ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

କପ୍ତିପଦା,୧୧ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ ପଞ୍ଚାୟତ ସୀତାରାମସାହିରେ ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗୁରୁବାର କପ୍ତିପଦା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ମହୁଲପଙ୍ଖା ଗ୍ରାମର ଦିବାକର ସିଂ। ତାଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ପୋଲିସ ଜବତ କରିଛି। ଦିବାକରଙ୍କ ସହଯୋଗୀ ଲାଗ ଓରଫ୍‌ ଚମ୍ପାଏ ହୋକୁ ବୁଧବାର ପୋଲିସ୍‌ ଗିରଫ କରି କୋର୍ଟଚାଲାଣ କରିଥିଲା। ଜିଲା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ୍‌ ପୁରୁଷୋତ୍ତମଦାସ କପ୍ତିପଦା ଥାନାକୁ ଆସି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଗତ ୬ ତାରିଖ ସନ୍ଧ୍ୟାରେ ସୀତାରାମ ସିଂ ଓ ତାଙ୍କ ସ୍ତ୍ରୀ ଲେତ ଛତ୍ରାମ୍ବଠାରେ ଫୁଟ୍‌ବଲ୍‌ ଖେଳ ଦେଖି ଫେରୁଥିବା ବେଳେ ଅଭିଯୁକ୍ତ ଦିବାକର ଓ ଲାଗ ତାଙ୍କୁ ଏକ ନିର୍ଜନ ସ୍ଥାନକୁ ଟାଣିନେଇ କଟୁରୀରେ ହାଣି ହତ୍ୟା କରିଥିଲେ। ପରେ ମୃତଦେହକୁ ଡଙ୍ଗାରେ ନେଇ ନିକଟସ୍ଥ ସୁନେଇ ଡ୍ୟାମର ଗଭୀର ଜଳରେ ଫିଙ୍ଗି ଦେଇ ଆସିଥିଲେ। ଉପଖଣ୍ଡ ପୋଲିସ୍‌ ଅଧିକାରୀ ସ୍ବପ୍ନରଞ୍ଜନ ମହାପାତ୍ର ଓ କପ୍ତିପଦା ଥାନା ଆଇଆଇସି ରୀନା ବେହେରା ତଦନ୍ତ କରି ଅଭିଯୁକ୍ତ ଦିବାକରଙ୍କୁ ଶାଳଚୁଆ ପଞ୍ଚାୟତର ବିଦ୍ୟାଧରନଗରରୁ ଗିରଫ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୪ ବର୍ଷ ବୟସରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ

ଭଦ୍ରକ ଅଫିସ, ୧୧।୧୨: ବୟସ ମାତ୍ର ୪ ବର୍ଷ ୬ ମାସ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ତାଙ୍କ ପ୍ରତିଭା ଏବେଠାରୁ ବାସିଲାଣି। ହିନ୍ଦୀ ଓ...

ଜିଲାରେ ଖାଉଟି କେନ୍ଦ୍ରରୁ ମିଳୁନି ଗହମ

ପୁରୀ ଅଫିସ,୧୬।୧୦:  ରବିବାର ବିଶ୍ୱ ପାଳିବ ଖାଦ୍ୟ ଦିବସ। ଭାରତ ତଥା ସାରା ବିଶ୍ୱରେ ନାଗରିକଙ୍କ ମୌଳିକ ସୁବିଧା ତାଲିକାରେ ଖାଦ୍ୟ ସର୍ବାଗ୍ରେ ଆସେ। ବିଶ୍ୱରେ...

ଦର୍ଶନ ପାଇଁ ଭକ୍ତଙ୍କଠାରୁ ଟଙ୍କା ନେଉଥିବା ଅଭିଯୋଗ

ପୁରୀ ଅଫିସ,୨୧ା୫: ଶ୍ରୀମନ୍ଦିରରେ ନିୟୋଜିତ ଥିବା କେତେଜଣ କର୍ମଚାରୀ ଟଙ୍କା ନେଇ ଭକ୍ତକୁ ମହାପ୍ରଭୁଙ୍କ ଦର୍ଶନ କରାଉଥିବା ନେଇ ଅଭିଯୋଗ ହୋଇଛି। ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ...

୬ଷ୍ଠ ଥର ପଦ ହାତେଇଲେ କୁଞ୍ଜଲତା

ନିମାପଡା,୨୮।୨ (ଡି.ଏନ୍‌.ଏ.): ନିମାପଡା ବ୍ଲକ ଅନ୍ତର୍ଗତ ୧୮ନଂ. ଜୋନ ଭାଜପା ଜିଲା ପରିଷଦ ପ୍ରାର୍ଥୀ ସ୍ବପ୍ନ କୁମାର ମିଶ୍ରଙ୍କୁ ପରାସ୍ତ କରି ବିଜେଡି ଜିଲା ପରିଷଦ...

ମଜୁରି ମାଗିବାରୁ ମାଡ଼, ବେଙ୍ଗାଲୁରୁରୁ ଚାଲିଚାଲି ଫେରିଲେ ୩ ଶ୍ରମିକ

ପଟ୍ଟାଙ୍ଗି,୩ା୪(ଡି.ଏନ.ଏ.): ନିଜ ଅଞ୍ଚଳରେ କାମ କଲେ ଟଙ୍କା ଠିକ ସମୟରେ ମଜୁରି ମିଳୁନାହିଁ। ବାହାର ରାଜ୍ୟରେ କାମ କଲେ ପରିଶ୍ରମର ଉଚିତ୍‌ ମଜୁରି ମିଳିବ ଏହି...

ମହିଳାଙ୍କ ମୃତଦେହ ରଖି ହସ୍ପିଟାଲ ସମ୍ମୁଖରେ ଧାରଣା

ବଲାଙ୍ଗୀର ଅଫିସ,୩୦ା୭: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗୁରୁବାର ସକାଳେ ଉତ୍ତେଜନା ଦେଖାଦେଇଥିଲା। ଜଣେ ପ୍ରସୂତିଙ୍କ ମୃତ୍ୟୁ ପରେ...

ଦେବ ଦମ୍ପତିଙ୍କ ଲଗ୍ନ ମହୋତ୍ସବ

ଆରଡ଼ି,୧୭।୫ (ଡି.ଏନ.ଏ.) ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଆସନ୍ତା ଜୁନ୍‌ ୪ରେ ଶୀତଳ ଷଷ୍ଠୀରେ ଦେବଦେବ ମହାଦେବ ଓ ଶୈଳ ନନ୍ଦିନୀ ମାତା ପାର୍ବତୀଙ୍କ...

ସ୍ବାଭିମାନ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ

ଚିତ୍ରକୋଣ୍ଡା,୨୬ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନାରେ ପାଳିତ ହୋଇଛି ୭୩ତମ ସାଧାରଣତନ୍ତ୍ର ଦିବସ। ଓଡିଶା ପୋଲିସ ଓ ସୀମା ସୁରକ୍ଷା ବାହିନୀ...

Advertisement
Archives

Model This Week