ଗୁରୁବେଡା ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା: ତଦନ୍ତ କଲେ ଆଡିସନାଲ ପିସିସିଏଫ

କେନ୍ଦୁଝର, ଯୋଡା ୧୫।୬(ସ୍ବ.ପ୍ର.)/(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡା ସେକ୍ସନର ଗୁରୁବେଡା ଗ୍ରାମ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ରବିବାର ୨ହାତୀଙ୍କ ମୃତଦେହ ଠାବ କରାଯାଇଥିଲା। ସୋମବାର ପୂର୍ବାହ୍ନରେ ବନବିଭାଗର ଆଡିସନାଲ ପିସିସିଏଫ (ଓଇଲ୍ଡ ଲାଇଫ ) ଶଶୀ ପଲ, ରାଉରକେଲା ଆରସିସିଏଫ ଭଞ୍ଜ କିଶୋର ସ୍ବାଇଁ, କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଶିକାରୀଙ୍କ ଦ୍ୱାରା ବିଛାଇଥିବା ୧୧ କେ.ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ହାତୀଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେହିପରି ହାତୀର ମୃତଦେହ ନିକଟରୁ କିଛି ରଡ, ବାଇଣ୍ଡିଂ ତାର ଓ ଇଂସୁଲେଟର ମିଳିଥିବା ବନବିଭାଗ କହିଛି। ହାତୀ ମୃତଦେହ ପଡିଥିବା ସ୍ଥାନଠାରୁ ୫୦ ମିଟର ଦୂର ରାସ୍ତା କଡରେ ଯାଇଥିବା ୧୧ କେ.ଭି ବିଦ୍ୟୁତ୍‌ ଖୁଣ୍ଟର ତାର ସହ ବାଇଣ୍ଡିଂ ତାରକୁ ସଂଯୋଗ କରିଥିଲେ। ଫଳରେ ହାତୀ ସେହି ବାଟଦେଇ ଯିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ବନବିଭାଗ ଅନୁମାନ କରୁଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଆଡିସନାଲ ପିସିସିଏଫ ଶଶୀ ପଲ କହିଛନ୍ତି। ଅନ୍ୟପଟେ ପ୍ରାଣୀ ଚିକିତ୍ସକ ମୃତହାତୀଙ୍କ ବ୍ୟବଚ୍ଛେଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଜିଲାରେ ବନ୍ୟା, ୯ ମୃତ

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ଲଘୁଚାପଜନିତ ଲଗାଣ ବର୍ଷାରେ ଦକ୍ଷିଣ-ପଶ୍ଚିମ ଓଡ଼ିଶା ସ୍ଥିତି ସଙ୍ଗିନ ହୋଇପଡ଼ିଛି। ବିଶେଷ କରି ୫ ଜିଲା ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ସୁବର୍ଣ୍ଣପୁର ଓ...

ବିହାରରୁ ମାଷ୍ଟରମାଇଣ୍ଡ ଗିରଫ

ଭୁବନେଶ୍ୱର,୧୯।୨(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏକ ବଡ଼ ଠକେଇ ରାକେଟ୍‌ର ପର୍ଦ୍ଦାଫାଶ କରିଛି। ଚାକିରି ଦେବା ନାଁରେ ଓଡ଼ିଶା ସମେତ ୧୭ ରାଜ୍ୟର...

ବିଏମ୍‌ସି ପକ୍ଷରୁ ପଲିଥିନ ଚଢ଼ାଉ; ୯୦ କେଜି ଜବତ

ଭୁବନେଶ୍ୱର,୧୧।୭(ବ୍ୟୁରୋ) ବାରଣ କରାଯାଇଥିବା ପଲିଥିନ୍‌ ଓ ପ୍ଲାଷ୍ଟିକ୍‌ ବ୍ୟବହାରକାରୀଙ୍କ ଉପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଲଗାତାର ଚଢାଉ ଜାରି ରଖିଛି। ଚଳିତ ସପ୍ତାହରେ ୯୦...

ରାଜ୍ୟରେ ବଢ଼ୁଛି ବନ୍ୟପ୍ରାଣୀ ଅପରାଧ : ଭବାନୀପାଟଣାରୁ ହାତୀଦାନ୍ତ ଜବତ, ୩ ଗିରଫ

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ଦିନକୁ ଦିନ ଓଡ଼ିଶାରେ ବଢ଼ିଚାଲିଛି ବନ୍ୟପ୍ରାଣୀ ଅପରାଧ। ଏହି କ୍ରମରେ ଗୁରୁବାର କ୍ରାଇମବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଭବାନୀପାଟଣାରୁ ଏକ ହାତୀଦାନ୍ତ ଓ ବାଘଛାଲ ଜବତ...

‘କାଳିଆ ଟଙ୍କା ଆଦାୟ ସମ୍ପୂର୍ଣ୍ଣ ସ୍ଥଗିତ ହେଉ’

ଭୁବନେଶ୍ୱର,୧୧।୮ (ବ୍ୟୁରୋ): ଗତ ମାସରେ ରାଜ୍ୟ ସରକାରଙ୍କ କୃଷି ବିଭାଗ କାଳିଆ ଟଙ୍କା ହାତେଇଥିବା ଅଯୋଗ୍ୟ ହିତାଧିକାରୀମାନଙ୍କଠାରୁ ଅର୍ଥ ଆଦାୟ ସକାଶେ ଜିଲା କୃଷି ଅଧିକାରୀମାନଙ୍କୁ...

ବିଶ୍ୱକପ୍‌ ପାଇଁ ସଜେଇ ହେଉଛି ରାଜଧାନୀ

ଭୁବନେଶ୍ୱର, ୩।୧ (ବ୍ୟୁରୋ):ରାଜଧାନୀର କାନ୍ଥ ବଖାଣୁଛି ଓଡ଼ିଶାର ଏତିହ୍ୟ, ସଂସ୍କୃତି ଓ ପରମ୍ପରାର ଗାଥା। ଶିଳ୍ପୀଙ୍କ ରଙ୍ଗତୂଳୀରେ ସାଧବ ପୁଅଙ୍କ ବୋଇତଯାତଠାରୁ ଆରମ୍ଭ କରି ପଟ୍ଟଚିତ୍ର,...

ନାବାଳିକା ବଳାତ୍କାର: ଅଭିଯୁକ୍ତଙ୍କ ସହ ଧରାପଡ଼ିଲେ ୨ ସହଯୋଗୀ

ପାଟଣାଗଡ଼,୧୮ା୧୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଝୁଲେନବର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ...

ଖେଳକୁଦ ପ୍ରତିଯୋଗିତା ଉଦ୍‌ଯାପିତ: ଭାଗନେଲେ ୨୨୫ ଛାତ୍ରୀଛାତ୍ର

ବଡବିଲ,୨୨।୧୦(ସ୍ବପ୍ର): କେନ୍ଦୁଝର ଜିଲା ବଡ଼ବିଲଠାରେ ଶନିବାରଠାରୁ ଆରମ୍ଭ ହୋଇଥିବା ସମ୍ଭାଗସ୍ତରୀୟ ୨ ଦିନିଆ ଖେଳକୁଦ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ...

Advertisement
Archives

Model This Week