Posted inଜାତୀୟ

ଗୃହମନ୍ତ୍ରୀ ପଦରୁ ଭାଇଙ୍କୁ ବିଦାକଲେ ମେଘାଳୟ ମୁଖ୍ୟମନ୍ତ୍ରୀ

ଶିଲଂ,୧୩ା୨(ପି.ଟି.): ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ କେ. ସଙ୍ଗ୍‌ମା ବୁଧବାର ତାଙ୍କ ମନ୍ତ୍ରିମଣ୍ଡଳରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ସେ ତାଙ୍କ ଭାଇ ଜେମ୍ସ କେ. ସଙ୍ଗ୍‌ମାଙ୍କୁ ଗୃହମନ୍ତ୍ରୀ ପଦରୁ ହଟାଇଦେଇଛନ୍ତି। ଏଥିସହିତ ତାଙ୍କ ହାତରୁ ଜିଲାପରିଷଦ ବ୍ୟାପାର ବିଭାଗକୁ ମଧ୍ୟ କାଢ଼ିନିଆଯାଇଛି। ଜେମ୍ସଙ୍କୁ ଗୃହମନ୍ତ୍ରୀ ପଦ ଦିଆଯାଇଥିବାରୁ ଅନ୍ୟ ମନ୍ତ୍ରୀମାନେ ଅସନ୍ତୁଷ୍ଟ ଥିଲେ। ବେଆଇନ କୋଇଲା ପରିବହନରେ ସମ୍ପୃକ୍ତ ଜେମ୍ସଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେବା ପାଇଁ ମେଣ୍ଟ ସରକାରର ସହଯୋଗୀ ଦଳ ଦାବି କରୁଥିଲେ। ତେବେ ଜେମ୍ସଙ୍କ ହାତରେ ଶକ୍ତି, ଖାଦ୍ୟ, ସାଧାରଣ ଯୋଗାଣ, ଖାଉଟି ବ୍ୟାପାର ଓ ଆଇନ ବିଭାଗ ପୂର୍ବଭଳି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗବାସୀଙ୍କ କଲ୍ୟାଣ ପାଇଁ ମୋଦିଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ: ମମତା

କୋଲକାତା,୨୯।୫: ବାତ୍ୟା ‘ୟାସ’ ପ୍ରଭାବରେ ଓଡ଼ିଶା ସହ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ରାଜ୍ୟ ଗସ୍ତ କରି ବନ୍ୟା...

ନାଗରିକତ୍ୱ ପ୍ରମାଣ ମାଗିଲା ୟୁଆଇଡିଏଆଇ

ହାଇଦ୍ରାବାଦ,୧୯ା୨: ଆଧାର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ହାଇଦ୍ରାବାଦର ଜଣେ ୪୦ ବର୍ଷୀୟ ରିକ୍ସାଚାଳକଙ୍କୁ ନାଗରିକତ୍ୱ ପ୍ରମାଣ ଦେବାକୁ କହିବାରୁ ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। ଉକ୍ତ...

ମୁଣ୍ଡରେ ବିଭିନ୍ନ ସାମଗ୍ରୀ ବୋହି ଜଙ୍ଗଲରେ ବୁଲିବୁଲି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ବିଧାୟିକା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୨୮।୫: ଭାରତରେ କରୋନା ସଂକ୍ରମଣ ବଢ଼ିଚାଲିଛି। କରୋନା ସଙ୍କଟ ସମୟରେ ବହୁ ବ୍ୟକ୍ତିବିଶେଷ, ସଂସ୍ଥା ତଥା ସରକାରଙ୍କ ପକ୍ଷରୁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା...

ଗଙ୍ଗା ଆରତିରେ ଯୋଗ ଦେବେ ରାଷ୍ଟ୍ରପତି

ବାରାଣସୀ,୧୦।୩: ବାରାଣସୀର ବିଶ୍ୱପ୍ରସିଦ୍ଧ ଗଙ୍ଗା ଆରତୀରେ ଦେଶବିଦେଶର ଅନେକ ଅତିଥି ଯୋଗ ଦେଇଥାନ୍ତି। ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଙ୍ଗା ଆରତିରେ ଯୋଗଦେବାର କାର୍ଯ୍ୟକ୍ରମ ଅଛି।...

ବିହାରରେ ପୁଣି ଶାସନ ଡୋରି ଧରିବ ଜେଡିୟୁ-ଭାଜପା ମେଣ୍ଟ

ବୈଶାଳି,୧୬।୧: ବିହାରରେ ପୁଣି ଥରେ ଶାସନ ଡୋରି ଜେଡିୟୁ-ଭାଜପା ମେଣ୍ଟ ହାତକୁ ଯିବ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ...

ଆକାଶରେ ଏହି ଭୟଙ୍କର ଦୃଶ୍ୟ ଦେଖି ଡରି ଯାଇଥିଲେ ଗ୍ରାମବାସୀ, ପରେ ଜଣାପଡ଼ିଲା ପ୍ରକୃତ କାରଣ

ଲକ୍ଷ୍ନୌ,୧୮ା୧୦: ଉତ୍ତରପ୍ରଦେଶର ଏକ ଗାଁରେ ଭୟର ବାତାବରଣ ଖେଳିଯାଇଥିଲା। ଗ୍ରାମବାସୀ ଲୁହା ଆକୃତିର କିଛି ଜିନିଷ ଆକାଶରେ ଉଡୁଥିବାର ଦେଖି ଭୟଭୀତ ହୋଇପଡ଼ିଥିଲେ। ସେମାନେ ଭାବିଥିଲେ...

୧୧ବର୍ଷରେ ୭୩ କୋଟି ଟଙ୍କାର କୂଅ ପାଣି ଚୋରି: ୬ ଜଣଙ୍କ ବିରୋଧରେ ମାମଲା

ମୁମ୍ବାଇ,୧୭।୧୦: ମହାରାଷ୍ଟ୍ର ମୁମ୍ବାଇରେ ପୋଲିସ କୂଅ ପାଣି ଚୋରି ଅଭିଯୋଗରେ ୬ ଜଣଙ୍କ ବିରୋଧରେ ଏକ ମାମଲା ଦାଏର କରିଛି। ୧୧ ବର୍ଷ ମଧ୍ୟରେ ଅଭିଯୁକ୍ତମାନେ...

ହସ୍ପିଟାଲରେ ସ୍ଥାନର ଅଭାବ ଯୋଗୁ ଚିକିତ୍ସା ପାଇଁ ଆସିଥିବା ୧୦୦ ଶିଶୁଙ୍କୁ ନିଜ ବଙ୍ଗଳାକୁ ନେଲେ ଜିଲାପାଳ

ଭୋପାଳ,୧୮।୭: ମଧ୍ୟପ୍ରଦେଶରେ ଜଣେ ଜିଲାପାଳ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ସେ ହେଉଛନ୍ତି ଅଭିଷେକ ସିଂ। ସ୍ଥାନୀୟ ସିହାଓ୍ବଲ ଅଞ୍ଚଳରେ ଥିବା ଏକ...

Advertisement
Archives

Model This Week