ଗୁଣିଗାରେଡ଼ି ସନ୍ଦେହ: ଦମ୍ପତିଙ୍କୁ ଖୁଣ୍ଟରେ ବାନ୍ଧି ବିଷ୍ଟା ଖୁଆଇଲେ

ପୁରୁଷୋତ୍ତମପୁର,୧ା୭(ଡି.ଏନ.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ରାଣୀଗାଁରେ ଗୁଣିଗାରେଡି ସନ୍ଦେହରେ କେତେଜଣ ଲୋକେ ରବିବାର ଜନୈକ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା ସହ ସ୍ବାମୀ, ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ। ପରେ ଉଭୟଙ୍କୁ ଗାଁ ଦାଣ୍ଡରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡମାରି ଦାନ୍ତ ଭାଙ୍ଗି ବିଷ୍ଟା ଖୁଆଇଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ଦମ୍ପତିଙ୍କୁ ଉଦ୍ଧାର କରି ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଏଥିରେ ସମ୍ପୃକ୍ତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଦମ୍ପତିଙ୍କ ପୁଅଙ୍କ ଅଭିଯୋଗକ୍ରମେ ନଂ.୧୪୯/୧୯ ଓ ପଡୋଶୀ ବ୍ୟକ୍ତିଙ୍କ ଅଭିଯୋଗକ୍ରମେ ନଂ.୧୫୦/୧୯ରେ ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୫ରେ ଗୁଣିଗାରେଡି ସନ୍ଦେହରେ ଏହି ପରିବାର ଉପରେ ଗାଁ ଲୋକେ ନିର୍ଯାତନା ଦେଇଥିଲେ। ଏହା ସହ୍ୟ କରି ନ ପାରି ପରିବାରର ସମସ୍ତେ ଗାଁ ଛାଡ଼ି ୧୦ କିମି ଦୂର ରଣଝାଲି ପଞ୍ଚାୟତର ମୁକୁନ୍ଦପୁରରେ ଆଶ୍ରୟ ନେଇଥିଲେ। ନ୍ୟାୟ ଲାଗି ୨୦୧୭ ଜୁଲାଇ ୧୬ରେ ପୁରୁଷୋତ୍ତମପୁର ପୋଲିସ ଓ ୨୦୧୭ ଜୁଲାଇ ୧୭ରେ ଛତ୍ରପୁର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ପୋଲିସ ଓ ପ୍ରଶାସନ ୨୦୧୭ ଜୁଲାଇ ୨୨ରେ ସମ୍ପୃକ୍ତ ପରିବାର ଓ ଗ୍ରାମର କେତେଜଣ ବ୍ୟକ୍ତିଙ୍କୁ ନେଇ ଥାନାରେ ବୈଠକ କରି ଶାନ୍ତି କମିଟି ଗଠନ କରାଯାଇଥିଲା। ବୁଝାଶୁଝା ପରେ ସମ୍ପୃକ୍ତ ପରିବାର ଗ୍ରାମକୁ ଫେରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ସାହିବାସୀ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଗ୍ରାମବାସୀ ଗୁଣିଆ ସନ୍ଦେହ କରୁଥିବା ପରିବାରର ସ୍ବାମୀ, ସ୍ତ୍ରୀ ଭୟରେ ଗାଁ ଛାଡି ଭୀମପୁର ପଞ୍ଚାୟତ ଚାଟମୁଣ୍ଡୁଳିରେ ବର୍ଷେ ହେଲା ରହୁଥିଲେ। ଗ୍ରାମରେ କେବଳ ତାଙ୍କ ବୃଦ୍ଧା ମା, ଭଉଣୀ ଓ ପୁଅବୋହୂ ରହୁଥିଲେ। ରବିବାର ସମ୍ପୃକ୍ତ ପରିବାରର ଏକ କୁକୁଡା ଜଣେ ବ୍ୟକ୍ତିଙ୍କ ଘର ନିକଟକୁ ଚାଲିଯିବାରୁ ତାଙ୍କ ବୃଦ୍ଧା ମା’ ଓ ଝିଅଙ୍କୁ ସେହିବ୍ୟକ୍ତି ମାଡ ମାରିଥିଲେ। ଖବର ପାଇ ଚାଟମୁଣ୍ଡୁଳିରେ ରହୁଥିବା ଦମ୍ପତି ଗଁାକୁ ଆସିଥିଲେ। ଘରେ ତାଙ୍କ ମା’ଙ୍କ ସହ କଥା ହେଉଥିବାବେଳେ ସାହିର କେତେଜଣ ବ୍ୟକ୍ତି ଘରେ ପଶି ସଂଘବଦ୍ଧ ଆକ୍ରମଣ କରିଥିଲେ। ପରେ ଗାଁ ଦାଣ୍ଡକୁ ଟାଣିଆଣି ସମ୍ପୃକ୍ତ ଦମ୍ପତିଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦାନ୍ତ ଭାଙ୍ଗି ଦେବା ସହ ବିଷ୍ଟା ଖୁଆଇଥିବା ଦମ୍ପତି ଅଭିଯୋଗ କରିଛନ୍ତି। ମାତ୍ର ସାହିଲୋକେ ଏହାକୁ ଅସ୍ବୀକାର କରିବା ସହ ସମ୍ପୃକ୍ତ ଦମ୍ପତିଙ୍କ ପୁଅ ଆକ୍ରମଣ କରିଥିବା ପାଲଟା ଅଭିଯୋଗ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ରେପର ସଙ୍ଗୀତ ମାଧ୍ୟମରେ ଓଡ଼ିଆକୁ ଭଲ ପାଇବା ମହକ

ବ୍ରହ୍ମପୁର ଅଫିସ,୧୭ା୧: ବ୍ରହ୍ମପୁରରେ ଚାଲିଥିବା ସିଲ୍କ ସିଟି ମହୋତ୍ସବର ସୋମବାର ଥିଲା ଚତୁର୍ଥ ସନ୍ଧ୍ୟା। କାର୍ଯ୍ୟକ୍ରମରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ...

ଶିତଳାପଲିରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ନେଇ ଗଞ୍ଜାମ ପ୍ରଶାସନକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିଠାରେ ଥିବା ଟାଟା ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରାଯାଇଛି। ଗତ ଶୁକ୍ରବାରଠାରୁ ଏହା କାର୍ଯ୍ୟକ୍ଷମ ହୋଇଛି। ଏ ନେଇ...

ଆଶାୟୀଙ୍କ ଆଶା ମଉଳିଲା : ଏଥର ଗଞ୍ଜାମ ଏନ୍‌ଏସିରେ ମହିଳାଙ୍କ ହାତକୁଯିବ ଅଧ୍ୟକ୍ଷ ପଦବୀ

ଗଞ୍ଜାମ,୧୫।୧(ଡି.ଏନ୍‌.ଏ.): ବିଭିନ୍ନ ଏନ୍‌ଏସି ଅଧ୍ୟକ୍ଷ ପଦବୀ ପାଇଁ ଶନିବାର ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଗଞ୍ଜାମ ଏନ୍‌ଏସିରେ ଅଧ୍ୟକ୍ଷ ପଦବୀ ଏଥର ମହିଳାଙ୍କର।...

ଜାପାନରେ ଫସିଥିବା ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଭାରତ ଫେରିଲେ: ପରିବାରରେ ଆନନ୍ଦର ଲହରି

ବ୍ରହ୍ମପୁର ଅଫିସ,୨୭।୨: ଦୀର୍ଘ ୨୪ ଦିନ ଧରି ନାନା ଆଶଙ୍କା ଓ ଅନିଶ୍ଚିତତା ମଧ୍ୟରେ ଜାପାନ ଜଳ ଜାହାଜରେ କରୋନା ଭାଇରସ୍‌ ପାଇଁ ଅଟକି ରହିଥିବା...

ଜିଲାପାଳଙ୍କୁ ଆୟୁଷ ଡାକ୍ତର ସଂଘର ସ୍ମାରକପତ୍ର ପ୍ରଦାନ

ଛତ୍ରପୁର,୨୩ା୫(ଡି.ଏନ.ଏ)-ଗଞ୍ଜାମ ଜିଲା ଆୟୁଷ ଡାକ୍ତର ସଂଘ ପକ୍ଷରୁ ବିଭନ୍ନ ଦାବି ନେଇ ଶୁକ୍ରବାର ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସେଥିରେ ଦର୍ଶାଯାଇଛି ଯେ, ଆୟୁଷ...

ପୁଣି ସମୁଦ୍ରରେ ଲୀନହେଲା ୩ ଘର

ଗଞ୍ଜାମ,୧୭।୮(ଡି.ଏନ୍‌.ଏ.): ଲଘୁଚାପ କାରଣରୁ ଅଶାନ୍ତ ସମୁଦ୍ରର ଉଚ୍ଚ ଜୁଆରରେ ଗଞ୍ଜାମ ବ୍ଲକର ପୁରୁଣା ପୋଡ଼ମପେଟା ଗ୍ରାମର ପୁଣି ୩ଟି ଘର ସମୁଦ୍ରରେ ଲୀନ ହୋଇଯାଇଛି। ପ୍ରଶାସନ...

ରାତିଅଧିଆ ପଞ୍ଚାୟତ ସମିତି ବୈଠକ ବାତିଲ: ଜନପ୍ରତିନିଧିଙ୍କ ତୀବ୍ର ଅସନ୍ତୋଷ

ପୁରୁଷୋତ୍ତମପୁର,୧୮।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ହେବାନେଇ ଶୁକ୍ରବାର ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ବୈଠକକୁ ରାତିଅଧିଆ ବାତିଲ କରିଦିଆଯାଇଛି। ଏହାକୁ ନେଇ...

ଲକ୍ଷାଧିକ ଟଙ୍କାର ଗୁଟ୍‌ଖା, ସରଞ୍ଜାମ ଜବତ, ମାଲିକଙ୍କ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ,୪ା୮-ବଡବଜାର ପୋଲିସ ଶନିବାର ଅପରାହ୍ନରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଗୁଟ୍‌ଖା କାରଖାନାରେ ଚଢାଉ କରିଥିଲା। ପୋଲିସ ଶାର୍ଗୁଣା ସାହିରେ ଥିବା ଏକ ଦୁଇ...

Advertisement
Archives

Model This Week