ସିନାପାଲି,୧୦।୬(ଡି.ଏନ୍.ଏ.)-ନୂଆପଡା ଜିଲା ସିନାପାଲି ଥାନା ଅନ୍ତର୍ଗତ ଝାରବନ୍ଧ ପଞ୍ଚାୟତ ନାଗଝର ଗାଁରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡିକୁ କେନ୍ଦ୍ର କରି ୨ ଭାଇଙ୍କୁ ଗ୍ରାମବାସୀ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ମଝିଆ ଭାଇ ଦେବାନନ୍ଦ ଘିଭେଲା (୬୦) ମୃତ୍ୟୁ ଘଟିଥିବା ବେଳେ ସାନଭାଇ ଦେବଦର୍ଶନ ଘିଭେଲା (୪୫) ଗୁରୁତର ହୋଇଛନ୍ତି। ତାଙ୍କୁ ବୁର୍ଲା ଭିମ୍ସାରରେ ଭର୍ତ୍ତି କରାଯାଇଛି। ସୋମବାର କୌଣସି କାମରେ ଦେବାନନ୍ଦ ଓ ଦେବଦର୍ଶନ ମାଲପଡା ଗାଁକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ନିକଟସ୍ଥ ପୋଖରୀ ନିକଟରେ ପୂର୍ବରୁ ଛକି ରହିଥିବା କେତେଜଣ ଗ୍ରାମବାସୀ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପରିବାର ଲୋକେ ଖବର ପାଇ ଦେବାନନ୍ଦ ଓ ଦେବଦର୍ଶନଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ା ପରେ ଉଭୟଙ୍କୁ ଭବାନୀପାଟଣା ମେଡିକାଲକୁ ପଠାଯାଇଥିଲା। ହେଲେ ରାସ୍ତାରେ ଦେବାନନ୍ଦଙ୍କ ମୃତ୍ୟୁ ଘଟିଥିଲା। ଦେବଦର୍ଶନଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଡେରା ପକାଇ ରହିଛି। ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ସିନାପାଲି ଥାନା ଅଧିକାରୀ ଜ୍ୟୋତିରଞ୍ଜନ ଗୌଡଙ୍କ କହିଛନ୍ତି। ପୋଲିସ ଭୟରେ ନାଗଝର ଗାଁ ଜନଶୂନ୍ୟ ହୋଇପଡିଛି। ପୋଲିସ ଏକ ମାମଲା( ନଂ.୮୮/୦୯) ରୁଜୁ କରି ତଦନ୍ତ ଚଲାଇଛି। ଏହି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ୧୬ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି। ଘଟଣାସ୍ଥଳରୁ କଟୁରୀ ଓ ଛୁରି ଜବତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ନାଗଝର ଗାଁରେ ଗତ ଅକ୍ଟୋବର ମାସରେ ଗୁଣିଗାରେଡିକୁ ନେଇ ଗ୍ରାମବାସୀ ଏବଂ ଦେବାନନ୍ଦଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଦେବାନନ୍ଦଙ୍କ ବଡ଼ଭାଇ ବୁଡୁରାମଙ୍କ ପରିବାରକୁ ସନ୍ଦେହ କରି ଗ୍ରାମବାସୀ ସିନାପାଲି ଥାନାରେ ମାମଲା ରୁଜୁ କରିଥିଲେ। ସେତେବେଳେ ଖଡିଆଳ ଏସ୍ଡିପିଓ ଓ ସିନାପାଲି ଥାନା ଅଧିକାରୀ ଉକ୍ତ ଘଟଣାର ତଦନ୍ତ କରିବା ସହ ମାମଲା ରୁଜୁ କରିଥିଲେ। ଏହି ଘଟଣାକୁ ନେଇ ବୁଡୁରାମଙ୍କୁ ଗ୍ରାମବାସୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ଜଙ୍ଗଲ ସୁରକ୍ଷା ସମିତି ସଭାପତି ଏବଂ କେନ୍ଦୁପତ୍ର ମୁନସୀ ପଦବୀରୁ ହଟାଇବା ପାଇଁ ଦାବି କରିଆସୁଥିଲେ। ହେଲେ ପୂର୍ବଭଳି ବୁଡୁରାମ ନିଜ ଦାୟିତ୍ୱ ତୁଲାଇ ଆସୁଥିଲେ। ଏହି ଘଟଣାକୁ ନେଇ ଗ୍ରାମବାସୀ ଉତ୍କ୍ଷିପ୍ତ ହୋଇ ଏପରି ଆକ୍ରମଣ କରିଥିବା ପୋଲିସ ପ୍ରାଥମିକ ସୂତ୍ରରୁ ଜାଣିବାକୁ ପାଇଛି।
ଗୁଣିଗାରେଡି ସନ୍ଦେହରୁ ମଝିଆ ଭାଇଙ୍କୁ ହତ୍ୟା, ଗ୍ରାମବାସୀଙ୍କ ଆକ୍ରମଣରେ ସାନ ଭାଇ ଗୁରୁତର
Posted inଆମ ଜିଲା ଖବର, ନୂଆପଡ଼ା View All
କଫ୍ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ
ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…
ରାସ୍ତା ପାର୍ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍ର…
ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…
ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…
ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…
ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…
ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…
‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…
ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ
ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…
ଠିକାଦାରଙ୍କ ବିଲ୍ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍ ଏଇ: ଅଫିସ୍ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ
କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍ ଡିଭିଜନ୍ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…
ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍
ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…
Archives

