ବ୍ରହ୍ମଗିରି,୪ା୬(ଡି.ଏନ.ଏ): ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କିସ୍ତି ଟଙ୍କାକୁ କେନ୍ଦ୍ର କରି ପୁରୀ ସଦର ଥାନା ଅନ୍ତର୍ଗତ ନିଶିଭଅଁର ଗ୍ରାମରେ ଗୁରୁବାର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଗୁରୁବାର ବୋମା ମାଡ଼ ହୋଇଛି। ଏ ନେଇ ଗ୍ରାମରେ ସଦର ପୋଲିସ ମୁତୟନ ରହିଛି। ସୂଚନା ଅନୁଯାୟୀ, ଉକ୍ତ ଗାଁର ଜଣେ ବ୍ୟକ୍ତି ଉକ୍ତ ସଂସ୍ଥାଠାରୁ ଟଙ୍କା ଋଣ ଆଣି ଅନ୍ୟ ଏକ ପରିବାରକୁ ଦେଇଥିଲେ। ଟଙ୍କା ନେଇଥିବା ପରିବାର କିସ୍ତି ଶୁଝି ଚାଲିଥିଲେ। ପରେ ଅର୍ଥଲଗାଣ ସଂସ୍ଥା ଏକ ପ୍ୟାକେଜ ଉପହାରସ୍ବରୂପ ଦେଇଥିଲେ। କିନ୍ତୁ ଏହି ଉପହାରକୁ ମୂଳ ଋଣ ଆଣିଥିବା ପରିବାର ଲୋକେ ନେଇଥିଲେ। ଫଳରେ ଉପହାରକୁ ନେଇ ଦୁଇ ପରିବାର ମଧ୍ୟରେ ଗୁରୁବାର ବିବାଦ ଦେଖାଦେଇ ଗୋଷ୍ଠୀସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପରିବାରର ସଦସ୍ୟମାନେ ଉତ୍ତକ୍ତ ହୋଇ ପରସ୍ପର ଉପରକୁ ବୋମାମାଡ଼ କରିଥିଲେ। ଏହି ବୋମା ମାଡରେ ଏକ ଆଜବେଷ୍ଟସ ଘର ଭାଙ୍ଗିଯାଇଛି। ଖବରପାଇ ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚତ୍ବାରେ ପରିସ୍ଥିତ ନିୟନ୍ତ୍ରଣାଧୀନ ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଥାନାରେ ଅଭିଯୋଗ ହୋଇ ନ ନାହିଁ।

ଓକିଲ, ମୋହରିର, ଅଭିଯୁକ୍ତଙ୍କଠାରେ କରୋନା ପଜିଟିଭ୍: ପୁରୀ କୋର୍ଟ, ଜିଲାପାଳଙ୍କ କାର୍ଯ୍ୟାଳୟ ବିଶୋଧନ
ପୁରୀ ଅଫିସ,୧୮ା୬ : ପୁରୀ ଜିଲା ସିଭିଲ୍ କୋର୍ଟ ପରିସରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇଛି। ବୁଧବାର...

ଘରକୁ ଘର ବୁଲି ବହି ବାଣ୍ଟିଲେ ଶିକ୍ଷୟିତ୍ରୀଶିକ୍ଷକ: ଅବୁଝା ହେଲେ ପଚାରିବାକୁ ଦେଲେ ଫୋନ୍ ନମ୍ବର
କୃଷ୍ଣପ୍ରସାଦ, ୧୯।୪ (ଡି.ଏନ.ଏ.): କରୋନା ଯୋଗୁ ଜାରି ହୋଇଥିବା ଲକ୍ଡାଉନ ଲାଗି ଶିକ୍ଷାର୍ଥୀଙ୍କ ପାଠପଢାରେ ଡୋରି ବନ୍ଧା ହୋଇଛି। ପାଠ ପଢିବାର ସୁଯୋଗ ସୃଷ୍ଟି କରିବା...

ଜିଲା ବାହାର ଲୋକଙ୍କ ପାଇଁ ୧୬ରୁ ଖୋଲିବ ସ୍ବର୍ଗଦ୍ୱାର
ପୁରୀ ଅଫିସ,୧୪।୮: ଆସନ୍ତା ୧୬ ତାରିଖରୁ ବାହାର ଜିଲାବାସୀଙ୍କ ପାଇଁ ପୁରୀ ସ୍ବର୍ଗଦ୍ୱାର ଖୋଲା ହେବ। ଏଣିକି ଜିଲା ବାହାର ଲୋକେ ନିଜ ପରିଜନଙ୍କ ମୃତଦେହ...

ବ୍ରିଟେନରେ ହେବ ଜଗନ୍ନାଥ ମନ୍ଦିର
ପୁରୀ ଅଫିସ,୧୯ା୧୦: ମହାପ୍ରଭୁ ହେଉଛନ୍ତି ଜଗତର ଠାକୁର। ତାଙ୍କ ମାୟାରେ ବନ୍ଧା ସମଗ୍ର ବିଶ୍ୱ। ମହାପ୍ରଭୁଙ୍କ ପ୍ରତି ଗଭୀର ଆସ୍ଥା ଓ ବିଶ୍ୱାସ ରଖିଥିବା ବହୁ...

ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଥିବା ମଙ୍ଗୁ ମଠ ଉଚ୍ଛେଦ ଆରମ୍ଭ
ପୁରୀ ଅଫିସ,୯।୧୨: ଶ୍ରୀମନ୍ଦିର ସୁରକ୍ଷା ଜୋନ୍ରେ ଥିବା ମଙ୍ଗୁ ମଠ ଉଚ୍ଛେଦ ସୋମବାର ସକାଳୁ ଆରମ୍ଭ ହୋଇଛି। ପୂର୍ବରୁ ଏହି ମଠକୁ ଭାଙ୍ଗିବା ପାଇଁ ପ୍ରଶାସନ...

ବୀରଗୋବିନ୍ଦପୁରର ଉନ୍ନତି ପାଇଁ ୨.୪୦ କୋଟି
ସାକ୍ଷୀଗୋପାଳ,୪ା୬(ଡି.ଏନ୍.ଏ.): କେନ୍ଦ୍ରରେ ମୋଦି ସରକାରଙ୍କ ଅଷ୍ଟମ ବର୍ଷ ପୂର୍ତ୍ତି ସମାରୋହ ପୁରୀ ଜିଲା ସତ୍ୟବାଦୀ ବ୍ଲକର ବୀରଗୋବିନ୍ଦପୁର ଗ୍ରାମରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମାରୋହର ମୁଖ୍ୟ...

ଚିକିତ୍ସା ପରେ ଫେରିବେ ଆଣ୍ଡାମାନର ନାବିକ: ୨୬ ଦିନ ସମୁଦ୍ର ପାଣି ପିଇ ବଞ୍ଚିଥିଲେ
ବ୍ରହ୍ମଗିରି/କୃଷ୍ଣପ୍ରସାଦ, ୨୭ା୧୦(ଡି.ଏନ୍.ଏ.): ଅଥଳ ସମୁଦ୍ର ମଧ୍ୟରେ ହେଲା ସାମୁଦ୍ରିକ ଝଡ଼। ବୋଟ୍ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଦିଗହରା ହୋଇ ପହଞ୍ଚିଲେ ମ୍ୟାନ୍ମାର ଉପକୂଳରେ। ସାଙ୍ଗରେ ଥିଲେ...

ମନ ମୋହିଲା ନାଟକ ରଙ୍ଗ ବଦଳେ
ପୁରୀ ଅଫିସ,୨୭ା୨: ପରିବର୍ତ୍ତିତ ସମାଜରେ ସମୟାନୁସାରେ ସବୁ କିଛି ବଦଳିଥାଏ। କିଏ ନିଜର ସ୍ବାର୍ଥ ଲାଗି ତ ଆଉ କିଏ ପରିବାର ଏବଂ କିଏ ସାମୂହିକ...