ଗୋପାଳପୁର ବେଳାଭୂମି ମହୋତ୍ସବ ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଗୋପାଳପୁର,୨୪ା୧୨-ଚଳିତ ବର୍ଷ ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ଅପରାହ୍ନରେ ମହୋତ୍ସବର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ କହିବାନୁସାରେ, ମହୋତ୍ସବ ପାଇଁ ରାସ୍ତା ଲିଙ୍କ କରାଯାଇଛି। ଟ୍ରାଫିକ ଓ ପାର୍କିଂ ପାଇଁ ୧୯ ସ୍ଥାନ କରାଯାଇ ବସ୍‌, କାର ଓ ବାଇକ୍‌ ରଖାଯିବ। ଆବଶ୍ୟକ ପଡ଼ିଲେ ଅନ୍ୟ ସ୍ଥାନରେ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ମହୋତ୍ସବରେ ଜନଗହଳିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କରାଯିବ। ୪ ଜଣ ଅତିରିକ୍ତ ଏସ୍‌ପି, ୧୦ ଡିଏସ୍‌ପି, ୩୦ ପ୍ଲାଟୁନ ପୋଲିସ ଫୋର୍ସ, ଅନ୍ୟ ପୋଲିସ ଅଧିକାରୀ ଓ ୨୦୦ ହୋମଗାଡ଼ ମୁତୟନ ରହିବେ। ଗୋପାଳପୁର ସହରକୁ ୮ ସେକ୍ଟର କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୧୦୦ ସିସି ଟିଭି କ୍ୟାମେରା ସଂଲଗ୍ନ କରାଯିବା ସହ ବାଇକ୍‌ରେ ପାଟ୍ରୋଲିଂ କରାଯିବ। ସାଦା ପୋଷାକରେ ପୋଲିସ ରହିବେ ବୋଳି ଏସ୍‌ପି ମିଶ୍ର ସୂଚନା ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା, ବ୍ୟାରିକେଟ ବ୍ୟବସ୍ଥା ଓ ରିହରସାଲ ମଧ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳ ଗୋଟାଉଛି ‘ଅମ୍ଫନ’: ୨୦୦ କି.ମି. ବେଗରେ ସ୍ଥଳଭାଗ ଛୁଇଁବ, ସବୁ ବନ୍ଦରରେ ୧ ନଂ. ବିପଦ ସଙ୍କେତ

ଭୁବନେଶ୍ୱର, ୧୬।୫(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଅବପାତରେ ପରିଣତ ହୋଇଛି। ଏହା ପାରାଦୀପ ଠାରୁ ଦକ୍ଷିଣ...

ଓଡ଼ିଆ ଚାଷୀ ସବୁଠୁ ଗରିବ

ଭୁବନେଶ୍ୱର,୨୩ା୯(ବ୍ୟୁରୋ): କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଯୋଜନା ପରେ ଯୋଜନା ଗଢ଼ାହେଉଛି। ଚାଷୀଙ୍କ ଆୟ ଦ୍ୱିଗୁଣିତ କରି ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଲାଗି...

ଏକାଠି ଖାଇବେ ନବୀନ-ଶାହା: ପଞ୍ଚ ତାରକା ହୋଟେଲରୁ ଆସିଲା ପ୍ରାୟ ୫୦ ପ୍ରକାର ବ୍ୟଞ୍ଜନ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ପୂର୍ବାଞ୍ଚଳ ଜୋନ ପରିଷଦ ବୈଠକରେ ଯୋଗଦେଇଥିବା ଅତିଥିମାନେ ନବୀନ ନିବାସରେ ମଧ୍ୟାହ୍ନଭୋଜନ କରିବେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିହାର ମୁଖ୍ୟମନ୍ତ୍ରୀ...

ଭିତରକନିକାକୁ ବିପଦ ଜଳଯୋଗାଣ ପ୍ରକଳ୍ପ

ଯାଜପୁର ଅଫିସ,୨୦।୭: ଯାଜପୁର ଓ କେନ୍ଦ୍ରାପଡା ଜିଲା ଦେଇ ପ୍ରବାହିତ ଖରସ୍ରୋତା ନଦୀ ପାଣିରେ ଭଦ୍ରକ ଜିଲାର ୯୧ଟି ଲବଣାକ୍ତ ପ୍ରଭାବିତ ପଞ୍ଚାୟତବାସୀଙ୍କ ପାଇଁ ଏକ...

ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପରଲୋକ

ଧର୍ମଗଡ,୧୧।୨(ଡି.ଏନ୍‌.ଏ.): ପୂର୍ବତନ ବିଧାୟିକା ରୋଶନୀ ସିଂଦେଓଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ଭୁବନେଶ୍ବରସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।...

ନଦୀ ପାର ଦନ୍ତାର ନରସଂହାର

ଅନୁଗୋଳ ଜିଲାରେ ଅନେକ ସମୟରେ ହାତୀକୁ ନେଇ ଆତଙ୍କ ଦେଖାଯାଉଛି। କେତେବେଳେ ହାତୀ ଗଁ। ନିକଟକୁ ଆସି ଫସଲ ଖାଇବା ସହ ନଷ୍ଟ କରୁଛନ୍ତି ତ...

ଓଏସ୍‌ଏସ୍‌ସି ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ(ଓଏସ୍‌ଏସ୍‌ସି) ଦ୍ୱାରା ହେବାକୁ ଥିବା ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି। ଡିସେମ୍ବର ୧୮ରେ ହେବାକୁ ଥିବା ଡାଟା ଏଣ୍ଟ୍ରି...

ଲିଚୁ ଲାଇଟ୍‌ ଲଗାଇବା ବେଳେ ଚାଲିଗଲା ଜୀବନ

ବାସୁଦେବପୁର, ୩।୧୧(ଡି.ଏନ.ଏ.): ଦୀପାବଳି ପାଇଁ ଘର ସଜାଉଥିବା ବେଳେ ବିଦ୍ୟୁତ୍‌ ତାର ଲାଗି ବୁଧବାର ସନ୍ଧ୍ୟାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରକ...

Advertisement
Archives

Model This Week