ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା:‘ଅପରାଧ ବୃଦ୍ଧି ପାଇଲେ ବିକାଶ ହୁଏନାହିଁ’

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ବିଧାନସଭାରେ ସୋମବାର ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା ବେଳେ ବିରୋଧୀ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି କଥା ଉଠାଇ ଶାସକ ଦଳକୁ ଘେରିଛନ୍ତି। ଅନ୍ୟପଟେ ରାଜ୍ୟରେ ବଢୁଥିବା ନାବାଳିକା ବଳାତ୍କାର ପ୍ରସଙ୍ଗରେ ମଧ୍ୟ ଶାସକ ଦଳକୁ କଡା ଭାଷାରେ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ଯେଉଁଠାରେ ଅପରାଧ ବୃଦ୍ଧି ପାଏ ସେହି ରାଜ୍ୟରେ ବିକାଶ ହୋଇପାରେନି। ଓଡିଶାରେ ଅପରାଧ ଏକ ବଡ ସମସ୍ୟା ହୋଇ ସୃଷ୍ଟି ହୋଇଛି। ରାଜ୍ୟ ଯେପରି ଆଗେଇବା କଥା ସେମିତି ଆଗେଇପାରୁ ନାହିଁ। ଏଠାରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଯେପରି ଭିତ୍ତିଭୂମି ଏବଂ ମାନବ ସମ୍ବଳର ଆବଶ୍ୟକତା ରହିଛି ତାହା ନାହିଁ। ପ୍ରତ୍ୟେକ ରାଜ୍ୟର ଥାନାରେ ୩୦ରୁ ୪୦ ଜଣ ଲେଖା ପୋଲିସ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ହେଲେ ଓଡିଶାର ବହୁ ଥାନାରେ ୫ ଜଣ ଲେଖାଏ ପୋଲିସ କର୍ମଚାରୀ ରହୁଛନ୍ତି। ଓଡିଶାରେ ଅପରାଧ ବଢିବା ସାଙ୍ଗକୁ ଧନଜୀବନ ଅସୁରକ୍ଷିତ ଅଛି। ମାଓବାଦୀ ଦମନରେ ସରକାର ଏ ପର୍ଯ୍ୟନ୍ତ ସଫଳ ହୋଇପାରିଲେ ନାହିଁ। କେନ୍ଦ୍ରୀୟ ସୁରକ୍ଷାକୁ ଯେଉଁଭଳି ସହଯୋଗ ମିଳିବା ଆବଶ୍ୟକ ରହିଛି ତାହା ମିଳୁନାହିଁ। ସ୍ଥାନୀୟ ପୋଲିସ ମଧ୍ୟ ଏନେଇ ସମର୍ଥନ ଦେଉନାହିଁ। ନାରୀ ନିର୍ଯାତନା, ଚୋରି, ଡକାୟତି, ହତ୍ୟା ଏବଂ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ବୃଦ୍ଧି ପାଇଛି। ଅପରାଧ ହ୍ରାସ କରିବା ପାଇଁ ବିଭିନ୍ନ କମିଟି ସୁପାରିସ କଲେ ମଧ୍ୟ ସରକାର ତାକୁ କାର୍ଯ୍ୟକାରୀ କରୁନାହାନ୍ତି। ବହୁ ଅପରାଧରେ ଦୋଷୀ ଧରାହୋଇପାରୁ ନାହାନ୍ତି। ୯୦ ଭାଗ ଦୋଷୀ ଖସିଯିବାରେ ସମର୍ଥ ହେଉଛନ୍ତି। କ୍ୟାଡରଭୁକ୍ତ ପବ୍ଲିକ ପ୍ରସିକ୍ୟୁଟର ବହୁତ କମ୍‌ ଅଛନ୍ତି। ଗୃହ ବିଭାଗ ଠିକ୍‌ ଚାଲିଲେ ରାଜ୍ୟର ଉନ୍ନତି ହେବ। ସରକାର ପିପିପି ଏବଂ ଏପିପିକୁ କ୍ୟାଡରଭୁକ୍ତ କରନ୍ତୁ। ହୋମଗାର୍ଡମାନଙ୍କ ଦରମା ବୃଦ୍ଧି କରାଯାଉ, ଥାନାରେ ବ୍ୟବହାର ହେଉଥିବା ଗାଡିରେ ତେଲ ଅଧିକ ଦେବାକୁ ଯୋଜନା କରାଯାଉ। ଭବାନୀପାଟଣାରେ ମାଓବାଦୀମାନେ ଥାନାରୁ ବନ୍ଧୁକ ନେଇ ପଳାଇଯାଉଛନ୍ତି। ପୋଲିସ ଠିକ୍‌ କାମ କରିପାରୁନାହିଁ। ସବୁ ଛକରେ ସିସିଟିଭି ଲଗାଯାଉ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଯେତେକି ଅର୍ଥ ଦେଉଛନ୍ତି ତାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ କରିପାରୁନାହାନ୍ତି। ସେହି ବଳକା ଟଙ୍କାକୁ ସରକାର ତୁରନ୍ତ ଖର୍ଚ୍ଚ କରନ୍ତୁ। ସାଧାରଣ ଲୋକମାନଙ୍କୁ ପୋଲିସ ଇନଫର୍ମର ଭାବି ହତ୍ୟା କରାଯାଉଥିଲେ ମଧ୍ୟ ପୋଲିସ କିଛି କରିପାରୁନାହିଁ। ଅପରାଧ କମିବା ଦିଗରେ ସରକାର ଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ନାଏକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁୟାରୀ ଶେଷ ପର୍ଯ୍ୟନ୍ତ ପୂର୍ବଭଳି କୋର୍ଟ ଚାଲିବ

କଟକ ଅଫିସ, ୯ା୧: ଜାନୁୟାରୀ ଶେଷ ପର୍ଯ୍ୟନ୍ତ ହାଇକୋର୍ଟ ପୂର୍ବଭଳି ଚାଲିବ। ଅର୍ଥାତ୍‌ ଏହି ସମୟ ମଧ୍ୟରେ କୋର୍ଟ ସାଧାରଣ ଭାବେ କାର୍ଯ୍ୟ କରିବ ନାହିଁ।...

ଦେଶ ଉନ୍ନତିରେ ସହଭାଗୀ ହୁଅନ୍ତୁ ଯୁବଗୋଷ୍ଠୀ

କ୍ଷେତ୍ରକୁ କିପରି ଆସିଲେ? ମୁଁ ରେଭେନ୍‌ଶାରୁ ସ୍ନାତକ ପାସ୍‌ କରି ଖଲିକୋଟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପଢ଼ିଲି। ସେହି ସମୟରେ ମୋ ମାମୁ ତଥା ବ୍ରହ୍ମପୁରର...

ପାଉଁରୁଟିକୁ ନେଇ ସୁରକ୍ଷା ଚିନ୍ତା

କେନ୍ଦ୍ରାପଡ଼ା ଅଫିସ,୨୭ା୧୨: ହାଲକା ଖାଦ୍ୟ ଭାବେ ପାଉଁରୁଟି ଜଣାଶୁଣା। ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ କାର୍ବୋହାଇଡ୍ରେଟ୍‌ ଓ ଅନ୍ୟାନ୍ୟ ଉପାଦାନ ମିଳିଥାଏ। ତେବେ ଏହି ପାଉଁରୁଟି ଏବେ...

ରଜ ପାଇଁ ୨ ଦିନ ମାଟ୍ରିକ ଖାତା ଦେଖା ବନ୍ଦ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ରଜ ପର୍ବ ପାଇଁ ଜୁନ ୧୪ ଓ ୧୫ ତାରିଖ ମାଟ୍ରିକ ମୂଲ୍ୟାୟନ ବନ୍ଦ ରହିବ। ରଜ ଉପଲକ୍ଷେ ସବୁ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାବନ୍ଦ...

୧୫ ଜିଲାରେ ନାହାନ୍ତି ଜଣେ ବି କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ବର୍ତ୍ତମାନ ଦେଶରେ ଦୈନିକ କରୋନା ସଂକ୍ରମଣର ୨ ହଜାର ଉପରେ ଥିବା ବେଳେ ରାଜ୍ୟରେ ମାତ୍ର ୮୦ଟି ସକ୍ରିୟ ମାମଲା ରହିଛି। ୧୫ଟି ଜିଲାରେ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବରିଷ୍ଠ ସହାୟକ ପଦୋନ୍ନତି ମାମଲା: ଦରମା ହ୍ରାସ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ

କଟକ ଅଫିସ, ୧୫।୧୨: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପଦୋନ୍ନତି ପାଇ କାର୍ଯ୍ୟ କରୁଥିବା ବରିଷ୍ଠ ସହାୟକଙ୍କ ଦରମା ହ୍ରାସ ସମ୍ପର୍କିତ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ ହୋଇଛି। ଗଣେଶ...

ଘୁଞ୍ଚିଲା ସିଭିଲ ସର୍ଭିସ ଫର୍ମ ପୂରଣ ତାରିଖ

ଭୁବନେଶ୍ୱର, ୧୨।୨(ବ୍ୟୁରୋ): ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଅନ୍‌ଲାଇନ ଆବେଦନର ଶେଷ ତାରିଖକୁ ବଢ଼ାଇ ଦିଆଯାଇଛି। ୨୦୨୦ ବର୍ଷ ପାଇଁ ହେବାକୁ ଥିବା ପରୀକ୍ଷା...

ସ୍ମାର୍ଟ ଫେରିବାଲା: ସୁଟ୍‌ ବୁଟ୍‌ ପିନ୍ଧା ବହି ବିକାଳି ଗିରଫ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): ଭାରତୀୟ ରେଳବାଇ ଷ୍ଟେଶନ ଓ ଟ୍ରେନ ଭିତରେ ଫେରିବାଲା ବିକ୍ରିକୁ ବେଆଇନ ଘୋଷଣା କରିବା ପରେ ବୁଲା ବିକାଳିଙ୍କ ଚିନ୍ତା ବଢ଼ିଯାଇଛି। ଫଳରେ...

Advertisement
Archives

Model This Week