ଗୌରବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ୱାଦଶୀ: ରାଧାକୃଷ୍ଣଙ୍କୁ ଲାଗିହେଲା ୬୭୫ ପ୍ରକାର ବ୍ୟଞ୍ଜନ

ପୁରୀ ଅଫିସ, ୯ା୧୨: ମାର୍ଗଶୀର ମାସ ଶୁକ୍ଲ ପକ୍ଷ ଦ୍ୱାଦଶୀ ତିଥିରେ ସୋମବାର ଶ୍ରୀଗୌରବିହାର ଆଶ୍ରମ (ମାତା ମଠ)ରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ତିଥିରେ ଶ୍ରୀଚୈତନ୍ୟ ମହାପ୍ରଭୁ ଏବଂ ଶ୍ରୀରାଧାକୃଷ୍ଣଙ୍କ ନିକଟରେ ୬୭୫ ପ୍ରକାର ବ୍ୟଞ୍ଜନ ନୈବେଦ୍ୟ ଅର୍ପଣ କରାଯାଇଛି। ମହନ୍ତ ସୁବଳ ଚରଣ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ଜିଲାରୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ଓଡ଼ିଶା ବାହାରୁ ବିଶେଷକରି ପଶ୍ଚିମବଙ୍ଗରୁ ବହୁ ଭକ୍ତ ବ୍ୟଞ୍ଜନ ପ୍ରସ୍ତୁତି ନିମନ୍ତେ ବିଭିନ୍ନ ପ୍ରକାର ସାମଗ୍ରୀ ଧରି ଆସିଥିଲେ। ଭୋରୁ ସମସ୍ତ ଦେବନୀତି ସମାପ୍ତ ପରେ ମଧ୍ୟାହ୍ନରେ ଶ୍ରୀଚୈତନ୍ୟ ଓ ଶ୍ରୀକୃଷ୍ଣଙ୍କୁ ନୈବେଦ୍ୟ ଅର୍ପଣ କରାଯାଇଥିଲା। ମଠ ମହନ୍ତ ସୁବଳ ଚରଣ ଦାସ ମହାରାଜ କହିଛନ୍ତି, ଆଶ୍ରମର ଆରାଧ୍ୟ ଶ୍ରୀରାଧାକୃଷ୍ଣ ଓ ଚୈତନ୍ୟ ମହାପ୍ରଭୁଙ୍କ ନିକଟରେ ୬୭୫ ପ୍ରକାର ବ୍ୟଞ୍ଜନ ସମର୍ପଣ କରାଯାଇଛି ା ଏହି ସବୁ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ଦୁଇଦିନ ଲାଗିଥିବାବେଳେ ପ୍ରାୟ ୫୦ ଜଣ ସେବିକା ସେବକ ଏଥିରେ ନିୟୋଜିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ୨: ମାର୍କ ଅପ୍‌ଲୋଡ୍‌ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ୯ା୨(ବ୍ୟୁରୋ):ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ତ୍ରୈମାସିକ ଶେଷ ପରୀକ୍ଷା ମାର୍କକୁ ଷ୍ଟୁଡେଣ୍ଟ ଏକାଡେମିକ୍‌ ମ୍ୟାନେଜମେଣ୍ଟ ସିଷ୍ଟମ (ସାମ୍ସ)ରେ ଅପ୍‌ଲୋଡ୍‌ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା...

କରୋନା କଟକଣା ଭାଙ୍ଗିବା ଅଭିଯୋଗ: ୨୪୫ ମାମଲା ରୁଜୁ

ଭୁବନେଶ୍ୱର,୨।୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ୨୧ ଦିନିଆ କଟକଣା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ବିଭିନ୍ନ ଛକ ସ୍ଥାନରେ ପୋଲିସମାନେ ଗାଡ଼ିମୋଟର...

୫୬ ଇକୋନୋମିକ୍‌ ଇନ୍‌ଭେଷ୍ଟିଗେଟରଙ୍କୁ ନିଯୁକ୍ତି

ଭୁବନେଶ୍ୱର,୨।୭(ବ୍ୟୁରୋ): ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧି ଲାଗି ବିକାଶମୂଳକ ଯୋଜନାରେ ଗୋଷ୍ଠୀଗତ ସମ୍ପୃକ୍ତି ଅତ୍ୟନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଯୋଜନା ଓ ସଂଯୋଜନ...

ନନ୍ଦନକାନନକୁ ଆସିବ କେନ୍ଦ୍ରୀୟ ଚିଡ଼ିିଆଖାନା ଟିମ୍‌

ବାରଙ୍ଗ,୩୦ା୮(ଡି.ଏନ୍‌.ଏ.): ନନ୍ଦନକାନନ ମୂଲ୍ୟାଙ୍କନ ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସଦସ୍ୟ ଶ୍ରୀୟୁ ପ୍ରକାଶମ ଜଣିକିଆ କମିଟି ପରିଦର୍ଶନରେ ଆସିବେ। ପ୍ରାଣୀ ଉଦ୍ୟାନ ଠିକ୍‌ ପରିଚାଳନା ହେଉଛି...

ପ୍ରବାସୀଙ୍କୁ ନେଇ ଯାଉଥିବା ବସ୍‌ ସହ ଗ୍ୟାସ ଟ୍ୟାଙ୍କର ଧକ୍କା: ଜଣେ ମୃତ, ୧୦ ଆହତ

ବଇଣ୍ଡା,୧୯।୫(ଡି.ଏନ୍‌.ଏ.)-କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ହଣ୍ଡପା ଥାନା ଲୁହାମୁଣ୍ଡା ହାଇସ୍କୁଲ ନିକଟରେ ମଙ୍ଗଳବାର ସକାଳେ ପ୍ରବାସୀଙ୍କୁ ନେଇ କୋଲକତା ଯାଉଥିବା ଏକ ବସ୍‌ ସହ ଗ୍ୟାସ...

କ୍ଷୀର, ଦହି ବିକ୍ରିରେ ଚଳୁଛି ଘର

ଦୀର୍ଘ ୩୦ ବର୍ଷ ହେଲା କ୍ଷୀର, ଦହି ବେପାର କରୁଛନ୍ତି। ଏହା ହିଁ ତାଙ୍କର କୌଳିକ ବୃତ୍ତି। ଚାଟଶାଳୀରୁ ଅଧିକ ପାଠ ପଢ଼ି ନ ଥିବାରୁ...

୩୬୫ ପରିବାରକୁ ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ସମ୍ବଲପୁର, ୬।୪ (ବ୍ୟୁରୋ)- ବିଶ୍ୱବ୍ୟାପି କରୋନା ଭୂତାଣୁର ବିଭିଷିକାରେ ଭାରତ ମଧ୍ୟ କବଳିତ ହୋଇଛି । ଏହାର ମୁକାବିଲା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ...

ସୋମବାରଠାରୁ ଗଡ଼ିବ ‘ମୋ ସାଇକେଲ’: ଜୁନ୍‌ ୩୦ ଯାଏ ଅଧଘଣ୍ଟା ମାଗଣା

ଭୁବନେଶ୍ୱର, ୧୭।୫(ବ୍ୟୁରୋ): କରୋନା କଟକଣା ଓ ଲକ୍‌ଡାଉନ୍‌ ସମୟରେ ସାଇକେଲର ଆବଶ୍ୟକତା ବଢ଼ିଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଆସନ୍ତା ସୋମବାରଠାରୁ ପୁଣି ‘ମୋ ସାଇକେଲ’...

Advertisement
Archives

Model This Week