ଗୁଜୁରାଟରେ ଫସିଛନ୍ତି ବରଗଡ଼ର ୨୮ଶ୍ରମିକ

ବରଗଡ଼ ଅଫିସ୍‌,୬।୪: ରାଜ୍ୟ ବାହାରକୁ କର୍ମ ଅନ୍ବେଷଣରେ ଯାଇ କିଛି ରୋଜଗାର ଆଶା ରଖିଥିଲେ । ମାତ୍ର ଲକ୍‌ ଡାଉନ୍‌ ନୁହେଁ, ସଟ୍‌ ଡାଉନ କଟକଣା ଲାଗୁ ହେବାରୁ ଗୁଜୁରାଟର ଜାମନଗର ଦାରେଦ୍‌ ଅଞ୍ଚଳରେ ବରଗଡ଼ ଜିଲାର ଶ୍ରମିକମାନେ ଫସି ରହି ଦୁର୍ବିସହ ଜୀବନ ଅତିବାହିତ କରୁଥିବା ସୂଚନା ମିଳିଛି । ସେମାନଙ୍କ ପାଖକୁ ସେଠାକାର ପ୍ରଶାସନ ପକ୍ଷରୁ କିଛି ସହାୟତା ପହଞ୍ଚି ନଥିବା ଯୋଗୁ ସେମାନେ ଭୋକ, ଉପାସରେ ଦିନ କାଟୁଛନ୍ତି । ସୂଚନା ଅନୁଯାୟୀ ବରଗଡ଼ ଜିଲା ବରିକେଲ ଅଞ୍ଚଳର ୨୮ଜଣ ଶ୍ରମିକ କିଛିମାସ ଆଗରୁ ଗୁଜୁରାଟକୁ କର୍ମ ଅନ୍ବେଷଣରେ ଯାଇଥିଲେ। ସେଠାକାର ଜାମନଗର ଦାରେଦ୍‌ ଅଞ୍ଚଳରେ ରହିଥିବା ଏକ କନଷ୍ଟ୍ରକ୍ସନ କମ୍ପାନୀ ଜୟ ଜଲାରାମ ଏକ୍ସଟ୍ରୁଶନ ଅଧିନରେ ସେମାନେ କାମ କରୁଥିଲେ । ଲକଡାଉନ ପରେ ସେଠାରେ ସେମାନଙ୍କ ରୋଜଗାର ବନ୍ଦ ହୋଇଯାଇଛି । ଯାହା ରୋଜଗାର କରିଥିଲେ, ତାହା ମଧ୍ୟ ସରି ଯାଇଥିବା ଶ୍ରମିକମାନେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ସେମାନେ ଯେଉଁ ଅଞ୍ଚଳରେ ରହୁଛନ୍ତି ସେଠାରେ ସଟ୍‌ଡାଉନ୍‌ କଟକଣା ଲାଗୁ ହୋଇଛି । ଫଳରେ ସେମାନେ ଆଦୌ ଘରକୁ ବାହାରି ପାରୁ ନାହାନ୍ତି । ଏ ନେଇ ଶ୍ରମିକମାନେ ସୋସିଆଲ ମିଡ଼ିଆରେ ଜଣାଇବା ପରେ ତାହା ବରଗଡ଼ର ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କ ନଜରକୁ ଆସିଥିଲା । ଏହାପରେ ସାମାଜିକ କର୍ମୀ ସାହୁ ସେମାନଙ୍କୁ ରାଶନ ସାମଗ୍ରୀ ଯୋଗାଇ ଦେବା ପାଇଁ ରବିବାର ଗୁଜୁରାଟର ପ୍ରଶାସନ ସହିତ ସୋସିଆଲ ମିଡ଼ିଆରେ ଯୋଗାଯୋଗ କରି ବିହିତ ପଦକ୍ଷେପ ନିବେଦନ କରିଥିବା କହିଛନ୍ତି । ସେମାନେ ଯେଭଳି ରାଶନ ସାମଗ୍ରୀ ପାଇ ପାରିବେ, ସେ ନେଇ ଗୁଜୁରାଟ ସରକାର, ପ୍ରଶାସନ ସହିତ ତାଙ୍କ ଯୋଗାଯୋଗ ଜାରି ରହିଛି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟୁନିସିପାଲିଟି ନଜରରେ ଉଠାଦୋକାନ

ନୟାଗଡ଼ ଅଫିସ,୩।୭-ନୟାଗଡ଼ ମ୍ୟୁନିସିପାଲିଟି ଓ ଟାଉନ ପୋଲିସ ପକ୍ଷରୁ ନୟାଗଡ଼ ସହରର ବିଭିନ୍ନ ଉଠାଦୋକାନ ଉପରେ ସୋମବାର ଠାରୁ ଚଢ଼ାଉ ଆରମ୍ଭ ହୋଇଛି। ମଙ୍ଗଳବାର ଦ୍ୱିତୀୟ...

ବାଇପାସ୍‌ ରାସ୍ତାରେ ହୋଲ୍‌ସେଲ ପରିବା ମାର୍କେଟ

ପୁରୀ ଅଫିସ,୯ା୪: ପୁରୀ ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଅଧିକ ସତର୍କ ହୋଇଯାଇଛି ଜିଲା ପ୍ରଶାସନ। ଆଗକୁ ଯେପରି ଏହି ସଂଖ୍ୟା ବୃଦ୍ଧି...

କାଳିଆ ଯୋଜନା ହିତାଧିକାରୀଙ୍କ ଯାଞ୍ଚ:ଧରାପଡ଼ିଲେଣି ୪୨୪ ଅଯୋଗ୍ୟ

କବିସୂର୍ଯ୍ୟନଗର,୧୮ା୮-କାଳିଆ ଯୋଜନାରେ ଶତ ପ୍ରତିଶତ ଯୋଗ୍ୟ ହିତାଧିକାରୀ ଯେଭଳି ସହାୟତା ପାଇବେ ସେ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତେଣୁ ପୂର୍ବରୁ ହୋଇଥିବା ତାଲିକାରୁ...

ଲକ୍‌ଡାଉନ୍‌ରୁ ଲାଭ

ଅନୁଗୋଳ ଅଫିସ, ୧୧।୪ – କରୋନା ବିପତ୍ତିରୁ ବର୍ତ୍ତିବା ପାଇଁ ଦେଶକୁ ଲକ୍‌ଡାଉନ୍‌ କରାଯାଇଥିଲେ ବି ଅନୁଗୋଳ ସହର ଉପକଣ୍ଠରେ ଘର ନିର୍ମାଣ କରୁଥିବା କେତେଜଣ...

ପ୍ରେମିକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ

ଭାପୁର, ୧୧।୮(ଡି.ଏନ୍‌.ଏ.) – ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଧୀନ ଜରିପାଳ ଛକରୁ ଜଣେ ଅସହାୟ ଯୁବତୀ (୧୮ବର୍ଷ)ଙ୍କୁ ଶନିବାର ପୋଲିସ ଉଦ୍ଧାର କରିଛି।...

ଜଗନ୍ନାଥ ମନ୍ଦିର ନିଯୋଗକୁ କୋଟିଏ ଟଙ୍କାର ଘର ଦାନ

ନବରଙ୍ଗପୁର,୧୬।୧୨(ବି.ପ୍ର.): ସାଧାରଣତଃ ମଣିଷ ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି ପରିବାର ଅଥବା ବନ୍ଧୁଙ୍କୁ ଦାନ କରିଥାନ୍ତି। କିନ୍ତୁ ନବରଙ୍ଗପୁର ସହର ଭଗବତୀ ସାହି ବାସିନ୍ଧା...

ଭଦ୍ରକ ଲୋକସଭାରେ ବିଜେଡି ଆଗୁଆ

ଭଦ୍ରକ ଅଫିସ, ୨୩।୫- ଭଦ୍ରକ ଲୋକସଭାର ପ୍ରଥମ ରାଉଣ୍ଡରେ ସିମୁଳିଆ ଓ ସୋରକୁ ବାଦ୍‌ ଦେଲେ ବିଜେଡି ଆଗୁଆ ରହିଛି। ଭାଜପା- ୧୩୮୭, ବିଜେଡି -୨୨୧୮...

ଛତ୍ରପୁର ବିଡିଓଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ; ଏନ୍‌ଏସ୍‌ଏ ଲଗାଇବାକୁ ଓଏଏସ୍‌ ସଂଘର ଦାବି

ଛତ୍ରପୁର, ୨୧।୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶଙ୍କୁ ଆକ୍ରମଣ ଓ ହତ୍ୟା ଧମକ ମାମଲାରେ ସମ୍ପୃକ୍ତଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି।...

Play 250+ Trending Games
Archives

Model This Week

Why Dharitri