ଗୋଟିଏ ଟ୍ରାଫିକ୍‌ରେ ଅଟକିଲା ସଲମାନ-ଅର୍ଜୁନଙ୍କ କାର୍‌, ତା’ ପରେ କ’ଣ ହେଲା ଜାଣନ୍ତୁ

ମୁମ୍ବାଇ: ସଲମାନ୍‌ ଖାଁ ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ତିକ୍ତତା ଦୀର୍ଘଦିନରୁ ଲାଗିରହିଛି। ଏପରିକି କେହି କାହାର ଛାଇ ଦେଖିପାରନ୍ତି ନାହିଁ। କିନ୍ତୁ ବୋନି କପୁରଙ୍କ ସହ ସଲମାନଙ୍କ ଭଲ ପଡ଼େ। ସଲମାନ୍‌ ଏବଂ ଅର୍ଜୁନ ବେଳେବେଳେ କେଉଁଠି ନା କେଉଁଠି ସାମ୍ନାସାମ୍ନି ହୋଇଯା’ନ୍ତି। ସେତେବେଳେ କେହି କାହାକୁ ନ ଦେଖିଲା ପରି ଅଭିନୟ କରି ନିଜ ବାଟରେ ଚାଲିଯାଇଥା’ନ୍ତି। ଏପରିସ୍ଥିତିରେ ଏବେ ଏକ ଘଟଣା ନଜରକୁ ଆସିଛି। ମୁମ୍ବାଇ ରାସ୍ତାରେ ଅର୍ଜୁନ ଏବଂ ସଲମାନଙ୍କ ଗାଡ଼ି ଗୋଟିଏ ଟ୍ରାଫିକ୍‌ରେ ଅଟକିଥିଲା। ଏହାପରେ ଏକ ମଜା ଘଟଣା ଦେଖିବାକୁ ମିଳିଥିଲା। ଦୁଇଜଣଙ୍କ ଡ୍ରାଇଭର ପରସ୍ପରକୁ ହାତ ହଲାଇ କଥା ହୋଇଥିଲେ। ମାତ୍ର ଏହି ଦୁଇଜଣ କେହି କାହାକୁ ନ ଦେଖିଲା ପରି ମୁହଁ ବୁଲାଇ ନେଇଥିଲେ। ଏହାର ଅସଲ କାରଣ ହେଲା ଅର୍ଜୁନ ମଲାଇକାଙ୍କ ସହ ଡେଟ୍‌ କରିବା। କାରଣ ସଲମାନଙ୍କ ଭାଇ ଅର୍‌ବାଜ ଖାଁଙ୍କ ସ୍ତ୍ରୀ ହେଉଛନ୍ତି ମଲାଇକା। ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ଅର୍ଜୁନଙ୍କ ସହ ଡେଟ୍‌ କରୁଛନ୍ତି। ମଲାଇକାଙ୍କ ପୂର୍ବରୁ ଅର୍ଜୁନ ସଲମାନ୍‌ଙ୍କ ଭଉଣୀ ଅର୍ପିତାଙ୍କ ସହ ମଧ୍ୟ ଡେଟ୍‌ରେ ଥିଲେ। ଏହିସବୁ ଘଟଣା ଅର୍ଜୁନ ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ ହୋଇଥିଲା। ସେ ଯାହା ବି ହୋଇଥାଉନା କାହିଁକି ଅର୍ଜୁନଙ୍କ ଯୋଗୁ ହିଁ ସଲମାନ୍‌ ରାଗି ଖପ୍ପା। ସେହିଦିନଠାରୁ କେହି କାହା ସହ କଥା ହେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଲାଇକାଙ୍କ ଦେଶୀ ତଡକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମଲାଇକା ଆରୋରା ନିଜର ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ଗ୍ଲାମରସ୍ ଲୁକ୍ ଓ ଫିଟନେସକୁ ନେଇ...

ରିଲିଜ୍‌ ଅପେକ୍ଷାରେ ଶହୀଦ ରଘୁ ସର୍ଦ୍ଦାର

ଆମ ରାଜ୍ୟର ଅନ୍ୟତମ ନାମୀ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଶହୀଦ ରଘୁ ସର୍ଦ୍ଦାର। ତାଙ୍କ ଜୀବନର ବୀରତ୍ୱ ଗାଥାକୁ ସିନେମାରେ ସଜାଇଛନ୍ତି ନବାଗତ ପ୍ରଯୋଜକ ଡା....

ପ୍ରଶଂସକଙ୍କୁ ମତୁଆଲା କରୁଛି କ୍ରିତିଙ୍କ ନୂଆ ଲୁକ୍‌

ମୁମ୍ବାଇ: ଏ ଆର୍ ରେହେମନଙ୍କ ସୁପରହିଟ୍ ଟ୍ରାକ୍ ‘ପରମ ସୁନ୍ଦରୀ’ ରୁ କ୍ରିତି ସାନନ ପୁଣିଥରେ ତେହେଲକା ମଚେଇବାକୁ ଆସିଯାଇଛନ୍ତି । ଏଥର ତାଙ୍କ ସହ...

ଇନ୍ଦ୍ରଜାଲ

ପ୍ରଯୋଜକ ରମେଶ ବାରିକ ଆଉ ଏକ ସିନେମାର ପ୍ରଯୋଜନା କରିବାକୁ ଯାଉଛନ୍ତି। ଉକ୍ତ ଓଡ଼ିଆ ସିନେମାର ଟାଇଟଲ ରହିଛି ‘ଇନ୍ଦ୍ରଜାଲ’। ଆର୍‌.ଆର୍‌, ଇଭେଣ୍ଟସ ବ୍ୟାନରରେ ଚିତ୍ରଟିର...

ଦୋଛକିରେ କିଆରା

କିଆରା ଆଡଓ୍ବାନୀ ଦୋଛକିରେ ପଡ଼ିଯାଇଛନ୍ତି। କଥାଟି ଏମିତି ହୋଇଛି ଯେ ଏଣୁ ମାରିଲେ ଗୋହତ୍ୟା ତେଣୁ ମାରିଲେ ବ୍ରହ୍ମହତ୍ୟା। କଥା କ’ଣ କି ନିକଟରେ ଏକ...

ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଫିଲ୍ମ ‘ଆର୍‌ଆର୍‌ଆର୍‌’, ଜାଣନ୍ତୁ କେବେ

ମୁମ୍ବାଇ: ଫିଲ୍ମ ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇସାରିଛି। ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୭୫୦ କୋଟିରୁ ଅଧିକ ରୋଜଗାର କରିଛି।...

ଜ୍ୟାକଲିନଙ୍କ ପାଇଁ ପ୍ରେମ ପତ୍ର ଲେଖିଲେ ସୁକେଶ

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖର ଓ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କ ରିଲେସନଶିପର ଚର୍ଚ୍ଚା ସବୁବେଳେ ହୋଇ ଆସୁଛି। ସୁକେଶ ଗିରଫ ହେବା ପରେ ଜ୍ୟାକଲିନ...

ଖୁବ୍‌ଶୀଘ୍ର ଦ୍ୱିତୀୟ ପାଳି ଆରମ୍ଭ କରିବେ କ୍ରିକେଟର୍‌ ହରଭଜନ ସିଂ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍‌ସ୍ପିନର୍‌ ହରଭଜନ ସିଂ ଦ୍ୱିତୀୟ ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ ବଲିଉଡ୍‌...

Advertisement
Archives

Model This Week