ଗୁହାଳ ନିର୍ମାଣ ବିଲ୍‌ ପାଉନାହାନ୍ତି ହିତାଧିକାରୀ

ଯାଜପୁର ଅଫିସ,୧୬ା୯:ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମଜିଏନ୍‌ଆରଇଜିଏସ୍‌)ରେ ହିତାଧିକାରୀଙ୍କୁ ବର୍ଷକୁ ୧୦୦ଦିନର କାମ ଯୋଗାଇ ଦେବାକୁ ନିର୍ଦ୍ଧାରଣ କରାଯାଇଛି। କିନ୍ତୁ କେତେକ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ହିତାଧିକାରୀମାନେ ନାନା ସମସ୍ୟାରେ ସମ୍ମୁଖିନ ହେବା ସହିତ ମାନସିକ ଚାପରେ ରହୁଛନ୍ତି ା ଯାହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳୁଛି ଦଶରଥପୁର ବ୍ଲକ ଅଧୀନ ଚମ୍ପେଇପାଳ ପଞ୍ଚାୟତ ତରାଙ୍ଗ ସାଗରପୁର ଗ୍ରାମରେ। ଅଭିଯୋଗ ଅନୁଯାୟୀ, ଏହି ଗ୍ରାମର ଦଳିତ ବିଧବା ମହିଳା ସ୍ମିତା ଦାସ ୧୬ା୭ା୨୦୨୦ ରେ ଏମ୍‌ଜିଏନଆରଇଜିଏସ୍‌ ଯୋଜନାରେ ଗୁହାଳ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇଥିଲେ। ସେ ନିର୍ଦ୍ଧାରିତ ସମୟ ମଧ୍ୟରେ ଧାରକରଜ କରି ୧୮ା୮ା୨୦୨୦ରେ କାମ ଶେଷ କରିଥିଲେ। ଏହି କାର୍ଯ୍ୟରେ ୧ ଲକ୍ଷ ୧୩ ହଜାର ଟଙ୍କାର ବ୍ୟୟ ବରାଦ ହୋଇଥିବାବେଳେ ସେ ମାତ୍ର ୪୮ ହଜାର ଟଙ୍କା ଏକାଧିକ କିସ୍ତିରେ ପାଇଛନ୍ତି। ବଳକା ଟଙ୍କା ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀ ଓ ବିଡିିଓଙ୍କ ନିକଟକୁ ବାରମ୍ବାର ଧାଇଁଥିଲେ ମଧ୍ୟ ବଳକା ଅର୍ଥ ପାଇବାକୁ ସକ୍ଷମ ହୋଇପାରି ନାହାନ୍ତି। ତେଣୁ ବାରମ୍ବାର ଧାରା ଆଣିଥିବା ଲୋକଙ୍କ ତାଗିଦା ଓ ଚାପରେ ସମ୍ମୁଖୀନ ହୋଇ ସ୍ମିତା ଗୁରୁବାର ଏ ସମ୍ପର୍କରେ ଦଶରଥପୁର ବିଡିଓଙ୍କୁ ନିଜର ଅଭିଯୋଗ ଜଣାଇବାକୁ ଆସିଥିଲେ। ପ୍ରସାଶନ ତୁରନ୍ତ ତାଙ୍କର ପ୍ରାପ୍ୟ ନ ଦେଲେ ସେ ବାଧ୍ୟହୋଇ ଆମତ୍ହୂତି ଦେବେ ବୋଲି ସେ ବିଡିଓଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। ଫାଇନାଲ ବିଲ କରିବାକୁ ସେ ଲାଞ୍ଚ ଦେବାରେ ଅକ୍ଷମ ହୋଇଥିବାରୁ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନବସ୍ତା ରଖି ରାସ୍ତାରେ ବସିଲେ ଚାଷୀ

ପାଟଣା,୭ା୨(ସ୍ବ. ପ୍ର.) କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସମବାୟ ସମିତି ଅଧୀନ ଚେମେଣା ଶାଖା ସମିତି ମଣ୍ଡିରେ ଚାଷୀ ଧାନ ବିକ୍ରି କରି ନ...

ଗଞ୍ଜାମ ଜିଲାରେ ବିଜେଡିର ବାଜିମାତ୍‌: ୨ ଲୋକ ସଭା, ୧୨ ବିଧାନସଭା ଆସନ ଦଖଲ

ବ୍ରହ୍ମପୁର ଅଫିସ,୨୫ା୫- ଗଞ୍ଜାମ ଜିଲା ରାଜନୀତିରେ ପୁଣି ବିଜେଡି ବାଜିମାତ କରିଛି। ଦୁଇ ଲୋକ ସଭା ଆସନ ପୁନର୍ବାର ଦଖଲ କରିଥିବା ବେଳେ ୧୩ ବିଧାନସଭା...

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

କେନ୍ଦୁଝର,୧୯ା୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଦେଉଳଡିହାଠାରେ ରବିବାର ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ...

ରାନିବଖରୀରେ ହେବ ରାଜକୀୟ ରେଷ୍ଟୁରାଣ୍ଟ

ସମ୍ବଲପୁର,୨୦ା୧୨ (ବ୍ୟୁରୋ): ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ କରି ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଁ ଅନେକ ଯୋଜନା କରୁଛନ୍ତି। ଏଥିରେ ଯୋଡିହୋଇଛି ନିମନ୍ତ୍ରଣ ଯୋଜନା।...

ଟ୍ରକ ଧକ୍କାରେ ଦୁଇ ଜଣଙ୍କ ଜୀବନ ଗଲା

ରାଇସୁଆଁ,୩ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ନିକଟରେ ସୋମବାର ସକାଳେ ଏକ ଟ୍ରକ ଧକ୍କା ଦେବାରୁ ରାଇସୁଆଁର ଜଣେ ଯୁବତୀ ଓ ଜଣେ ମହିଳାଙ୍କ ଜୀବନ...

କମାରସାହି ବାସିନ୍ଦାଙ୍କୁ ମିଳୁନି ଘରଡିହ ପଟ୍ଟା

ଅନଗୁଳ ସହର, ୩ା୩ ଅନୁଗୋଳ ସହର ହୁଲୁରିସିଙ୍ଗା ଜେମାଦେଈପୁର କମାରସାହି ବାସିନ୍ଦାଙ୍କୁ ମିଳୁନି ଘରଡିହ ପଟ୍ଟା। ଦୀର୍ଘ ବର୍ଷ ଧରି ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୪୦...

ପୋଲିସକୁ ଡେମୋ ଦେଖାଇଲେ ରାକେଶ

ଯାଜପୁର ଅଫିସ/ ରସୁଲପୁର(ଡି.ଏନ୍‌.ଏ.),୩ା୨: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୧)ଙ୍କ ମୃତ୍ୟୁ ଘଟଣାରେ ଗିରଫ ରାକେଶ କୁମାର ସ୍ବାଇଁଙ୍କୁ ପୋଲିସ ୩ ଦିନିଆ...

ଇଟା ଭାଟିରୁ ନିଆଁ ଛିଟିକି ଅଗ୍ନିକାଣ୍ଡ: ଭାଇ-ଭଉଣୀ ଗୁରୁତର

ମାଲକାନଗିରି,୧୮।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଗୌଡ଼ଗୁଡ଼ା ଗାଁରେ ମଙ୍ଗଳବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ଲାଗି ୮ ବର୍ଷର ଭାଇ  ଓ ୨ ବର୍ଷର...

Advertisement
Archives

Model This Week