ଗୋଟିଏ ସ୍ଥାନରେ ୫ରୁ ଅଧିକ ଦୋକାନ ଥିଲେ ମିଳିବନି ଅନୁମତି

ଭୁବନେଶ୍ୱର,୧।୫(ବ୍ୟୁରୋ): ଦୋକାନ ଖୋଲିବା ନେଇ ବାରମ୍ବାର ଗାଇଡ୍‌ଲାଇନ୍‌ ଓ କଟକଣା ଲାଗୁ କରାଯାଉଥିବାରୁ ବ୍ୟବସାୟୀମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଗୁରୁବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଏହି ଦ୍ୱନ୍ଦ୍ୱକୁ ଦୂର କରି କହିଛନ୍ତି, ଭୁବନେଶ୍ୱରରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସପିଙ୍ଗ୍‌ ମଲ୍‌ ଓ ମାର୍କେଟ କମ୍ପ୍ଲେକ୍ସ ଖୋଲିବ ନାହିଁ। ଯେଉଁଠି ଗୋଟିଏ ବିଲ୍ଡିଂରେ ୫ରୁ ଅଧିକ ଦୋକାନ ଥିବ ତାହାକୁ ମାର୍କେଟ କମ୍ପ୍ଲେକ୍ସ ବୋଲି ଧରାଯିବ ଓ ସେଠାରେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ମାର୍କେଟ କମ୍ପ୍ଲେକ୍ସରେ ନ ଥିବା ଲୁଗା ଦୋକାନ ଖୋଲି ପାରିବ। ଚା, ପାନ, ଗୁଟ୍‌ଖା, ସେଲୁନ, ସ୍ପା, ଜିମ୍‌ ଓ ମସାଜ ସେଣ୍ଟର ଖୋଲିପାରିବ ନାହିଁ। ରେଷ୍ଟୁରାଣ୍ଟ ଖୋଲିବ, କିନ୍ତୁ ସେଠାରେ ବସି ଖାଇ ହେବନି। ରେଷ୍ଟୁରାଣ୍ଟରୁ କେବଳ ଖାଦ୍ୟ ହୋମ୍‌ ଡେଲିଭରି କରିହେବ। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସ୍ଥାନାନ୍ତରିତ ହାଟ ବ୍ୟବସାୟୀ ପୁରୁଣା ସ୍ଥାନକୁ ଫେରିବେ ନାହିଁ। ସେହିପରି ନିର୍ମାଣ ସାମଗ୍ରୀ ଦୋକାନ ଖୋଲାଯାଇଛି, ସାମଗ୍ରୀ ସ୍ଥାନାନ୍ତରଣ ରାତିରେ କରିବାକୁ ସେ ପରାମର୍ଶ ଦେଇଛନ୍ତି। ନିର୍ମାଣ ସ୍ଥାନରେ ଶ୍ରମିକ ରହୁଥିଲେ, କାମ କରିହେବ। ବାହାରୁ କୌଣସି ଶ୍ରମିକ ଆଣି ନିର୍ମାଣ କାର୍ଯ୍ୟ କରିବାକୁ ଅନୁମତି ନାହିଁ। ଅନୁରୂପ ଭାବେ ଗୋଟିଏ ଦୋକାନରେ ଏକ ସମୟରେ ୫ ଗ୍ରାହକ ଏକାଠି ହେବାକୁ ବାରଣ କରାଯାଇଥିବା କମିଶନର ଚୌଧାରୀ କହିଛନ୍ତି।
ଏଥିସହ ଖୋଲିବାକୁ ଥିବା ବଜାର ଓ ଭିଡକୁ ଲକ୍ଷ୍ୟ କରି ଦୋକାନୀମାନଙ୍କୁ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ କମିଶନର ପରାମର୍ଶ ଦେଇଛନ୍ତି। ଦୋକାନରେ କାମ କରୁଥିବା କର୍ମଚାରୀଙ୍କର ଥଣ୍ଡା, ଜ୍ୱର, କାଶ କିମ୍ବା ଛିଙ୍କ ହେଉଥିଲେ ତାଙ୍କ ବାରଣ କରାଯିବା ସହ ଏ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ବିଭାଗ କିମ୍ବା ବିଏମ୍‌ସିକୁ ସୂଚନା ଦେବା ପାଇଁ ସେ କହିଛନ୍ତି। ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ତ୍ତମୂଳକ ଭାବେ ଖୋଲୁଥିବା ଦୋକାନଗୁଡ଼ିକରେ ୫୦% କର୍ମଚାରୀ ରହିବେ। କୌଣସି ଶିଳ୍ପ ସଂସ୍ଥା ଚାହିଁଲେ ଅନୁମତି ମିଳିବ। କିନ୍ତୁ ୩୦% କର୍ମଚାରୀଙ୍କୁ ନେଇ ସମ୍ପୃକ୍ତ ସଂସ୍ଥା କାର୍ଯ୍ୟ କରିବ ଓ କର୍ତ୍ତୃପକ୍ଷ କର୍ମଚାରୀଙ୍କ ସବିଶେଷ ତଥ୍ୟ ପ୍ରଦାନ କରିବେ। ଭୁବନେଶ୍ୱରରେ ବ୍ୟବସାୟୀମାନେ ନିଜ ଟ୍ରେଡ୍‌ ଲାଇସେନ୍ସକୁ ପାସ୍‌ ଭାବେ ବ୍ୟବହାର କରିପାରିବେ। ଲକଡାଉନ୍‌ ଥିବାରୁ ଓ ଭୁବନେଶ୍ୱର ରେଡ୍‌ ଜୋନ୍‌ରେ ଥିବାରୁ ଏଠାରେ କଟକଣା ରହିବ ବୋଲି କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଉଠାଇବେ ସୋନମ ୱାଙ୍ଗଚୁକଙ୍କ ଚିକିତ୍ସା ଖର୍ଚ୍ଚ: ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୨।୭: ହସ୍ପିଟାଲରେ ଭର୍ତ୍ତି ହେବା ପରେ ସବୁଠାରୁ ବଡ଼ ପ୍ରଶ୍ନ ଏହା ଯେ ଏହି ଚିକିତ୍ସା ପାଇଁ ହେଉଥିବା ମୋଟ ଖର୍ଚ୍ଚ କିଏ ଦେବ? ବର୍ତ୍ତମାନ ପର୍ଯ୍ୟନ୍ତ…

ପୋଲିସ ସହ ଛାତ୍ରୀଛାତ୍ରଙ୍କ ଘମାଘୋଟ ସଂଘର୍ଷ: ଦିଲ୍ଲୀ ପରେ ଏବେ ଏଇଠି ତେଜିଲା ଆନ୍ଦୋଳନ, CJPକୁ ସମର୍ଥନ କରି…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ସଂସଦ ଭବନ ମାର୍ଚ୍ଚ ସମୟରେ ଯେପରି ଚିତ୍ର ସାମ୍ନାକୁ ଆସିଥିଲା, କିଛି ସେହିପରି ଚିତ୍ର ବୁଧବାର ରାଜଧାନୀ ପାଟନାରେ ଦେଖିବାକୁ ମିଳିଛି। ‘ଆଇସା’ (AISA)…

ରଥଯାତ୍ରାରେ ଦ୍ୱିତୀୟ ଶିଶୁ ମୃତ୍ୟୁ: ପରିଚାଳନାକୁ ନେଇ ଉଠିଲା ପ୍ରଶ୍ନ

ପାରଳାଖେମୁଣ୍ଡି,୨୨ା୭(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିରେ ଚଳିତ ବର୍ଷର ରଥଯାତ୍ରା ଅବସରରେ ଘଟିଥିବା ଅଘଟଣାରେ ଆଉ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ଏଥିସହ ରଥଯାତ୍ରା ସମୟରେ ଘଟିଥିବା…

ବଡ଼ ଘୋଷଣା କଲେ ମୋଦି ସରକାର; ସିଜେପି ନେତାଙ୍କ ସହ ହେବ…

ନୂଆଦିଲ୍ଲୀ,୨୨ା୭: କକରୋଚ୍ ଜନତା ପାର୍ଟି (CJP) ର ନେତୃତ୍ୱରେ ପେପର ଲିକ୍ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସଂସଦ ମାର୍ଚ୍ଚ ପରେ ବି ସିଜେପିର ପ୍ରତିବାଦ ଥମିନାହିଁ।…

ଉଦ୍ଧବ ଠାକ୍‌ରେଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟ୍‌କା, ୬ ଏମ୍‌ପିଙ୍କ ମିଶ୍ରଣକୁ…

ନୂଆଦିଲ୍ଲୀ,୨୨ା୭: ଶିବସେନାରେ ମିଶ୍ରଣକୁ ଅନୁମୋଦନ କରିବା ପାଇଁ ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଦେଇଥିବା ଆଦେଶକୁ ବୁଧବାର ଅସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି…

ପୌର ପରିଷଦ ଅଧ୍ୟକ୍ଷା,ଉପାଧ୍ୟକ୍ଷଙ୍କୁ ଭାଜପାର ସ୍ବାଗତ

ଗୁଣପୁର,୨୨।୭(ସୁଜାତା ପାଢ଼ୀ)- ନିକଟରେ ଗୁଣପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବପ୍ରସାଦ ଗୌଡ଼ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ଭାଜପାରେ ଯୋଗଦାନ…

ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ, ସୂଚନା ଜାରି କରି ବିଭାଗ କହିଲା ଏହି…

ନୂଆଦିଲ୍ଲୀ,୨୨ା୭: ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେଶନ ବନ୍ଦ। ମେଟ୍ରୋ ରେଳ ନିଗମ (DMRC) ସୂଚନା ଦେଇଛି ଯେ, ଜାତୀୟ ରାଜଧାନୀରେ ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ…

ସୋରିଷରେ ବିଶ୍ୱର କ୍ଷୁଦ୍ରତମ ରଥ ନିର୍ମାଣ କଲେ ପ୍ରତ୍ୟୁଷ

ଫୁଲବାଣୀ, ୨୨।୭(ରାକେଶ କୁମାର ରାଉତ):ସୋରିଷରେ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରଥ ନିର୍ମାଣ ହୋଇଛି। ଏହା କରି ଦେଖାଇଛନ୍ତି କନ୍ଧମାଳ ଜିଲା ଫୁଲବାଣୀ ସହର ନଦୀଖଣ୍ଡିସାହିର ଯୁବଶିଳ୍ପୀ ଏନ.ପ୍ରତ୍ୟୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri