ଗୁଳି, ଭୁଜାଲି ମାଡ଼ ଘଟଣା:୨ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୧୦।୩: ବରଗଡ଼ ସହରର ବ୍ୟସ୍ତବହୁଳ ସରକାରୀ ବସଷ୍ଟାଣ୍ଡ ନିକଟରେ ଗୁରୁବାର ଘଟିଥିବା ଗୁଳି ଓ ଭୁଜାଲି ମାଡ ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ପ୍ରମୋଦ ମଲ୍ଲିକ ଏବଂ ବିଷ୍ଣୁ ମହାପାତ୍ର। ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ଶୀଘ୍ର ଗିରଫ ହେବେ ବୋଲି ବରଗଡ଼ ଏସ୍‌ପିି ଏସ୍‌. ମିନା ସୂଚନା ଦେଇଛନ୍ତି।
ଫେରାର୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ପୋଲିସ ଟିମ ଗଠନ ହୋଇଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ରାତି ପ୍ରାୟ ୯ଟାରେ କିଛି ଯୁବକ ଭୁଜାଲି ଏବଂ ବନ୍ଧୁକ ସାହାଯ୍ୟରେ ସଂଘବଦ୍ଧ ଆକ୍ରମଣ କରିବାରୁ ବରଗଡ଼ ହାଟପଦାର ଜଗନ୍ନାଥ କର୍ଣ୍ଣ ଗୁରୁତର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍‌ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡପକୁ ମାଡ଼ିଗଲା ଟ୍ରକ୍‌: ଚା’ ଦୋକାନୀ ମୃତ

ଧରାକୋଟ,୧୪ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ବାହାଡ଼ାଗୁଡା ଛକରେ ଶୁକ୍ରବାର ଏକ ଟ୍ରକ ଭାରସାମ୍ୟ ହରାଇ ଜଣେ ଚା’ ଦୋକାନୀଙ୍କୁ ଧକ୍କା...

ବିଜୁଳି ଆଘାତରେ ନାବାଳିକାଙ୍କ ମୃତ, ପୋଲିସ ନିକଟରେ ଅଭିଯୋଗ କଲେ ବାପା

ପଟ୍ଟାଙ୍ଗି,୧୪।୬(ଶରତ ଧଳ): ଶୁକ୍ରବାର ରଜ ଉତ୍ସବ ପାଳନ ହେଉଥିବାବେଳେ ଏହାରି ଭିତରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଯାହାକୁ ନେଇ ବୁନ୍ଦୁଲପାଡୁ ଗ୍ରାମରେ ଗୋଟିଏ...

ଅପହଞ୍ଚ ଜାଗାରେ ସ୍ବାସ୍ଥ୍ୟସେବା ପହଞ୍ଚାଇଲେ ସରକାର

କେନ୍ଦୁଝର,୧୪।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାରତର ପ୍ରମୁଖ ମହାରତ୍ନ କମ୍ପାନୀ ଗେଲ ଇଣ୍ଡିଆ ତରଫରୁ ଏକ ଅତ୍ୟାଧୁନିକ ଚିକିତ୍ସାସେବା ସୁବିଧା ଥିବା...

ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ: ଧରାପଡ଼ିଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ

ବାଲିଗୁଡା,୧୪।୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିଛି। ଏଥିସହ ଅବକାରୀ...

ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ହରିଣ ଅସୁରକ୍ଷିତ

ଜଗତ୍‌ସିଂହପୁର,୧୪ା୬(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସଦର ମହକୁମାରୁ ମାତ୍ର ୧୫ କିଲୋମିଟର ଦୂର ଧଳତଙ୍ଗଗଡ଼ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ (ପିଆର୍‌ଏଫ୍‌)ହରିଣଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି।...

ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ଟାଉନ ପୋଲିସ

କୋରାପୁଟ,୧୪।୬(ଅମିତାଭ ବେହେରା): କୋରାପୁଟ ସହରର ପିଏଚଡି କଲୋନୀ ଅଞ୍ଚଳର ଏକ ଘରୁ ଏକ ଯୁବକଙ୍କ ମୃତଦେହ କୋରାପୁଟ ଟାଉନ ପୋଲିସ ଉଦ୍ଧାର କରିଛି। ଏନେଇ ଟାଉନ...

ଘାଟିରୁ ୨ଶହ ଫୁଟ ତଳକୁ ଖସିପଡ଼ିଲା ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କ ଗାଡି

ଗଜପତି,୧୪।୬: ଗଜପତି ଜିଲା ଅଡ଼ବା ଥାନା ତୁଆବାଡ଼ି ଘାଟିରେ ଶୁକ୍ରବାର ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ...

ରାସ୍ତାରେ ଯାଉଥିବା ବେଳେ ମା’, ଝିଅଙ୍କୁ ଆକ୍ରମଣ

ସମ୍ବଲପୁର,୧୪।୬: ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଦାନୀପାଲି ଗାଁରେ ଏକ ଅଭାବନୀୟ ଘଟିଣା ଘଟିଛି। ରାସ୍ତାରେ ଯାଉଥିବା ବେଳେ ମା’ଏବଂ ଝିଅଙ୍କୁ ଜଣେ ଯୁବକ ଛୁରୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri