ଗୁଳିକାଣ୍ଡରେ ଯୁବକଙ୍କ ମୃତ୍ୟୁ ଘଟଣା, ୨ ଗିରଫ

ବୁଗୁଡ଼ା,୨୬ା୪(ଡି.ଏନ.ଏ.)-ବୁଗୁଡ଼ା ଥାନା ଅନ୍ତର୍ଗତ କଇମ ନିକଟସ୍ଥ କୁବେରେଶ୍ୱର ମନ୍ଦିରରେ ଏପ୍ରିଲ୍‌ ୪ରେ ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ବୁଗୁଡ଼ା ପୋଲିସ ଶନିବାର ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଦୁଇଜଣ ହେଲେ ବୁଗୁଡ଼ାର ଧନୁ ସାହୁ ଓ ଭଗବାନ ସାହୁ। ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଗତପାଟଣା ଗ୍ରାମର ଅର୍ଜୁନ କର ଏବେବି ଫେରାର ଅଛନ୍ତି। ଏନେଇ ବୁଗୁଡ଼ା ଥାନାରେ ନଂ.୮୪/୨୦ରେ ଏକ ମାମଲା ରୁଜୁ ହୋଇଥିଲା। ପ୍ରକାଶ ଯେ ଏପ୍ରିଲ ୨ରୁ ନୟାଗଡ଼ ଜିଲା କଳାପଥର ଅନ୍ତର୍ଗତ ମାଣିକଗଡ଼ର ରଞ୍ଜନ କୁମାର ଦଳେଇ ଓ ତାଙ୍କ ଦୁଇଜଣ ସହଯୋଗୀ ଅର୍ଜୁନ କରଙ୍କ ଘରେ ରହୁଥିଲେ। ଅର୍ଜୁନଙ୍କ ଭଣଜା ଡ୍ରଗ୍ସ କାରବାରରେ ଗିରଫ ହୋଇ ଜେଲରେ ଥିବାବେଳେ ପୋଲିସକୁ ରଞ୍ଜନ ଭଣଜାକୁ ଧରାଇବାରେ ହାତ ଥିବା ସନ୍ଦେହ କରି ଅର୍ଜୁନ ଯୋଜନା ମୁତାବକ ବାଇକରେ ରଞ୍ଜନଙ୍କୁ କୁବେରେଶ୍ୱର ମନ୍ଦିର ନିକଟକୁ ନେଇଥିଲେ। ସେଠାକୁ ଫୋନ କଲ ପାଇ ଧନୁ ଓ ଭଗବାନ ମଧ୍ୟ ଯାଇଥିଲେ। ମନ୍ଦିରରେ ପ୍ରମାଣ କରିବାକୁ ନେଇ ରଞ୍ଜନ ଓ ଅର୍ଜୁନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଶେଷରେ ରାଗିଯାଇ ଅର୍ଜୁନ ପିସ୍ତଲ ବାହାର କରି ରଞ୍ଜନଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। କଟକ ବଡ ମେଡିକାଲରେ ଚିକିତ୍ସା ଚାଲିଥିବାବେଳେ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ନେଲେନି, କଳାବ୍ୟାଜ୍‌ ପିନ୍ଧିଲେ ସ୍ବାସ୍ଥ୍ୟକର୍ମୀ

ଭବାନୀପାଟଣା,୨୨।୧: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ଟିକାକରଣର ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟକର୍ମୀମାନେ କାର୍ଯ୍ୟକ୍ରମରେ କଳାବ୍ୟାଜ୍‌ ପିନ୍ଧି ସହଯୋଗ କରିଥିଲେ ମଧ୍ୟ ଟିକା...

ସଂକ୍ରମଣ ବଢ଼ିବା ପରେ ପ୍ରଶାସନ ସଜାଗ

ଢେଙ୍କାନାଳ ଅଫିସ, ୪।୧୨-ଢେଙ୍କାନାଳ ସହର ସାଇକୃପା ଆବାସିକ ମହାବିଦ୍ୟାଳୟରେ କରୋନା ବିସ୍ଫୋରଣ ପ୍ରଶାସନର ଚିନ୍ତା ବଢ଼ାଇଛି। ସଂକ୍ରମିତ ଛାତ୍ରୀଛାତ୍ରମାନେ ଘରକୁ ପଳାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ...

ଏମାନେ କଲେଜ ବେଳର ବନ୍ଧୁ

ରୂପ୍‌ସା, ୬।୩(ବାଞ୍ଛାନିଧି ଦେ)-ସେମାନେ ଥିଲେ କଲେଜ ବେଳର ବନ୍ଧୁ। ବିଏ ପାସ୍‌ ପରେ ଚାକିରି କରିବାକୁ ମନ ବଳାଇଥିଲେ। ମାତ୍ର ପରିବାରର ଅଭାବ, ଅନଟନ ସେମାନଙ୍କୁ...

ଦାଦନ ଖଟିବାକୁ ଯାଉଥିବା ୮ନାବାଳକ ଷ୍ଟେଶନରୁ ଉଦ୍ଧାର

ରାୟଗଡା ଅଫିସ୍‌, ୧୮ା୬-  ଦାଦନ ଖଟିବାକୁ ଯାଉଥିବା ବେଳେ ମଙ୍ଗଳବାର ୮ଜଣ ନାବାଳକ ଉଦ୍ଧାର ହୋଇଛନ୍ତି । ଚାଇଲ୍ଡ ଲାଇନ୍‌ ସଦସ୍ୟ ଏମ୍‌.କ୍ରିଷ୍ଣାରାଓ, ଲକ୍ଷ୍ମଣ ଶବର,...

ବିଜେଡିର ମିଶ୍ରଣ ପର୍ବ: ‘ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକତା’

ବରୀ,୧୭ା୧୧(ସ୍ବ.ପ୍ର.)- ବରୀ ନିର୍ବାଚନମଣ୍ଡଳୀ ଅଧୀନ ଅମଠପୁର ପଞ୍ଚାୟତର କମ୍ପଗଡ଼ ହାଟ ପଡ଼ିଆରେ ରବିବାର ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେଡି ସଭାପତି ବ୍ରଜକିଶୋର ଭଞ୍ଜଙ୍କ...

‘ଶ୍ରମିକମାନେ ନିଜର ଅଧିକାର ଜାହିର କରିବା ଦରକାର’

ବଲାଙ୍ଗୀର ଅଫିସ,୧ା୫: ବଲାଙ୍ଗୀର ଜିଲାସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ସ୍ଥାନୀୟ ଶ୍ରମ କାର୍ଯ୍ୟାଳୟ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଚଞ୍ଚଳ ରାଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ...

୨ ଗ୍ରାମ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌

ସଜନାଗଡ଼,୬।୫(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ନୀଳଗିରି ବ୍ଲକର ରାଧାକିଶୋରପୁର ଗ୍ରାମରେ ୧୫ରୁ ଅଧିକ ଓ ଏନ୍‌ଏସି ଅଧୀନ ମିରିଗିଣି...

୨ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ, ମୁଖ୍ୟ ଅଭିଯୁକ୍ତ ଅଟକ

ଭଦ୍ରକ ଅଫିସ,୧୦ା୭: ଭଦ୍ରକରେ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ ସହ ଜଣକୁ ଅଟକ ରଖିଛି ପୋଲିସ। ସୂଚନାନୁସାରେ, ଭଦ୍ରକ ପୁରୁଣାବଜାର ଥାନା ଅଞ୍ଚଳର ଏକ...

Advertisement
Archives

Model This Week