Posted inଫୁରସତ

ଗୋଟିଏ ଦିନରେ ୨୬ ଲକ୍ଷ ଟଙ୍କାର ଚକୋଲେଟ କିଣି ମହିଳା ଚର୍ଚ୍ଚାରେ

ସାଧାରଣ ଲୋକଙ୍କୁ ୨୬ ଲକ୍ଷ ଟଙ୍କା ରୋଜଗାର କରିବାକୁ ବର୍ଷ ବର୍ଷ ସମୟ ଲାଗିଯାଇଥାଏ। ଯେଉଁ ଟଙ୍କାକୁ ରୋଜଗାର କରିବାକୁ ଏତେ ସମୟ ଲାଗିଥାଏ ସେହି ଟଙ୍କାକୁ ଖର୍ଚ୍ଚ କରିବାକୁ ମଧ୍ୟ ଇଚ୍ଛା ହୋଇ ନ ଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଜଣେ ମହିଳା ଗୋଟିଏ ଦିନରେ ୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାକୁ ଆସିଛନ୍ତି। ସେ ବି ଚକୋଲେଟ କିଣି।
ମହିଳା ଜଣକ ହେଉଛନ୍ତି ଝମିରା ହାଜ୍‌ଭି। ସେ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ କର୍ମଚାରୀ ଜାହାଙ୍ଗୀର ହାଜ୍‌ଭିଙ୍କ ସ୍ତ୍ରୀ। ଜାହାଙ୍ଗୀର ଏବେ ୧୫ ବର୍ଷର ଜେଲଦଣ୍ଡ ଭୋଗୁଛନ୍ତି। ସେ ଅନ୍ତର୍ଜାତୀୟ ବ୍ୟାଙ୍କର ଅଧ୍ୟକ୍ଷ ଥିଲେ। ଝମିରା ଲଣ୍ଡନର ଏକ ବିଳାସପୂର୍ଣ୍ଣ ଷ୍ଟୋରରୁ ୨୬ ଲକ୍ଷ ଟଙ୍କାର ଚକୋଲେଟ କିଣିଛନ୍ତି ଯେଉଁଠି ଏକ ଚକୋଲେଟ ଡବା ୫୩ ହଜାର ଟଙ୍କା ମୂଲ୍ୟରେ ବିକ୍ରି ହୋଇଥାଏ। ଏହା ବ୍ୟତୀତ ସେ ୮ କୋଟି ୮୨ ଲକ୍ଷ ଟଙ୍କାର ଖେଳନା, ୫୦ କୋଟି ଟଙ୍କାର ଅଳଙ୍କାର କିଣିଥିଲେ। ମହିଳାଙ୍କ ଏହି ଅସାଧାରଣ ଜୀବନଶୈଳୀ ପାଇଁ ତାଙ୍କୁ କୋର୍ଟ ଯିବାକୁ ପଡିଛି। ତାଙ୍କର ଏଭଳି ଖର୍ଚ୍ଚ ଦେଖି କୋର୍ଟରେ ତାଙ୍କୁ ତାଙ୍କ ଆୟ ସମ୍ପର୍କରେପ୍ରଶ୍ନ ପଚରା ଯାଇଥିଲା। ଯାହାର ଉତ୍ତର ଶୁଣି ବିଚାରପତିଙ୍କ ହୋସ୍‌ ଉଡ଼ିଯାଇଥିଲା। ଏଥିସହ ସେଠାରେ ଉପସ୍ଥିତ ଲୋକେ ହତବାକ୍‌ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

 ଚେନ୍ନାଇର ଝଡ଼ବର୍ଷାରେ ରାସ୍ତା ମଝିରେ  ମାଛ ଧରୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ବାତ୍ୟା ମିଗ୍‌ଜୋମ୍‌  ପ୍ରଭାବରେ ତାମିଲନାଡୁର ଚେନ୍ନାଇ ସହର ଜଳାର୍ଣ୍ଣବ ହୋଇଯାଇଥିଲା। ଏହାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରୁ ସେଠାକାର କ୍ଷୟକ୍ଷତି ଆକଳନ...

ବିବାହ ଲାଗି ଗୋଟିଏ ଝିଅ ମିଳିବା ମୁସ୍କିଲ; ହେଲେ ଏକାସାଙ୍ଗରେ ୪ଜଣଙ୍କୁ ଜୀବନସାଥୀ କଲେ ଏହି ପୁଅ: ଭିଡିଓ ଦେଖିଲେ…

ଭାରତରେ ଏବେ ବିବାହ ଋତୁ ଆରମ୍ଭ ହୋଇଛି। ପ୍ରତି ଦିନ ହଜାର ହଜାର ବିବାହ ହେଉଛି। ସୋସିଆଲ ମିଡିଆରେ ମଧ୍ୟ କିଛି ବିବାହର ଝଲକ ଦେଖିବାକୁ...

ବିଦେଶୀ ପଣ୍ଡିତ ପଢ଼ିଲେ ଅନର୍ଗଳ ସଂସ୍କୃତ ମନ୍ତ୍ର, ଭାରତୀୟ ସଂସ୍କୃତି ଅନୁଯାୟୀ ହେଲା ବିବାହ; ଭିଡିଓ ଦେଖିଲେ କହିବେ ବାଃ…

ଆରମ୍ଭ ହୋଇଛି ବିବାହ ଋତୁ। ଦେଶବିଦେଶରେ ଏହାର ଧୁମ୍‌ ଦେଖିବାକୁ ମିଳୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ବିଦେଶୀ ଯୋଡ଼ିଙ୍କ ବିବାହ ଚର୍ଚ୍ଚାର ବିଷୟ...

ଗୁଗ୍‌ଲରେ ଲୋକେ ସବୁଠୁ ଅଧିକ ସର୍ଚ୍ଚ କରନ୍ତି ଏସବୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଗ୍‌ଲ ଆମକୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଥାଏ। ଯେତେବେଳେ ଆମେ କିଛି ଜାଣିବାକୁ ଚାହିଁଥାଉ, ପ୍ରଥମେ ଆମେ ଗୁଗ୍‌ଲରେ ସର୍ଚ୍ଚ କରିଥାଉ ବା ଖୋଜିଥାଉ। କିନ୍ତୁ...

Online Transaction Fraud : ବିଚଳିତ ନ ହୋଇ ପ୍ରଥମେ କରନ୍ତୁ ଏପରି ଫେରି ଆସିବ ଠକେଇ ହୋଇଥିବା ଟଙ୍କା …

ମୁମ୍ବାଇ,୭।୧୨ : ବ୍ୟାଙ୍କ ଆକାଉଣ୍ଟରୁ XXXXX ଟଙ୍କା କଟାଯାଇଛି। ଏପରି ବାର୍ତ୍ତା ପାଇଛନ୍ତି କି ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଅଜ୍ଞାତରେ ଆକାଉଣ୍ଟରୁ ଟଙ୍କା କଟାଯାଇଥିବା ବେଳେ ଆପଣ...

୨୨ ସନ୍ତାନଙ୍କ ମା’, ପ୍ରତିଦିନ ଜଳଖିଆରେ ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମା’ ହେବା ଜଣେ ମହିଳାଙ୍କ ପାଇଁ ସବୁଠାରୁ ସୁଖଦ ଅନୁଭବ। ମା’ ହେବା ପରେ ହିଁ ଜଣେ ମହିଳା ବୁଝିପାରନ୍ତି ଯେ, ଭଗବାନ ତାଙ୍କୁ କାହିଁକି...

ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ...

ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…

ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri