ଗୋଟିଏ ଦିନରେ ମାଉସୀମା’ ମନ୍ଦିରରେ ଲାଗିବ ରଥ

ପୁରୁଣା ଭୁବନେଶ୍ୱର,୧୭।୩(ଡି.ଏନ୍‌.ଏ.): ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନବଦିନାତ୍ମକ ହୋଇଥିବାବେଳେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଞ୍ଚଦିନାତ୍ମକ ହୋଇଥାଏ। କାଳକ୍ରମେ ଠାକୁରଙ୍କ ଏହି ରଥଯାତ୍ରା ମାଉସୀ ମା’ମନ୍ଦିରରେ ପହଞ୍ଚତ୍ବା ଏବଂ ବାହୁଡ଼ାଯାତ୍ରା ସମାପନ ପାଇଁ ଏବେ ୭ଦିନ ଲାଗିଯାଉଛି। କରୋନା ପାଇଁ କେତେଜଣ ସେବାୟତ ଓ ବୁଦ୍ଧିଜୀବୀ ବିରୋଧ କରୁଛନ୍ତି। ଚଳିତବର୍ଷ ମନ୍ଦିର ପ୍ରଶାସନ ଏହି ବ୍ୟତିକ୍ରମରେ ସୁଧାର ଆଣିବା ପାଇଁ ରଥଯାତ୍ରା ଓ ବାହୁଡ଼ା ପୂର୍ବଭଳି ୫ଦିନରେ ସୀମିତ ରଖିବାପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଛି। ଗୋଟିଏ ଦିନରେ ମାଉସୀ ମା’ ମନ୍ଦିରରେ ରଥ ପହଞ୍ଚିବା ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଚେଷ୍ଟା କରାଯିବ। ଏହାକୁ କେତେଜଣ ସେବାୟତ କରୋନା ପାଇଁ ସ୍ବାଗତ କରୁଥିବା ବେଳେ କେତେଜଣ ବିରୋଧ କରୁଛନ୍ତି। ଅପରାହ୍ନ ୩ଟା ୩୦ରେ ରଥ ଟଣା ଆରମ୍ଭ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଭୋର ୫ଟାରୁ ୫ଟା ୩୦ପର୍ଯ୍ୟନ୍ତ ମଙ୍ଗଳ ଆଳତି ଅବକାଶ, ୫ଟା ୩୦ରୁ ୬ଟା ୩୦ ସାହାଣ ମେଲା ଦର୍ଶନ କରାଯାଇ ୬ଟା ୩୦ରୁ ୭ଟା ମଧ୍ୟରେ ଛାମୁ ପରିଷ୍କାର କରାଯିବ। ଶ୍ରୀ ଜୀଉଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବା ସହ ସକାଳ ୯ଟା ୪୫ରୁ ୧୦ଟା ୪୫ ଭୋଗ ମଣ୍ଡପ ଓ ଅନ୍ୟାନ୍ୟ ନୀତି ହୋଇ ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ପର୍ଯ୍ୟନ୍ତ ଯାତ୍ରା ପୂଜା ହେବ। ୧୨ଟା ୩୦ରୁ ୧ଟା ୩୦ ମଧ୍ୟରେ ରଥାରୂଢ ହେବା ସହ ୧ଟା ୩୦ରେ ରଥରେ ପୂଜାପାଇଁ ସମୟ ନିର୍ଘଣ୍ଟ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ନୀତି ନିର୍ଘଣ୍ଟକୁ ବିଭିନ୍ନ ନିଯୋଗ ପ୍ରମୁଖ ଏବଂ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟକୁ ପ୍ରେରଣ କରାଯିବ। ସମସ୍ତଙ୍କ ସହମତି କ୍ରମେ ଚଳିତବର୍ଷ ୩.୩୦ରେ ରଥଟଣା କାର୍ଯ୍ୟ ଆରମ୍ଭ କରିବାପାଇଁ ଏକ ବୃହତ୍‌ ପଦକ୍ଷେପ ମନ୍ଦିର ପ୍ରଶାସନ ନେଇପାରିବ ବୋଲି କୁହାଯାଇଛି।

 

ରଥ ଟଣା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ସମୟ ପାଇଁ ସମସ୍ତେ ତପତ୍ରତା ପ୍ରକାଶ କରିବା ଦରକାର। ରଥରେ ୧୪ ଭୋଗ ରହିଛି। ତେଣୁ ଦିଅଁ ବିଜେ ନୀତି ଶୀଘ୍ର ହେବା ଦରକାର। ଏହା ସହିତ ରଥରେ ପୂଜା କାର୍ଯ୍ୟ ଶୀଘ୍ର ହେବା ଦରକାର। ସେବାୟତ ଏବଂ ପ୍ରଶାସନର ତତ୍ପରତା ସହ ସହଯୋଗର ଆବଶ୍ୟକତା ରହିଛି। ଅପରାହ୍ନ ୩ଟା ୩୦ରେ ଖରା ଯୋଗୁ ଶ୍ରଦ୍ଧାଳୁ ରଥ ଟାଣି ପାରିବେ ନାହିଁ । କେବଳ ପୋଲିସ ପ୍ରଶାସନ ଅଧିକାରୀମାନେ ରଥ ଟାଣିବେ।
– ନରସିଂହ ଖୁଣ୍ଟିଆ, ବରିଷ୍ଠ ସେବାୟତ
ରଥରେ ୧୧ପୂଜା ରହିଛି। ପ୍ରତ୍ୟେକ ପୂଜାପାଇଁ ୧୫ମିନିଟ୍‌ ଲେଖାଏ ଲାଗିବ। ସେହପରି ମଠ ପୂଜା ରହିଛି ପ୍ରତ୍ୟେକ ପୂଜା ୨୦ମନିଟ୍‌ ଲେଖାଏ ସମୟ ନେବ। ତେବେ ଅପରାହ୍ନ ୩ଟା ୩୦ରେ ରଥଟଣା କାର୍ଯ୍ୟ ହୋଇପାରିବ ନାହିଁ। ଶିବରାତ୍ରି କଥା ଅଲଗା ଥିବାରୁ ତାହା ନର୍ଦ୍ଧାରିତ ସମୟ ପୂର୍ବରୁ ଅନୁଷ୍ଠିତ ହୋଇପାରିଥିଲା।
-କାଶୀନାଥ ପୂଜାପଣ୍ଡା, ପୂଜାପଣ୍ଡା ନିଯୋଗର ସଭାପତି
ମନ୍ଦିର ପ୍ରଶାସନ ପକ୍ଷରୁ ଅପରାହ୍ନ ୩ଟା ୩୦ରେ ଧାର୍ଯ୍ୟ ସମୟ ବିରୋଧରେ ଆମର କିଛି ଆପତ୍ତି ନାହିଁ। କରୋନା ପାଇଁ ୭ଦିନ ଧରି ରଥଦାଣ୍ଡରେ ଭିଡ଼ କମେଇବାକୁ ଆଶା ରଖିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସମୟ ସାରଣୀକୁ ସ୍ବାଗତ କରୁଛୁ। ଅନୁରୂପଭାବେ ବାହୁଡ଼ା ଦିନ ମଧ୍ୟ ଓଲଟା ରଥଟଣା କାର୍ଯ୍ୟ ୩ଟା ୩୦ ପରିବର୍ତ୍ତେ ସଅଳ କରିପାରିଲେ ଗୋଟିଏ ଦିନରେ ରଥ ଶ୍ରୀ ଲିଙ୍ଗରାଜ ମନ୍ଦିରେ ଲାଗିପାରିବ।
-କମଳାକାନ୍ତ ବଡୁ, ବଡୁ ନିଯୋଗ ସମ୍ପାଦକ
ରଥଯାତ୍ରାର ପୂର୍ବଦିନ ଅର୍ଥାତ୍‌ ରଥ ପ୍ରତିଷ୍ଠା, ନେତ୍ର ଉତ୍ସବ, ନୀତିକାନ୍ତି ସଅଳ ଏବଂ ଯଥାରୀତି ସମ୍ପନ୍ନ ହୋଇପାରିବ ତେବେ ରଥଟଣା ପାଇଁ ଧାର୍ଯ୍ୟ ନୀତି ନିର୍ଘଣ୍ଟରେ ରଥଟଣା ହୋଇପାରିବ। ଏଥିରେ କୌଣସି ଆମର ଆପତ୍ତି ନାହିଁ।
-ବିରଞ୍ଚତ୍ ନାରାୟଣ ପତି, ବ୍ରାହ୍ମଣ ନିଯୋଗ ସମ୍ପାଦକ


Enter your email to get our daily news in your inbox.

All Right Reserved By Dharitri.Com

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

ଯୁବକଙ୍କୁ ଆକ୍ରମଣ ମାମଲା: ଜେଲ୍‌ ଗଲେ ଅଭିଯୁକ୍ତ

ରିଷିଡା,୬।୭(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡା ଫାଣ୍ଡି ଅଧୀନ ବଡଡୁଙ୍ଗୁରୀଗୁଡା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ଜଣେ ଯୁବକଙ୍କୁ ପୋଲିସ…

ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅବମାନନା: ସିଲ ହେଲା ୩ ହୋଟେଲ, କଲ୍ୟାଣ ମଣ୍ଡପ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ବିଭିନ୍ନ ହୋଟେଲ, କଲ୍ୟାଣ ମଣ୍ଡପ ଗୁଡ଼ିକ ସହରକୁ ପ୍ରଦୂଷଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର…

ବାହାଘରକୁ ଭଙ୍ଗା ପୋଲ ଅଡ଼ୁଆ: ବହୁଛି ୭ ଫୁଟ ପାଣି

ଭେଡେନ,୬।୭(ହୃଷୀକେଶ ଖମାରୀ): ବରଗଡ଼ ଜିଲାରେ ବର୍ଷା ଥମିବାର ନାଁ ନେଉ ନାହିଁ। ଅଧିକରୁ ଅଧିକ ବର୍ଷା ହେଉଥିବା ଯୋଗୁ ବିଭିନ୍ନ ନଦୀ, ନାଳର ଜଳସ୍ରୋତ ବୃଦ୍ଧି ପାଇଛି।…

ସମୁଦ୍ରଜଳରେ ଲୀନ ହୋଇଯିବ ତାମ୍ପରା ହ୍ରଦ: ଛତ୍ରପୁର ସହରକୁ ଘାରିବ ବିପଦ

ଛତ୍ରପୁର,୬।୭(ଦିଲ୍ଲୀପ ସାମଲ): ବଙ୍ଗୋପସାଗର ଗଞ୍ଜାମ ଜିଲାର ବିଭିନ୍ନ କୂଳକୁ ଅତିକ୍ରମ କରିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଆଉ ଅନ୍ୟପଟେ ଛତ୍ରପୁର ପୌରପରିଷଦର ଜୀବନରକ୍ଷା କରୁଥିବା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ସୁନାମ: ହଠାତ୍‌ ଘଟିଗଲା…

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡି ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟସ୍ଥ ଏକ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ…

ଲଭ-ସେକ୍ସ-ଧୋକା: ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୬।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ଯୁବତୀଙ୍କୁ ଭଲ ପାଇ ବିବାହ କରିବା ପରେ ପ୍ରତାରଣା କରାଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri