେତୁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଗ୍ରନ୍ଥାଗାରର ଜନକ ଭାବେ ଜଣାଶୁଣା ରଙ୍ଗନାଥନ୍‌ ତାମିଲନାଡୁର ଛୋଟିଆ ସହର ଶିୟାଲୀରେ ୧୨ ଅଗଷ୍ଟ ୧୮୯୨ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିବସକୁ ଜାତୀୟ ଗ୍ରନ୍ଥାଗାରିକ ଦିବସ ରୂପେ ପାଳନ କରାଯାଉଛି। ଗଣିତଜ୍ଞ ଭାବେ ତାଙ୍କ ଚାକିରି ଜୀବନ ଆରମ୍ଭ ହୋଇଥିଲା। ପରେ ବିଶ୍ୱବିଦ୍ୟାଳୟରେ ଲାଇବ୍ରେରିଆନ୍‌ ଭାବେ ଯୋଗ ଦେଇଥିଲେ। ଏହି ବିଷୟରେ ଅଧିକ ଗବେଷଣା ପାଇଁ ସେ ଲଣ୍ଡନ ଗସ୍ତ କରିଥିଲେ। ସେଠାରୁ ଫେରି ଭାରତରେ ପାଠାଗାରକୁ ଆଧୁନିକୀକରଣ କରିବା ସହ ଲୋକାଭିମୁଖୀ କରିବା ଦିଗରେ ଚେଷ୍ଟା କରିଥିଲେ।
ବର୍ତ୍ତମାନ ଲାଇବ୍ରେରି କହିଲେ ଯେତେ ଲୋକ ବୁଝିବେ, ପାଠାଗାର କହିଲେ ସେତେ ଲୋକ ବୁଝିବେ ନାହିଁ। ଅଭିଧାନ ଦେଖିଲେ ଗ୍ରନ୍ଥକୁଟ, ଗ୍ରନ୍ଥାଳୟ, ଗ୍ରନ୍ଥକୁଟୀ, ଗ୍ରନ୍ଥାଗାର, ପୁସ୍ତକାଗାର ଇତ୍ୟାଦି ପାଠାଗାରର ପ୍ରତିଶବ୍ଦ। ପାଠାଗାରକୁ ଜ୍ଞାନର ଗନ୍ତାଘର ବୋଲି କୁହାଯାଏ। କେବଳ ଜ୍ଞାନ ନୁହେଁ, ଏହା ଖବର ଏବଂ ମନୋରଞ୍ଜନର ଭଣ୍ଡାର କହିଲେ ଅତ୍ୟୁକ୍ତି ହେବ ନାହିଁ। ବ୍ୟକ୍ତିର ପଠନ ଅଭ୍ୟାସକୁ ବଳବତ୍ତର କରିବା ପାଇଁ ପାଠାଗାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପାଠାଗାର ହେଉଛି ଶିକ୍ଷାର ପୀଠସ୍ଥଳୀ, ଜ୍ଞାନର ଭଣ୍ଡାର। ଏହା ମାଧ୍ୟମରେ ସଭ୍ୟତାର କ୍ରମବିକାଶର ସ୍ବରୂପ ପ୍ରକଟିତ। ଏହା ଅନସ୍ବୀକାର୍ଯ୍ୟ ଯେ, ଏକ ସମୁନ୍ନତ ସମାଜରେ ବାସ କରୁଥିବା ଜନସାଧାରଣଙ୍କ ପାଇଁ ଏକ ଉତ୍ତମ ପାଠାଗାରର ଉପାଦେୟତା ଅଛି। ନିଜସ୍ବ ଜ୍ଞାନ, ବୁଦ୍ଧି, ଅବିରତ ଶିକ୍ଷାର ପ୍ରଚେଷ୍ଟା ଏବଂ ସମାଜରେ ସୁଯୋଗ ତଥା ସହଯୋଗର ମନୋବୃତ୍ତି ବଢାଇବାରେ ଏହା ସହାୟକ ହୋଇଥାଏ।
ଆଜିର ଏହି ଇଣ୍ଟରନେଟ୍‌ ସୋସିଆଲ ମିଡିଆ ଏବଂ ମୋବାଇଲ ଆପ୍‌ସ ଯୁଗରେ ଇ-ବୁକ୍‌, ଇ-ଜର୍ନାଲ ପାଠାଗାର ବିକଳ୍ପ ଭାବେ ଉଭା ହେଲାଣି। ଗୋଟିଏ ବଟନ୍‌ ଚିପିବା ମାତ୍ରେ ସମସ୍ତ ତଥ୍ୟ ସହଜରେ ଉପଲବ୍ଧ ହୋଇପାରୁଛି। ଫଳସ୍ବରୂପ ଯୁବପିଢ଼ି ପାଠାଗାରଠୁ ଦୂରେଇ ଯାଉଛନ୍ତି। ତେବେ ଇ-ବୁକ୍‌ ଯେ ପାଠକର ସମ୍ପୂର୍ଣ୍ଣ ଆବଶ୍ୟକତାକୁ ଅଚିରେ ପୂରଣ କରିପାରିବ, ଏହା ଅସମ୍ଭବ। କାରଣ ଇଣ୍ଟରନେଟ୍‌ରୁ ମିଳୁଥିବା ତଥ୍ୟ ସମ୍ବନ୍ଧରେ ଅନେକ ଜ୍ଞାନ ବହୁ ଲୋକଙ୍କ ପାଖରେ ନ ଥାଏ। ଗ୍ରନ୍ଥାଗାରରୁ କୌଣସି ପ୍ରବନ୍ଧ ଖୋଜିବା ପାଇଁ ଚେଷ୍ଟା କରାଗଲେ ଏହା ସଙ୍ଗେ ସଙ୍ଗେ ମିଳିପାରିଥାଏ। ମାତ୍ର ଇଣ୍ଟରନେଟ୍‌ରେ କେଉଁ ସର୍ଚ୍ଚ ସାଇଟ୍‌ରେ ଏହି ସମ୍ବନ୍ଧୀୟ ଠିକ୍‌ ପ୍ରବନ୍ଧ ଅଛିନ୍‌, ତାହା ଖୋଜିପାରିବା କଷ୍ଟକର। ଏଥିସହିତ ଏଥିରେ ତଥ୍ୟ ସବୁ ସମୟରେ ଅପ୍‌ଟୁଡେଟ୍‌ ହୋଇ ନ ଥାଏ। ମାତ୍ର ଗ୍ରନ୍ଥାଗାରରେ ତାରିଖ, ମାସ, ବର୍ଷ ଆକାରରେ ଏହି ପ୍ରବନ୍ଧ ସବୁ ସଂରକ୍ଷିତ ହୋଇ ରହିଥାଏ। ଏପରି କି ପୁସ୍ତକ ନେବା ଆଣିବାରେ ସହଜ ହେବା ସହ ସବୁ ସମୟରେ ତାରିଖ, ମାସ ଓ ବର୍ଷ ଆକାରରେ ଏହି ପ୍ରବନ୍ଧ ସବୁ ସାଇତା ହୋଇ ରହିଥାଏ। ଇ-ବୁକ୍‌ରେ ଏହା ସମ୍ଭବ ହୋଇପାରିନଥାଏ, ଏଥିସହିତ ଏହା ମଧ୍ୟ ଅଧିକ ବ୍ୟବସାୟସାପେକ୍ଷ। ଛାପା ବହିର ଇତିହାସ ହଜାର ହଜାର ବର୍ଷ ପୁରୁଣା, ମାତ୍ର ଇଣ୍ଟରନେଟ୍‌ ମାଧ୍ୟମରେ ସବୁ ପୁରୁଣା ବହି, ତଥ୍ୟ ସଂରକ୍ଷଣ କରାଯାଇଛି କି ନାହିଁ ତାହା ସନ୍ଦେହ ଘେରରେ।
ଶେଷରେ କୁହାଯାଇପାରେ, ଭାଷାର ସମୃଦ୍ଧି ସାଧନରେ ପାଠାଗାରର ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ ପାଠାଗାର ପ୍ରତିଷ୍ଠା କରି ପାଠକ ସୃଷ୍ଟି ନ କଲେ, ପାଠାଗାର ପ୍ରତିଷ୍ଠାର ମୂଳଲକ୍ଷ୍ୟ ଅପୂରଣୀୟ ହୋଇରହିଯିବ। ଶିୟାଲୀ ରାମାମୃତ ରଙ୍ଗନାଥନ୍‌ ଗ୍ରନ୍ଥାଗାରକୁ ପାରମ୍ପରିକ ରକ୍ଷଣଶୀଳତାରୁ ମୁକ୍ତ କରି ଆଧୁନିକତାର ସ୍ପର୍ଶ ଦେବା ପାଇଁ ଚେଷ୍ଟା ଚଳାଇଥିଲେ। ଫଳସ୍ବରୂପ ଆଜିର ଗ୍ରନ୍ଥାଗାର ଯୁଗ ସହିତ ତାଳ ଦେଇ ସୂଚନା ଓ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ଡିଜିଟାଲ ଲାଇବ୍ରେରିରେ ରୂପାନ୍ତରିତ ହୋଇଛି। ଏବେ ବହୁ ସଂସ୍ଥା ନିଜ ସେବାକୁ ଲୋକାଭିମୁଖୀ କରିବାକୁ ସୋସିଆଲ୍‌ ମିଡିଆ ଉପଯୋଗ କରୁଛନ୍ତି। ଯଦି ସୋସିଆଲ୍‌ ମିଡିଆକୁ ଡିଜିଟାଲ ଲାଇବ୍ରେରି ସହିତ ଯୋଡ଼ି ଦିଆଯାଏ, ତା’ହେଲେ ବହୁ ପାଠକ ଉପକୃତ ହୋଇପାରିବେ। ଗ୍ରନ୍ଥାଗାରିକମାନେ ଦକ୍ଷତାର ସହିତ ଠିକ୍‌ ତଥ୍ୟ ଠିକ୍‌ ସମୟରେ ବ୍ୟବହାର କରି ପାଖରେ ପହଞ୍ଚାଇପାରିଲେ ସେବା ସାର୍ଥକ ହେବ। ଶିୟାଲୀ ରାମାମୃତ ରଙ୍ଗନାଥନ୍‌ ପୁସ୍ତକ ପଠନ ପାଇଁ ଭାରତରେ ଏକ ଆନ୍ଦୋଳନ ସୃଷ୍ଟି ଲାଗି ପ୍ରୟାସ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri