ଗୁଜୁରାଟରେ ଦାଦନ ଶ୍ରମିକ ବନ୍ଧା:ଉଦ୍ଧାର ପାଇଁ ପରିବାରବର୍ଗଙ୍କ ଜିଲାପାଳଙ୍କୁ ଫେରାଦ

ଭବାନୀପାଟଣା,୨୫।୮(ଡି.ଏନ.ଏ.):କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମତୁଆଲାଗୁଡା ଗାଁର ୭ ଜଣ ଶ୍ରମିକଙ୍କୁ ସେହି ଗ୍ରାମର ଜଣେ ଦଲାଲ ମୋଟା ଅର୍ଥର ପ୍ରଲୋଭନ ଦେଖାଇ ଗୁଜୁରାଟ ନେଇଯାଇଥିଲା । ସେଠାରେ ସମ୍ପୃକ୍ତ ଠିକା ସଂସ୍ଥା ଏହି ଦାଦନ ଶ୍ରମିକମାନଙ୍କୁ ନିର୍ଯାତନା ଦେବା ସହ ବନ୍ଧକ ରଖିଥିବା ଅଭିଯୋଗ କରି ସେମାନଙ୍କ ପରିବାର ସଦସ୍ୟମାନେ ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ଶ୍ରମିକଙ୍କୁ ତୁରନ୍ତ ମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି । ଜୁନ୍‌ ୧୪ ତାରିଖରେ ବଲାଗାଁର ଭଜନ ଦୁର୍ଗା ମତୁଆଲଗୁଡା ଗ୍ରାମକୁ ଆସି ମାସିକ ୧୨ ହଜାର ଟଙ୍କାର ମଜୁରୀ ପ୍ରଲୋଭନ ଦେଖାଇ ରିଙ୍କୁ ଗହିର, କୁଶ ଶବର, ଜଗତରାମ ଶବର, ରୁପଧର ଗହିର, ଭାସ୍କର ଛତ୍ରିଆ, ଉମା ଛତ୍ରିଆ, ଭରତ ଛତ୍ରିଆଙ୍କୁ ଗୁଜୁରାଟର ଭାମନ ପ୍ରୋସେସିଙ୍ଗ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡକୁ ନେଇଯାଇଥିଲା। କିଛି ଦିନ କାମ କରି ଏହି ଦାଦନ ଶ୍ରମିକମାନେ ପରିବାର ଲୋକଙ୍କ ସହିତ ଫୋନ୍‌ ଯୋଗେ କଥାବାର୍ତ୍ତା ହେଉଥିଲେ । ତେବେ ସମ୍ପୃକ୍ତ ସଂସ୍ଥା ଅଧିକ କାମ କରାଇ ମାଡ ମାରିବା ସହିତ ଠିକ୍‌ରେ ଖାଇବାକୁ ଦେଉ ନ ଥିବା ଶ୍ରମିକମାନେ ପରିବାର ଲୋକଙ୍କୁ ଜଣାଇଥିଲେ। ତେବେ ପ୍ରାୟ ଏକ ମାସ ହେଲା ଏହି ଦାଦନ ଶ୍ରମିକଙ୍କ ସହ ପରିବାର ଲୋକଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ ହେଇପାରୁ ନାହିଁ । ଅଳ୍ପ ଦିନ ତଳେ ଦାଦନ ଶ୍ରମିକ ମଧ୍ୟରୁ ଜଣେ ଫୋନ୍‌ ଯୋଗେ ଜଣାଇଥିଲେ ଯେ, ଠିକା ସଂସ୍ଥା ସେମାନଙ୍କୁ ଶାରୀରିକ ନିର୍ଯାତନ ଦେବା ସହ ପରିବାର ଲୋକଙ୍କ ସହ ଫୋନ୍‌ ଯୋଗେ କଥାବର୍ତ୍ତା କରାଉ ଦେଉନାହିଁ ଏବଂ ବନ୍ଧକ ଭାବେ ରଖିଛନ୍ତି । ଏ ସମ୍ପର୍କରେ ଏହି ଦାଦନ ଶ୍ରମିକଙ୍କ ପରିବାର ଲୋକ ଜୟପାଟଣା ଥାନା ଏବଂ ଜିଲା ଶ୍ରମ ଅଧିକାରୀଙ୍କୁ ଜଣାଇଥିଲେ ହେଁ କୌଣସି ସୁଫଳ ମିଳି ନ ଥିବାରୁ ସେମାନେ ଜିଲାପାଳଙ୍କୁ ସାକ୍ଷାତ କରି ଏହି ୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଫେରାଇ ଆଣିବାକୁ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨୦ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ବାହାନଗା, ୧୮।୨ (ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ଆସନ୍ତା ୨୨ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହି ବ୍ଲକ ଅଧୀନ ୨୦ନଂ. ଜିଲା...

ସୂଚନା ଅଧିକାର ତଥ୍ୟ ପାଇଁ ୧୫ ହଜାର ଟଙ୍କା

ନାଉଗଁା,୨୪ା୧(ସ୍ବ.ପ୍ର):ନାଉଗଁା ବ୍ଲକ ଅନ୍ତର୍ଗତ କାନୁନ୍‌ଗୋ ସାହିର ଜନୈକ ବ୍ୟକ୍ତି ଗ୍ରାମ ଜଳ ପରିମଳ ବିଭାଗର କିଛି ତଥ୍ୟ ଜାଣିବା ପାଇଁ ସୂଚନା ଅଧିକାର ଆଇନ ବଳରେ...

୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଲା ଯାତ୍ରୀବାହୀ ବସ୍‌ : ୯ ମୃତ, ୩୦ରୁ ଊର୍ଦ୍ଧ୍ୱ ଗୁରୁତର

ଗୋପାଳପୁର, ୯।୨(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଡରାଜପୁର ଗ୍ରାମ ନିକଟରେ ରବିବାର ମଧ୍ୟାହ୍ନରେ ଏକ ଯାତ୍ରୀବାହୀ ବସ୍‌ ୧୧କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଲିଭିଗଲା ୩ ଜଣଙ୍କ ଜୀବନଦୀପ

ବାଲିଆପାଳ,୮।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖାଳମୁହାଣି ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ...

ଦ୍ୱିତୀୟ ଦିନରେ ୬୦୩ ପ୍ରାର୍ଥୀଙ୍କ ନାମାଙ୍କନ

ଖୋର୍ଦ୍ଧା ଅଫିସ,୧୯।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଜାରି ରହିଛି। ମଙ୍ଗଳବାର ନାମାଙ୍କନ ଦାଖଲର ଦ୍ୱିତୀୟ ଦିନରେ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ...

ସଫଳ ଶିକ୍ଷକ ଭିତରେ ଛାତ୍ରର ପ୍ରତ୍ୟାଶା ରହିଥାଏ

ବଲାଙ୍ଗୀର ଅଫିସ, ୬ା୯ – ବଲାଙ୍ଗୀର ରୋଟାରୀ କ୍ଳବ ଅଫ୍‌ ଇଲିଟ୍‌ ପକ୍ଷରୁ ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ସଭାକକ୍ଷରେ ଗୁରୁଦିବସ ପାଳନ...

କଳା, ସଂସ୍କୃତିର ସହର କଟକ

କଟକ ଅଫିସ,୧୩ା୨:କଟକ ଉପର ବାଲିଯାତ୍ରା ପଡ଼ିଆରେ ୨୨ତମ ବାରବାଟୀ ଫେଷ୍ଟିଭାଲ ରବିବାର ଉଦ୍‌ଘାଟିତ ହୋଇଯାଇଛି। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଏହାକୁ ଉଦ୍‌ଘାଟନ କରି କଟକର...

ସହରର ହେବ ସୌନ୍ଦର୍ଯ୍ୟକରଣ

ଅନୁଗୋଳ ଅଫିସ, ୨୫।୧୧ – ଅନୁଗୋଳ ଜିଲାରେ ବ୍ୟାପକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ସେଲ୍‌ଫି ପଏଣ୍ଟଠାରୁ ଅତ୍ୟାଧୁନିକ ପାର୍କ, ଫୁଡ୍‌ କୋର୍ଟ ଆଦି ନିର୍ମାଣ ହେବ।...

Advertisement
Archives

Model This Week